Filipenses 2

Oriya Bible (GL_ORIYA)

1 ଖ୍ରୀଷ୍ଟଯୀଶୁଙ୍କଠା ରେ ଥାଇ କୌଣସି କାର୍ୟ୍ଯ କରିବାକୁ ମୁଁ ତୁମ୍ଭକୁ କହିପା ରେ କି ? ତୁମ୍ଭେ ମାେତେ ପ୍ ରମେପୂର୍ଣ୍ଣ ସାନ୍ତ୍ବନା ଦଇପୋର କି ? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତା ରେ ଅଛୁ କି ? ତୁମ୍ଭଠା ରେ କରୁଣା ଓ ଦୟା ଅଛି କି ?

2 ଯଦି ଏଗୁଡ଼ିକ ତୁମ୍ଭଠା ରେ ଅଛି, ତା' ହେଲେ ମାେ ପାଇଁ କିଛି କର ବୋଲି ମୁଁ ଚା ହେଁ, ଏହା ମାେତେ ଅତ୍ଯନ୍ତ ଆନନ୍ଦିତ କରିବ। ମୁଁ ଚା ହେଁ ଯେ ତୁମ୍ଭମାନେେ ଏକମନା ହାଇେ ସମ ବିଷୟ ରେ ବିଶ୍ବାସ ଦ୍ବାରା ସଂୟୁକ୍ତ ହୁଅ। ପରସ୍ପର ପ୍ରତି ସମ ପ୍ ରମେଭାବ ରଖ ଏବଂ ଏକ ଆତ୍ମା ରେ ଏବଂ ସମ ଉଦ୍ଦେଶ୍ଯ ରେ ଏକତ୍ର ବାସ କର।

3 ସ୍ବାର୍ଥପରତା ଓ ଗର୍ବ ହତେୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।

4 କବଳେ ନିଜ ଜୀବନ ବିଷୟ ରେ ଆଗ୍ରହୀ ନ ହାଇେ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟ ରେ ମଧ୍ଯ ଆଗ୍ରହୀ ହୁଅ।

5 ନିଜ ଜୀବନ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।

6 ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ବରଙ୍କ ସାଦୃଶ୍ଯ ଥିଲେ। ପରମେଶ୍ବରଙ୍କ ସହିତ ସମାନ ହାଇେ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।

7 ସେ ପରମେଶ୍ବରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ। ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ।

8 ମନୁଷ୍ଯ ଭାବରେ ଜୀବନ ଯାପନ କଲା ବେଳେ ସେ ପୂର୍ଣ୍ଣ ଭାବରେ ପରମେଶ୍ବରଙ୍କ ଆଜ୍ଞକାରୀ ହାଇେ ନିଜକୁ ନମ୍ର କଲେ। ଏପରିକି କ୍ରୁଶ ରେ ମୃତ୍ଯୁ ପର୍ୟ୍ଯନ୍ତ ନିଜକୁ ବାଧ୍ଯ ଓ ନମ୍ର କଲେ।

9 ଖ୍ରୀଷ୍ଟ ପରମେଶ୍ବରଙ୍କ ବାଧ୍ଯ ହେଲେ, ତେଣୁ ପରମେଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।

10 ଏପରି କରିବାର ଉଦ୍ଦେଶ୍ଯ ଥିଲା ଯେ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ ଲୋକ ଯେପରି ଯୀଶୁଙ୍କ ନାମ ଆଗ ରେ ମୁଣ୍ଡ ନୁଆଇଁବେ।

11 ଅତଏବ ପ୍ରେତ୍ୟକକ ଲୋକ ଯୀଶୁଖ୍ରୀଷ୍ଟ ଯେ ପ୍ରଭୁ ଏହା ସ୍ବୀକାର କରିବେ। ଏହା ସମାନେେ କହିବା ଦ୍ବାରା ପିତା ପରମେଶ୍ବରଙ୍କର ଗୌରବ ହବେ।

12 ମାେ ପ୍ରିୟ ମିତ୍ରଗଣ! ତୁମ୍ଭମାନେେ ସର୍ବଦା ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ଥିଲା ବେଳେ ତୁମ୍ଭମାନେେ ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ନ ଥିଲା ବେଳେ ମଧ୍ଯ ତୁମ୍ଭେ ତାହାଙ୍କ ବାଧ୍ଯ ହବୋ ଅଧିକ ଗୁରୁତ୍ତ୍ବପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହବୋ ଆବଶ୍ଯକ ଯେ ମାେ ସାହାୟ୍ଯ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ବରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।

13 ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।

14 ଅଭିଯୋଗ ବା ବାଦାନୁବାଦ ନ କରି ପ୍ରେତ୍ୟକକ କାର୍ୟ୍ଯ କର।

15 ତବେେ ଯାଇ ତୁମ୍ଭେ ନିର୍ଦ୍ ଦୋଷ ହବେ ଓ ତୁମ୍ଭ ଭିତ ରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ବରଙ୍କ ନିର୍ଦ୍ ଦୋଷ ପୁତ୍ର ହବେ। କିନ୍ତୁ ତୁମ୍ଭମାନେେ ନଷ୍ଟ ହାଇେ ଯାଉଥିବା ମନ୍ଦ ଲୋକଙ୍କ ମଧିଅରେ ରହୁଛ। କିନ୍ତୁ ସମାନଙ୍କେ ଭିତ ରେ ତୁମ୍ଭେ ହି ଅନ୍ଧକାରପୂର୍ଣ୍ଣ ଜଗତ ରେ ଜ୍ଯୋତିଃଭଳି ପ୍ରକାଶିତ ହେଉଛ।

16 ତୁମ୍ଭେ ସମାନଙ୍କେୁ ଜୀବନ ପ୍ରଦାନକାରୀ ଶିକ୍ଷା ଦିଅ। ତେଣୁ ଖ୍ରୀଷ୍ଟଙ୍କ ଆଗମନ ରେ ମୁଁ ଖୁସି ହବେି, କାରଣ ମୁଁ ଜାଣିବି ଯେ ମାରେ କାମ ବିଫଳ ହାଇେ ନାହିଁ। ମୁଁ ଜାଣିବି ଯେ ଦୌଡ଼ ପ୍ରତି ଯୋଗିତା ରେ ଦୌଡ଼ି ଜିତିଛି।

17 ପରମେଶ୍ବରଙ୍କ ସବୋ ରେ, ତୁମ୍ଭ ବିଶ୍ବାସ ତୁମ୍ଭକୁ ଏକ ବଳିଦାନ ରୂପେ ସବୋ କରିବା ପାଇଁ ପ୍ ରରଣୋ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସବୋ ରେ ମାେତେ ମାରେ ନିଜ ରକ୍ତ ମଧ୍ଯ ଉତ୍ସର୍ଗ କରିବାକୁ ପଡ଼ିପା ରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦ ରେ ପରିପୂର୍ଣ୍ଣ ଓ ଖୁସି ହବେି।

18 ତୁମ୍ଭମାନେେ ମଧ୍ଯ ମାେ ସହିତ ଖୁସି ହୁଅ ଓ ଆନନ୍ଦ ରେ ପରିପୂର୍ଣ୍ଣ ହୁଅ।

19 ପ୍ରଭୁ ଯୀଶୁଙ୍କଠା ରେ ମୁଁ ଆଶା କରେ ଯେ ତୀମଥିଙ୍କୁ ଖୁବ୍ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାଇବି। ତୁମ୍ଭମାନେେ କିପରି ଅଛ ଜାଣି ମୁଁ ଆନନ୍ଦିତ ହବେି।

20 ତୀମଥିଙ୍କ ଭଳି ମାେ ପାଖ ରେ ଆଉ କହେି ଲୋକ ନାହାଁନ୍ତି।

21 ସେ ପ୍ରକୃତ ରେ ତୁମ୍ଭ ପାଇଁ ମନୟୋଗୀ। ଅନ୍ୟ ଲୋକମାନେ କବଳେ ତାଙ୍କ ନିଜ ଜୀବନ ବିଷୟ ରେ ଆଗ୍ରହୀ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କାର୍ୟ୍ଯ ରେ ସମାନେେ ଆଗ୍ରହୀ ନୁହଁନ୍ତି।

22 ତୁମ୍ଭମାନେେ ଜାଣିଛ ଯେ ତୀମଥି କି ପ୍ରକାରର ଲୋକ। ପୁତ୍ର ଯେପରି ପିତାର ସବୋ କରେ, ସହେିପରି ସେ ମାେ ସହିତ ସୁସମାଚାର କହିବା ସମୟରେ ମାରେ ସବୋ କରିଛନ୍ତି ; ଏକଥା ତୁମ୍ଭମାନେେ ଜାଣ।

23 ମୁଁ ଶୀଘ୍ର ତାହାଙ୍କୁ ପଠାଇବା ଯୋଜନା କରୁଛି। ମାେ ସହିତ କ'ଣ ଘଟିବାକୁ ଯାଉଛି, ଜାଣିଲା ପରେ, ମୁଁ ତାଙ୍କୁ ପଠାଇବି।

24 ମୁଁ ନିଶ୍ଚିତ ଯେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ୟିବା ପାଇଁ ପ୍ରଭୁ ମାେତେ ସାହାୟ୍ଯ କରିବେ।

25 ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠା ରେ ମାରେ ଭାଇ। ସେ ମାେ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସବେକ ଓ କାର୍ୟ୍ଯକାରୀ। ମାେ ଦରକାର ବେଳେ ତୁମ୍ଭମାନେେ ତାହାଙ୍କୁ ମାେ ସାହାୟ୍ଯ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫରୋଇ ଦବେି।

26 ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହତେୁ ସେ ଚିନ୍ତିତ ଥିଲେ।

27 ସେ ଅସୁସ୍ଥ ଥିଲେ ଓ ମୃତ୍ଯୁର ଦ୍ବାର ଦେଶ ରେ ଥିଲେ। କିନ୍ତୁ ପରମେଶ୍ବର ତାହାଙ୍କୁ ଓ ମାେତେ ମଧ୍ଯ ସାହାୟ୍ଯ କଲେ, ଯେପରି ମାେ ପାଇଁ ଅଧିକ ଦୁଃଖ ନ ଘଟେ।

28 ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ଯ ତାହାଙ୍କୁ ଦେଖିଲେ ଖୁସି ହବେ, ମୁଁ ମଧ୍ଯ ତୁମ୍ଭ ବିଷୟ ରେ ଚିନ୍ତାମୁକ୍ତ ହବେି।

29 ସେଥିପାଇଁ ପ୍ରଭୁଙ୍କଠା ରେ ଆନନ୍ଦର ସହିତ ତାହାଙ୍କୁ ସ୍ବାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭମାନେେ ସମ୍ମାନ ଦିଅ।

30 ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାଯଃ ହାଇେ ଯାଇଥିବାରୁ ସମ୍ମାନିତ ହବୋ ଉଚିତ୍। ମାେତେ ସାହାୟ୍ଯ କରିବା ପାଇଁ ସେ ନିଜ ଜୀବନକୁ ବିପଦ ରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସବୋ ରେ ୟହା କମ୍ ରହି ଯାଇଥିଲା, ସତେିକି ସେ ପୂରଣ କରି ଦଇେଥିଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Filipenses 2, comparar traduções ou montar um estudo — tudo direto pelo WhatsApp.