Mateus 7

Oriya Bible (GL_ORIYA)

Ler a explicação de Mateus 7

1 ଅନ୍ୟର ବିଚାର କରନାହିଁ। ତା' ହେଲେ ପରମେଶ୍ବର ତୁମ୍ଭର ବିଚାର କରିବେ ନାହିଁ।

2 ତୁମ୍ଭେ ଅନ୍ୟର ବିଚାର କଲେ ଠିକ୍ ସହେିଭଳି ତୁମ୍ଭର ବି ବିଚାର କରାୟିବ। ତୂମ୍ଭେ ଅନ୍ୟକୁ ଯେଉଁଥି ରେ ତଉଲିବ ପରମେଶ୍ବର ତୁମ୍ଭକୁ ସହେିଥି ରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆୟିବ।

3 ତୁମ୍ଭେ ତୁମ୍ଭ ଭାଇ ଆଖି ରେ ପଡିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖି ରେ ପଡିଥିବା କାଠଗୁଣ୍ଡଟି ଦେଖିପାରୁନାହଁ?

4 ତୁମ୍ଭ ନିଜ ଆଖି ରେ କାଠଗୁଣ୍ଡଟି ପଡିଥିବା ବେଳେ ତୁମ୍ଭେ ତୁମ୍ଭର ଭାଇକୁ କିପରି କହିପାରୁଛ ଯେ, ଦଖାେଅ, ମୁଁ ତୁମ୍ଭ ଆଖିରୁ କାଠଗୁଣ୍ଡଟି କାଢି ଦବେି!

5 ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର। ତା' ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତାପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢି ଆଣି ପାରିବ।

6 'କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅନାହିଁ, କାରଣ ସମାନେେ ବୁଲି ପଡି ତୁମ୍ଭକୁ କାମୁଡି ପାରନ୍ତି। ଘୁଷୁରିମାନଙ୍କ ଆଗ ରେ ନିଜର ମାେତି ପକାଅ ନାହିଁ, କାରଣ ସମାନେେ ମାେତିକୁ ଗୋଡ ରେ ଦଳି ଦଇେ ଗ୍ଭଲିଯିବେ।

7 ମାଗ ସେଥି ରେ ପରମେଶ୍ବର ତାହା ତୁମ୍ଭକୁ ଦବେେ। ଖାଜେ ଏବଂ ତୁମ୍ଭେ ପାଇବ। ଦ୍ବାର ରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖାଲିୟିବେ।

8 କାରଣ ଯେଉଁଲୋକ ମାଗୁଥାଏ, ସେ ପାଏ। ଯେଉଁଲୋକ ଖାଜେୁଥାଏ, ସେ ପାଏ ଓ ଯାଉଁ ଲୋକ ଦ୍ବାର ଠକ୍ ଠକ୍ କରୁଥାଏ, ତା ପାଇଁ କବାଟ ଲିଯାଏ।

9 'ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ ତୁମ୍ଭେ କଣ ତାକୁ ପଥରଟିଏ ଦବେ।

10 ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ'ଣ ତାକୁ ସାପଟିଏ ଦବେ? ନା! ତୁମ୍ଭେ ଦବନୋହିଁ?

11 ଏପରିକି ତୁମ୍ଭେ ମନ୍ଦ ଲୋକ ହାଇେ ମଧ୍ଯ ପିଲାମାନଙ୍କୁ କିଭଳି ଭଲ ଉପହାର ଦବୋକୁ ହୁଏ, ତାହା ତୁମ୍ଭେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ଦବେେ!

12 ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।

13 ସ୍ବର୍ଗ ପଥରେ କଢାଇ ନେଉଥିବା ଅଣଓସାରିଆ ଫାଟକ ଦଇେ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପଶସ୍ତ ରାସ୍ତା ନର୍କ ଆଡକୁ ଯାଏ। ବହୁତ ଲୋକ ସହେି ରାସ୍ତା ରେ ଯାଆନ୍ତି।

14 ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ େଛାଟ। ବାସ୍ତବ ଜୀବନ ଆଡକୁ ୟିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖାଜେି ପାଆନ୍ତି।

15 ଭଣ୍ଡ ଭବିଷ୍ଯଦ୍ବକ୍ତାଙ୍କଠାରୁ ଦୂର ରେ ରୁହ। ସମାନେେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କନ୍ତୁ ସମାନେେ ପ୍ରକୃତ ରେ ହିଂସ୍ର ଗଧିଆ ଭଳି ଅଟନ୍ତି।

16 ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।

17 ପ୍ରେତ୍ୟକକ ଭଲ ଗଛ ରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛ ରେ ମନ୍ଦ ଫଳ ଫଳେ,

18 ଗୋଟିଏ ଭଲ ଗଛ ରେ ମନ୍ଦ ଫଳି ପାରିବନାହିଁ। କି ଗୋଟିଏ ମନ୍ଦ ଗଛ ରେ ଭଲ ଫଳ ଫଳି ପାରିବନାହିଁ।

19 ଯେଉଁ ଗଛ ରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ।

20 ତେଣୁ ମୁଁ ପୁଣିଥରେ କହୁଛି ଯେ ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ୟ୍ଯରୁ ଚିହ୍ନି ପାରିବ।

21 ମାେତେ 'ପ୍ରଭୁ' 'ପ୍ରଭୁ' କହୁଥିବା ପ୍ରେତ୍ୟକକ ଲୋକ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଇଚ୍ଛା ଅନୁଯାଯୀ କାମ କରେ, ସହେି ବ୍ଯକ୍ତି କବଳେ ସଠାେରେ ପ୍ରବେଶ କରିବ।

22 ସହେି ଶଷେ ଦିନ ରେ ଅନକେ ଲୋକ ମାେତେ ପଚାରିବେ, 'ପ୍ରଭୁ, ଆମ୍ଭେ କ'ଣ ତୁମ୍ଭ ନାମ ରେ ଭବିଷ୍ଯଦ୍ବାଣୀ କରି ନଥିଲୁ? ତୁମ୍ଭ ନାମ ରେ କ'ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦଇେ ନଥିଲୁ? ଆମ୍ଭେ କ'ଣ ତୁମ୍ଭ ନାମ ରେ ଅନକେ ଆଶ୍ଚର୍ୟ୍ଯଜନକ କାମ କରି ନଥିଲୁ?

23 ତବେେ ମୁଁ ସମାନଙ୍କେୁ ଖାେଲାଖାଲିେ ଭାବରେ କହିବି ଯେ, 'ମୁଁ ତୁମ୍ଭକୁ ଆଦୌ ଜାଣିନି। ଆ ରେ କୁକର୍ମୀମାନେ, ମାେ ପାଖରୁ ଚାଲିଯାଅ।'

24 ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।

25 ବର୍ଷା ହେଲା, ବଢି ମାଡି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦଲୋ, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତାର ମୂଳଦୁଆ ପଥର ଉପରେ ରହିଥଲା।

26 କିନ୍ତୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, କିନ୍ତୁ ସଗେୁଡିକୁ ମାନି ଚଳନୋହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ଯକ୍ତି ଭଳି।

27 ବର୍ଷା ହେଲା, ବଢି ମାଡିଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦଲୋ ଏବଂ ସହେି ଘରଟି ପୁରାପୂରି ଭାଙ୍ଗି ପଡିଲା।

28 ଯୀଶୁଙ୍କ ଏହି ସବୁ କଥା କହିବା ଶଷେ ହେଲା। ତାହାଙ୍କ ଉପଦେଶ ଶୁଣି ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ।

29 କାରଣ ସେ ସମାନଙ୍କେୁ ସମାନଙ୍କେର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନଦଇେ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Mateus 7, comparar traduções ou montar um estudo — tudo direto pelo WhatsApp.