Levítico 1

Oriya Bible (GL_ORIYA)

1 ସଦାପ୍ରଭୁ ପୃଥିବୀର ପରମେଶ୍ବର ସମାଗମ-ତମ୍ବୁରୁ ମାଶାଙ୍କେୁ ଡାକି କହିଲେ,

2 ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ଯରୁ କହେି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରେ, ତବେେ ସେ ନିଜ ପାଳିତ ଗୋରୁ, ମଷେ କିମ୍ବା ଛଳେି ଉତ୍ସର୍ଗ କରୁ।

3 ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।

4 ପୁଣି ସେ ହାମବେଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସହେି ବଳି ତାହାର ପ୍ରାଯଶ୍ଚିତ ରୂପେ ଗ୍ରାହ୍ଯ ହବେ।

5 ତା'ପରେ ସେ ଗୋଟିଏ ୟୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖ ରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ ତମ୍ବୁର ଦ୍ବାର ନିକଟସ୍ଥ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

6 ପୁଣି ସେ ଯାଜକ ସହେି ବଳିର ଚର୍ମ ଉତାରିବେ ଓ ସେ ମାଂସ କାଟି ଖଣ୍ଡ ଖଣ୍ଡ କରିବେ।

7 ଅନନ୍ତର ଯାଜକ ହାରୋଣଙ୍କ ପୁତ୍ରଗଣ ସହେି ୟଜ୍ଞବଦେୀ ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଠ ସଜାଇବେ।

8 ପୁଣି ଯାଜକ ହାରୋଣର ପୁତ୍ର ଯାଜକମାନେ ୟଜ୍ଞବଦେୀ ଉପରିସ୍ଥ ଅଗ୍ନି ଉପରେ ଥିବା କାଠ ଉପରେ ସହେି ଖଣ୍ଡ ସକଳ, ମସ୍ତକ ଓ ମଦେ ରଖିବେ।

9 ମାତ୍ର ସହେି ଯାଜକ ଅନ୍ତ ଅଂଶ ଓ ଗୋଡ ଜଳ ରେ ଧୌତ କରିବେ ତା'ପରେ ଯାଜକ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବେ ଓ ତାହା ଗୋଟିଏ ହାମବେଳି ହବେ। ଏବଂ ତାହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।

10 ଯଦି ସେ ମଷେ କିମ୍ବା ଛାଗ ଆପଣା ପଲରୁ ହାମବେଳି ଉତ୍ସର୍ଗ କରେ, ତବେେ ତାହା ନିଖୁଣ ପୁଂପଶୁ ହାଇେଥିବ।

11 ପୁଣି ସେ ୟଜ୍ଞବଦେୀର ଉତ୍ତର ପାଶର୍‌ବ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ। ତା'ପରେ ଯାଜକ ହାରୋଣର ପୁତ୍ରମାନେ ୟଜ୍ଞବଦେୀର ଚତୁର୍ଦ୍ଦିଗ ରେ ତାହାର ରକ୍ତ ସିଞ୍ଚନ କରିବେ।

12 ତା'ପରେ ସେ ଯାଜକ ତା'ର ମସ୍ତକ ଓ ମଦେ ସହିତ ତାକୁ ଖଣ୍ଡ ଖଣ୍ଡ କରି ୟଜ୍ଞବଦେୀ ଉପରିସ୍ଥ ଅଗ୍ନି ଓ କାଠ ଉପରେ ତାହା ସଜାଇ ରଖିବ।

13 ମାତ୍ର ସେ ତା'ର ଅନ୍ତ୍ର ଅଂଶ ଓ ଗୋଡ ଜଳ ରେ ଧୌତ କରିବ। ତା'ପରେ ଯାଜକ ସମ୍ପୁର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ହବେ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନବୈେଦ୍ଯ।

14 ଯଦି କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ କୌଣସି ପକ୍ଷୀବଳି ଉତ୍ସର୍ଗ କରିବ, ତବେେ ତାହା କପୋତ କିମ୍ବା ପାରା ଶାବକ ହାଇେଥିବ।

15 ତହୁଁ ଯାଜକ ତାକୁ ୟଜ୍ଞବଦେୀ ନିକଟକୁ ଆଣି ତାହାର ମସ୍ତକ ମାେଡି ତାକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ଆଉ ତା'ର ରକ୍ତ ୟଜ୍ଞବଦେୀ ପାଶର୍‌ବ ରେ ନିଗାଡ଼ିବ।

16 ସହେି ଯାଜକ ସେ ପକ୍ଷୀର ଖାଦ୍ୟ-ନଳୀ, ମଳ ଓ ପର ନଇେ ପୂର୍ବପାଶର୍‌ବସ୍ଥ ଭସ୍ମ ସ୍ଥାନ ରେ ନିକ୍ଷପେ କରିବ।

17 ତା'ପରେ ସେ ଯାଜକ ତା'ର ଦୁଇ ପକ୍ଷକୁ ଚିରିବ ମାତ୍ର ତାକୁ ଦୁଇ ଖଣ୍ଡ କରିବ ନାହିଁ। ତା'ପରେ ଯାଜକ ଏହାକୁ ସମ୍ପୁର୍ଣ୍ଣଭାବରେ ବଦେୀ ରେ ଥିବା ଅଗ୍ନିକାଠ ମଧିଅରେ ଦଗ୍ଧ କରିବ। ଏହି ହାମବେଳି ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନବୈେଦ୍ଯ ହବେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Levítico 1, comparar traduções ou montar um estudo — tudo direto pelo WhatsApp.