Ezequiel 4

Oriya Bible (GL_ORIYA)

1 ହେ ମନୁଷ୍ଯ ପୁତ୍ର ତୁମ୍ଭ ସମ୍ମୁଖ ରେ ଖଣ୍ଡେ ଇଟା ରଖ ଓ ତହିଁରେ ୟିରୁଶାଲମ ନଗରର ନକ୍ସା ଅଙ୍କନ କର।

2 ଏବଂ ସଗେୁଡ଼ିକୁ ସୈନ୍ଯ ରେ ବେଷ୍ଟିତ କର, ତାହା ବିରୁଦ୍ଧ ରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧ ରେ ପ୍ରାଚୀର ନିର୍ମାଣ କର। ଆଉ ତାହା ବିରୁଦ୍ଧ ରେ ଛାଉଣୀ ସ୍ଥାପନ କର ଓ ଚତୁର୍ଦ୍ଦିଗ ରେ ପ୍ରାଚୀର ଭଦକେ ୟନ୍ତ୍ର ସ୍ଥାପନ କର।

3 ଏବଂ ଗୋଟିଏ ଲୁହାର କରଇେ ନିଅ ଏବଂ ତୁମ୍ଭ ଓ ନଗରର ନକ୍ସା ମଧିଅରେ ଲୁହାର ପ୍ରାଚୀର ରୂପେ ସ୍ଥାପନ କର ଏବଂ ଏହା ଆଡ଼କୁ ବୁଲିପଡ଼। ନଗର ତୁମ୍ଭର ଅବରୋଧିତ ହବେ। ଏହା ଇଶ୍ରାୟେଲୀୟମାନଙ୍କର ଏକ ଚିହ୍ନ ହବେ।

4 ଆଉ ତୁମ୍ଭେ ତୁମ୍ଭର ବାମପାଶର୍‌ବ ହାଇେ ପଡି ରହିବ। ଏହା ଦଖାୟୋଏ ଯେ, ତୁମ୍ଭେ ନିଜେ ଇଶ୍ରାୟେଲ ଲୋକମାନଙ୍କର ପାପ ବୋହିଛ। ଯେତଦେିନ ପର୍ୟ୍ଯନ୍ତ ତୁମ୍ଭେ ବାମପାଶର୍‌ବ ହାଇେ ଅପରାଧ ପଡ଼ି ରହିବ,

5 ତୁମ୍ଭେ ନିଶ୍ଚଯ 390 ଦିନ ଇଶ୍ରାୟେଲର ଦୋଷବହନ କରିବ। ଏହି ପ୍ରକା ରେ ମୁଁ ତୁମ୍ଭକୁ କହୁଅଛି, କେତଦେିନ ପର୍ୟ୍ଯନ୍ତ ଇଶ୍ରାୟେଲ ଦଣ୍ଡିତ ହବେ, ଗୋଟିଏ ଦିନ ସମାନ ଗୋଟିଏ ବର୍ଷ।

6 ଏହି ସମସ୍ତ ଦିନ ସମାପ୍ତି ପ ରେ ତୁମ୍ଭେ କଡ଼ ଲେଉଟାଇବ ଏବଂ ଆପଣା ଦକ୍ଷିଣ ପାଶର୍‌ବ ରେ ଶଯନ କରିବ। ଏହି ପ୍ରକା ରେ ଯିହୁଦାର ପାପ ପାଇଁ ଦଣ୍ଡ ତୁମ୍ଭେ ସମାନଙ୍କେୁ ଦଖାଇବେ। ଆମ୍ଭେ ନିରୂପିତ କରିଛୁ ଯେ, ତୁମ୍ଭମାନେେ ଏହା ଚାଳିଶ ଦିନ ପାଇଁ କରିବା ଉଚିତ୍। ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ଅଟେ।

7 ପରମେଶ୍ବର ପୁନର୍ବାର କହିଲେ, ବର୍ତ୍ତମାନ ୟିରୁଶାଲମର ଅବରୋଧିତ ନଗର ଆଡ଼କୁ ବୁଲିପଡ଼ ଏବଂ ରିକ୍ତ ହସ୍ତ ରେ ଏହା ବିରୁଦ୍ଧ ରେ ଭବିଷ୍ଯଦବାଣୀ କର।

8 ବର୍ତ୍ତମାନ ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁ ରେ ବାନ୍ଧି ଅଛୁ। ଏଣୁ ତୁମ୍ଭେ ତୁମ୍ଭର ନଗର ଉପ ରେ ଅବରୋଧର ସମାପ୍ତ ନ କରିବା ପର୍ୟ୍ଯନ୍ତ ଏ ପାଶର୍‌ବସ୍ଥ ସେ ପାଶର୍‌ବକୁ ଲେଉଟିବ ନାହିଁ।

9 ପୁନର୍ବାର ପରମେଶ୍ବର କହିଲେ, ତୁମ୍ଭେ ନିଜ ପାଇଁ ଗହମ, ୟବ, ଶିମ, ମସୁର, ଜୋଆର, ଓ ୟନ୍ନୀ ନଇେ ସଗେୁଡ଼ିକୁ ଗୋଟିଏ ପାତ୍ର ରେ ରଖ। ତୁମ୍ଭେ ତୁମ୍ଭର ଖାଦ୍ୟ ଏଥିରୁ ପ୍ରସ୍ତୁତ କରିବା ଉଚିତ୍। ଏହା ତୁମ୍ଭେ 390 ଦିନ ପର୍ୟ୍ଯନ୍ତ ତୁମ୍ଭେ ଖାଇବ ଏବଂ ଅନ୍ୟ ଏକ ପାଶର୍‌ବ ରେ ପଡ଼ିରହିବ। ସହେି ଦିନଗୁଡ଼ିକରେ ଏହିସବୁ ଖାଦ୍ୟ ଭୋଜନ କରିବ।

10 ତୁମ୍ଭେ ପ୍ରେତ୍ୟକକ ଦିନ କୋଡ଼ିଏ ଶକେଲ ଓଜନର ଖାଦ୍ୟ ଭୋଜନ କରିବ। ଦିନସାରା ଏହାକୁ ସମୟ ସମୟରେ ଖାଅ।

11 ଆଉ ତୁମ୍ଭେ ପ୍ରତିଦିନ ପରିମାଣ ଅନୁସାରେ ଏକ ହିନର ଷଷ୍ଠାଂଶ ଜଳପାନ କରିବ। ତୁମ୍ଭେ ସମୟକୁ ସମୟ ତାହା ପାନ କରିବ।

12 ପୁଣି ତୁମ୍ଭେ ସହେି ଖାଦ୍ୟ ଦ୍ରବ୍ଯ ୟବପିଷ୍ଟକ ପରି କରିବ ଓ ତାକୁ ମନୁଷ୍ଯର ବିଷ୍ଠା ଦ୍ବାରା ପାକ କରି ସମସ୍ତଙ୍କ ସମ୍ମୁଖ ରେ ଭୋଜନ କରିବ।

13 ତା'ପ ରେ ସଦାପ୍ରଭୁ କହିଲେ, ଏହି ପ୍ରକା ରେ ଇଶ୍ରାୟେଲର ଲୋକମାନେ ଜାତିମାନଙ୍କର ମଧିଅରେ ଅଶୁଚି ଖାଦ୍ୟ ଖାଇବେ, ଯେଉଁଠାକୁ ଆମ୍ଭେ ସମାନଙ୍କେୁ ବଳପୂର୍ବକ ତଡ଼ିଦବୋ।

14 ତା'ପ ରେ ମୁଁ କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ ! ଅଶୁଚି ଖାଦ୍ୟ ଖାଇବା ଦ୍ବାରା ମୁଁ ନିଜକୁ କବେେ ଅଶୁଚି କରି ନାହିଁ। ମୁଁ ବାଲ୍ଯକାଳରୁ ଆଜି ପର୍ୟ୍ଯନ୍ତ ସ୍ବଯଂମୃତ ପଶୁ, ପଚି ୟାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ବାରା ମରା ହାଇେଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାୟାଇଥିବା ମାଂସ ମାେ ପାଟି ରେ ଦଇେ ନାହିଁ।

15 ତା'ପ ରେ ପରମେଶ୍ବର ମାେତେ କହିଲେ, ଏହା ଉତ୍ତମ ଅଟେ। ମନୁଷ୍ଯ ବିଷ୍ଠା ବଦଳ ରେ ମୁଁ ତୁମ୍ଭକୁ ଗୋବର ବ୍ଯବହାର କରିବାକୁ ଦବେି। ତୁମ୍ଭେ ଏହାର ନିଆଁ ରେ ରୋଟୀ ସକେି ପାରିବ।

16 ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ୟିରୁଶାଲମକୁ ଖାଦ୍ୟ ଯୋଗଣ ବନ୍ଦ କରିବା। ସମାନେେ ଉତ୍କଣ୍ଠା ରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟ ରେ ସୀମିତ ପରିମାଣ ରେ ଜଳପାନ କରିବେ।

17 ଅନ୍ନ ଓ ଜଳର ଅଭାବ କାରଣରୁ, ସମାନେେ ପରସ୍ପରକୁ ଦେଖି ଆତଙ୍କିତ ହାଇଯେିବେ ଏବଂ ସମାନଙ୍କେର ପାପ ଯୋଗୁଁ କ୍ଷୀଣ ହାଇଯେିବେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Ezequiel 4, comparar traduções ou montar um estudo — tudo direto pelo WhatsApp.