Lucas 20
ସତିଅର୍ ବାଟ୍ (DSO) vs ARIB
1 ଦିନେକ୍ ଜିସୁ ମନ୍ଦିରେ ଲକ୍ମନ୍କେ ମାପ୍ରୁର୍ ନିମାନ୍ କାତାର୍ ସିକିଆ ଦେଇତେରଇଲା । ସେବେଲାଇ ମୁକିଅ ପୁଜାରିମନ୍, ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ ।
1 Num desses dias, quando Jesus ensinava o povo no templo, e anunciava o evangelho, sobrevieram os principais sacerdotes e os escribas, com os anciãos.
2 “ତୁଇ କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲୁସ୍ନି ? କେ ତକେ ଏ ଅଦିକାର୍ ଦେଲା ? ଆମ୍କେ କ ।”
2 e falaram-lhe deste modo: Dize-nos, com que autoridade fazes tu estas coisas? Ou, quem é o que te deu esta autoridade?
3 ମାତର୍ ଜିସୁ କଇଲା, “ମୁଇ ମିସା ତମ୍କେ ଗଟେକ୍ କାତା ପାଚାର୍ବି, ତମେ ମକେ କୁଆ ।
3 Respondeu-lhes ele: Eu também vos farei uma pergunta; dizei-me, pois:
4 ଜଅନ୍ କାର୍ ଅଦିକାର୍ ମିଲାଇ ଲକ୍ମନ୍କେ ଡୁବନ୍ ଦେଇତେ ରଇଲା ? ସରଗର୍ ପର୍ମେସର୍ ଦେଲାଟାନେ ଅନି କି, ଲକ୍ମନର୍ଟାନେ ଅନି ?”
4 O batismo de João era do céu ou dos homens?
5 ସେବେଲାଇ ସେମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଲାଇ । ଜଦି ଜଅନର୍ ଡୁବନ୍ ସର୍ଗେଅନି ବଲି କଇଲେ, କାଇକେ ତାକେ ବିସ୍ବାସ୍ କରାସ୍ ନାଇ ? ବଲି କଇବାଇ ।
5 Ao que eles arrazoavam entre si: Se dissermos: do céu, ele dirá: Por que não crestes?
6 ମାତର୍ ଆମେ ଲକ୍ମନର୍ତେଇଅନି ବଲି କଇଲେ ସବୁ ଲକ୍ ଆମ୍କେ ପାକ୍ନା ମାର୍ବାଇ । କାଇକେ ବଇଲେ, ଜଅନ୍ ସତଇସେ ପର୍ମେସରର୍ତେଇ ଅନି ଆଇଲା ବବିସତ୍ବକ୍ତା ବଲି ଆମର୍ ଜିଉଦି ଲକ୍ମନ୍ ବିସ୍ବାସ୍ କଲାଇନି ।
6 Mas, se dissermos: Dos homens, todo o povo nos apedrejará; pois está convencido de que João era profeta.
7 ଏଟା ବାବିକରି ସେମନ୍ “ଆମେ ନାଜାନୁ ।” ବଲି କଇଲାଇ ।
7 Responderam, pois, que não sabiam donde era.
8 ଆରି ଜିସୁ ସେମନ୍କେ କଇଲା, “ଏନ୍ତି ବଇଲେ ମୁଇ ମିସା କାର୍ ଅଦିକାର୍ ମିଲାଇକରି ଏସବୁ ବିସଇ କଲିନି, ସେଟା ତମ୍କେ ନ କଇ ।”
8 Replicou-lhes Jesus: Nem eu vos digo com que autoridade faço estas coisas.
9 ତାର୍ ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ ଗଟେକ୍ କାତାନି କଇଲା । “ଗଟେକ୍ ଲକ୍ ତାର୍ ପଦାଇ ଅଙ୍ଗୁର୍ ତାସ୍ କରି, କେତେଟା ତାସିକେ ଆଦିବାଗ୍ କର୍ବାକେ ଦେଲା । ଦେଇକରି ସେ ବେସି ଦିନର୍ ପାଇ ଗଟେକ୍ ଦୁର୍ ଦେସେ ରଇବାକେ ଉଟିଗାଲା ।
9 Começou então a dizer ao povo esta parábola: Um homem plantou uma vinha, arrendou-a a uns lavradores, e ausentou-se do país por muito tempo.
10 ଆରି ଅଙ୍ଗୁର୍ ତଲ୍ବାବେଲା କେଟ୍ଲାକେ ସାଉକାର୍ ତାର୍ ଗଟେକ୍ ଦାଙ୍ଗ୍ଡାକେ ତାର୍ ବାଗ୍ ମାଙ୍ଗି ଆନ୍ବାକେ ପାଟାଇଲା । ମାତର୍ ସେ ଲକ୍ମନ୍ ତାର୍ ବାଗ୍ ନ ଦେଇ ତାର୍ ଦାଙ୍ଗ୍ଡାକେ କୁଟ୍କୁଟା ମାରି ଚୁଚା ଆତେ ପାଟାଇଦେଲାଇ ।
10 No tempo próprio mandou um servo aos lavradores, para que lhe dessem dos frutos da vinha; mas os lavradores, espancando-o, mandaram-no embora de mãos vazias.
11 ତାର୍ ପଚେ ସେ ଆରି ଗଟେକ୍ ଦାଙ୍ଗ୍ଡାକେ ପାଟାଇଲା । ସେମନ୍ ତାକେ ମିସା ମାରିକରି ନିନ୍ଦା କାତା କଇ, ଲାଜ୍ କରାଇକରି ଚୁଚା ଆତେ ପାଟାଇ ଦେଲାଇ ।
11 Tornou a mandar outro servo; mas eles espancaram também a este e, afrontando-o, mandaram-no embora de mãos vazias.
12 ତାର୍ ପଚେ ସାଉକାର୍ ଆରି ଗଟେକ୍ ଦାଙ୍ଗ୍ଡାକେ ସେମନର୍ ଲଗେ ପାଟାଇଲା । ମାତର୍ ସେ ଦାଙ୍ଗ୍ଡାକେ ମିସା ରଗ୍ରଗା ଅଇତେ ମାରି କେଦିଦେଲାଇ ।”
12 E mandou ainda um terceiro; mas feriram também a este e lançaram-no fora.
13 ତାର୍ ପଚେ ସାଉକାର୍ ମନେ ମନେ ବାବ୍ଲା, “ଏବେ ମୁଇ କାଇଟା କର୍ବି ? ମୁଇ ବେସି ଆଲାଦ୍ କର୍ବା ମର୍ ପିଲାକେ ପାଟାଇବି । ବାଇଦରେ ସେମନ୍ ତାକେ ମାନ୍ବାଇ ।”
13 Disse então o senhor da vinha: Que farei? Mandarei o meu filho amado; a ele talvez respeitarão.
14 ମାତର୍ ସେମନ୍ ସେ ପିଲା ଆଇବାଟା ଦେକିକରି ତାକର୍ ବିତ୍ରେ କାତାଅଇଲାଇ, “ଏଟାସେ ସେ ସାଉକାରର୍ ପିଲା, ଆମେ ଆକେ ମରାଇଦେଲେ ଏ ସବୁ ଦନ୍ ଆମର୍ ଅଇଜାଇସି ।
14 Mas quando os lavradores o viram, arrazoaram entre si, dizendo: Este é o herdeiro; matemo-lo, para que a herança seja nossa.
15 ଆରି ସେମନ୍ ସାଉକାରର୍ ପିଲାକେ ବାଇରେ ନେଇ ମାରି ମରାଇଦେଲାଇ । ଏନ୍ତି ବଇଲେ ସାଉକାର୍ ସେ ଲକ୍ମନ୍କେ କାଇଟା କରିରଇସି ?
15 E lançando-o fora da vinha, o mataram. Que lhes fará, pois, o senhor da vinha?
16 ମୁଇ ତମ୍କେ କଇଲିନି, ସେ ଆସିକରି ସେ ଲକ୍ମନ୍କେ ମରାଇ ଦେଇସି । ଆରି ବଡ୍ ବିନ୍ଲକ୍ମନ୍କେ ଆଦିବାଗ୍ କର୍ବାକେ ଦେଇସି ।” ମାତର୍ କାତାନି ସୁନ୍ତେ ରଇଲା ଲକ୍ମନ୍ କଇଲାଇ, “ଏନ୍ତାର୍ କେବେ ମିସା ନଅ ।”
16 Virá e destruirá esses lavradores, e dará a vinha a outros. Ouvindo eles isso, disseram: Tal não aconteça!
17 ମାତର୍ ଜିସୁ ଲକ୍ମନ୍କେ ନିକ ଦେକିକରି କଇଲା,
17 Mas Jesus, olhando para eles, disse: Pois, que quer dizer isto que está escrito: A pedra que os edificadores rejeitaram, essa foi posta como pedra angular?
18 ଜନ୍ ଲକ୍ମନ୍ ସେ ପାକ୍ନା ଉପ୍ରେ ଅଦର୍ବାଇ, ସେମନ୍ କଣ୍ଡ୍ କଣ୍ଡ୍ ଅଇଜିବାଇ, ଆରି ସେ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେ ବିଲି ଆଜିଜାଇସି ।”
18 Todo o que cair sobre esta pedra será despedaçado; mas aquele sobre quem ela cair será reduzido a pó.
19 ସେବେଲା ସାସ୍ତର୍ ସିକାଉମନ୍ ଆରି ମୁକିଅ ପୁଜାରିମନ୍ ଜିସୁର୍ କାତାନି ସୁନି, ତାକେ ଦାପ୍ରେ ବନ୍ଦି କର୍ବାକେ ବାଟ୍ କଜ୍ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍ ବାଡର୍ କାତା, ସେମନର୍ ବିସଇନେଇ କଇଲାନି ବଲି ବୁଜ୍ଲାଇ । ମାତର୍ ସେମନ୍ ଲକ୍ମନ୍କେ ଡର୍ତେ ରଇଲାଇ ।
19 Ainda na mesma hora os escribas e os principais sacerdotes, percebendo que contra eles proferira essa parábola, procuraram deitar-lhe as mãos, mas temeram o povo.
20 ସେଟାର୍ପାଇ ସେମନ୍ ତାର୍ ବୁଲ୍ ଦାର୍ବାକେ ଗଟେକ୍ ସୁଜଗ୍ କଜ୍ତେ ରଇଲାଇ । ସେମନ୍ କେତେଟା ଚର୍ମନ୍କେ ଲାଁଚ୍ଦେଇ ଦରମ୍ ଲକ୍ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍ ଟଣ୍ଡେଅନି ବୁଲ୍କାତା ବାର୍କରାଇ, ଦସ୍ ଦାରି, ରମିୟ ସାସନ୍କାରିଆକେ ସର୍ପି ଦେବାକେ ମନ୍କର୍ତେ ରଇଲାଇ ।
20 E, aguardando oportunidade, mandaram espias, os quais se fingiam justos, para o apanharem em alguma palavra, e o entregarem à jurisdição e à autoridade do governador.
21 ସେଟାର୍ପାଇ ସେ ଚର୍ମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ତମେ ଟିକ୍ କଇଲାସ୍ନି ଆରି ଟିକ୍ ସିକାଇଲାସ୍ନି ବଲି ଆମେ ଜାନିଆଚୁ । କାର୍ବାଟେ ନ ଅଇ ଲକ୍ମନର୍ ଜିବନର୍ପାଇ ପର୍ମେସରର୍ ସତ୍ ବିସଇସେ ସିକାଇଲୁସ୍ନି ।
21 Estes, pois, o interrogaram, dizendo: Mestre, sabemos que falas e ensinas retamente, e que não consideras a aparência da pessoa, mas ensinas segundo a verdade o caminho de Deus;
22 ଏବେ ତୁଇ ଆମ୍କେ କଅ, ରମିୟ ସର୍କାରର୍ ରାଜା କାଇସର୍କେ ସିସ୍ତୁ ଦେବାଟା ଆମର୍ ନିୟମ୍ ଇସାବେ ଟିକ୍ କି ନାଇ ?”
22 é-nos lícito dar tributo a César, ou não?
23 ମାତର୍ ଜିସୁ ସେମନର୍ ମନ୍ବିତ୍ରର୍ କାତା ଜାନିକରି କଇଲା,
23 Mas Jesus, percebendo a astúcia deles, disse-lhes:
24 “ମକେ ଗଟେକ୍ ରମିୟ ସର୍କାରର୍ ଅଦ୍ଲି ଡାବୁ ଦେକାଆ । ତେଇ କାର୍ ମୁର୍ତି ଆରି କାର୍ ନାଉଁ ଆଚେ ?” “କାଇସରର୍ ମୁର୍ତି ଆରି ନାଉଁ ଆଚେ ।” ବଲି ସେମନ୍ କଇଲାଇ ।
24 Mostrai-me um denário. De quem é a imagem e a inscrição que ele tem? Responderam: De César.
25 “ସେନ୍ତାର୍ ରଇଲେ ଜନ୍ଟା କାଇସରର୍ଟା ସେଟା କାଇସର୍କେ ଦିଆସ୍, ଜନ୍ଟା ପର୍ମେସରର୍ଟା ସେଟା ପର୍ମେସର୍କେ ଦିଆସ୍ ।” ବଲି କଇଲା ।
25 Disse-lhes então: Dai, pois, a César o que é de César, e a Deus o que é de Deus.
26 ଏ କାତା ସୁନି ସବୁଲକର୍ ମୁଆଟେ ସେମନ୍ ଜିସୁର୍ ବୁଲ୍ ଦାର୍ବାର୍ ନାପାର୍ଲାଇ । ଆରି ଜିସୁର୍ କାତା ସୁନି ସେମନ୍ କାବାଅଇଜାଇ, ଚୁପ୍ଅଇ ରଇଲାଇ ।
26 E não puderam apanhá-lo em palavra alguma diante do povo; e admirados da sua resposta, calaram-se.
27 ତାର୍ ପଚେ କେତେଟା ସାଦୁକି ଲକ୍ମନ୍ ଜିସୁର୍ ଲଗେ ଗାଲାଇ । ସେମନ୍, ମଲା ଲକ୍ମନ୍ ଆରି ତରେକ୍ ଜିବନ୍ଅଇ ଉଟ୍ବା ବିସଇ ବିସ୍ବାସ୍ ନ କର୍ତେ ରଇଲାଇ ।
27 Chegaram então alguns dos saduceus, que dizem não haver ressurreição, e perguntaram-lhe:
28 ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ମସା ଆମର୍ ପାଇ ଏନ୍ତି ନିୟମ୍ ଲେକିଆଚେ ଜେ, ଗଟେକ୍ ଲକ୍ ବିବାଅଇ ପିଲାଟକି ନ ଅଇତେ ମରିଗାଲେ ତାର୍ ବାଇ ସେ ରାଣ୍ଡିମାଇଜିକେ ସଙ୍ଗଇସି । ଆରି ପିଲାଟକି ଅଇଲେ ତାର୍ ବଡ୍ବାଇର୍ କୁଟୁମ୍ ରକିଆ ଅଇସି ।
28 Mestre, Moisés nos deixou escrito que se morrer alguém, tendo mulher mas não tendo filhos, o irmão dele case com a viúva, e suscite descendência ao irmão.
29 ଏନ୍ତି ସାତ୍ବାଇ ରଇଲାଇ । ପର୍ତୁମ୍ ବାଇ ବିବା ଅଇ ପିଲାଟକି ନଇତେ ମରିଗାଲା ।
29 Havia, pois, sete irmãos. O primeiro casou-se e morreu sem filhos;
30 ତାର୍ ପଚେ ବଡ୍ମଜିଆ ରାଣ୍ଡିମାଇଜିକେ ସଙ୍ଗଇଲା । ମାତର୍ ସେ ମିସା ପିଲାଟକି ନଇତେ ମରିଗାଲା ।
30 então o segundo, e depois o terceiro, casaram com a viúva;
31 ତାର୍ ପଚେ ମଜିଆବାଇ ରାଣ୍ଡିମାଇଜିକେ ସଙ୍ଗଇଲାକେ ପିଲାଟକି ନଇତେ ମରିଗାଲା । ସେନ୍ତି ସେ ରାଣ୍ଡିମାଇଜିକେ ସାତ୍ ବାଇ ଜାକ ସଙ୍ଗଇ ପିଲାଟକି ନଇତେ ମରିଗାଲାଇ ।
31 e assim todos os sete, e morreram, sem deixar filhos.
32 ସାରାସାରି ପଚେ ସେ ମିସା ମରିଗାଲା ।
32 Depois morreu também a mulher.
33 ଏନ୍ତି ବଇଲେ ମଲାତେଇଅନି ଉଟ୍ଲା ପଚେ ସେ କାର୍ ମାଇଜି ଅଇସି ? କାଇକେ ବଇଲେ ସେମନ୍ ସାତ୍ ଲକ୍ଜାକ ତାକେ ସଙ୍ଗଇ ରଇଲାଇ ।”
33 Portanto, na ressurreição, de qual deles será ela esposa, pois os sete por esposa a tiveram?
34 ଜିସୁ ସେମନ୍କେ କଇଲା, “ଏ ଜୁଗର୍ ମାଇଜି ମନସ୍ ବିବା ଅଇବାଇ,
34 Respondeu-lhes Jesus: Os filhos deste mundo casaram-se e dão-se em casamento;
35 ମାତର୍ ଜନ୍ ମାଇଜିମନସ୍ ମଲାଟାନେଅନି ଉଟି, ଆଇବା ଜଗତେ ଜିଇବା କାଇବାକେ ବାଚିଅଇଆଚତ୍, ସେମନ୍ ବିବା ନ ଅଅତ୍ ।
35 mas os que são julgados dignos de alcançar o mundo vindouro, e a ressurreição dentre os mortos, nem se casam nem se dão em casamento;
36 ସେମନ୍ ପର୍ମେସରର୍ ଦୁତ୍ମନର୍ପାରା ଅଇ ଆରି କେବେମିସା ନ ମରତ୍ । ପଚେ ମଲାଟାନେଅନି ଉଟି ପର୍ମେସରର୍ ପିଲାଟକି ଅଇ ରଇବାଇ ।
36 porque já não podem mais morrer; pois são iguais aos anjos, e são filhos de Deus, sendo filhos da ressurreição.
37 ମସା ବଲ୍ କରି ବୁଜାଇ ଦେକାଇଦେଇ ଆଚେ । ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ଲାଗ୍ତେ ରଇବା ବୁଟାର୍ କାତାଇ, ମସା ଅବ୍ରାଆମର୍ ପର୍ମେସର୍, ଇସାକର୍ ପର୍ମେସର୍ ଆରି ଜାକୁବର୍ ପର୍ମେସର୍ ବଲି ପର୍ମେସର୍କେ ଜାନାଇ ଆଚେ ।
37 Mas que os mortos hão de ressurgir, o próprio Moisés o mostrou, na passagem a respeito da sarça, quando chama ao Senhor; Deus de Abraão, e Deus de Isaque, e Deus de Jacó.
38 ପର୍ମେସର୍ ମଲା ଲକ୍ମନର୍ ମାପ୍ରୁ ନଏଁ, ଜିବନ୍ ରଇଲା ଲକ୍ମନର୍ ମାପ୍ରୁ । ପର୍ମେସରର୍ ଦେକ୍ବା ଇସାବେ ତେଇ ସେମନ୍ ସବୁ ଲକ୍ ଜିବନ୍ ଅଇଆଚତ୍ ।”
38 Ora, ele não é Deus de mortos, mas de vivos; porque para ele todos vivem.
39 ତାର୍ ପଚେ କେତେଟା ସାସ୍ତର୍ ସିକାଉମନ୍ “ଏ ଗୁରୁ ତୁଇ ବଡେ ନିକସଙ୍ଗ୍ ଉତର୍ ଦେଇଆଚୁସ୍ !” ବଲି ଜିସୁକେ କଇଲାଇ ।
39 Responderam alguns dos escribas: Mestre, disseste bem.
40 କାଇକେବଇଲେ ଜିସୁକେ ଆରି କେ ମିସା ପର୍ସନ୍ ପାଚାର୍ବାକେ ସାଆସ୍ କରତ୍ ନାଇ ।
40 Não ousavam, pois, perguntar-lhe mais coisa alguma.
41 ତାର୍ ପଚେ ଜିସୁ ତାର୍ କାତା ସୁନ୍ବା ଲକ୍ମନ୍କେ ପାଚାର୍ଲା, “ପର୍ମେସର ବାଚିପାଟାଇଲା କିରିସ୍ଟ ଦାଉଦ୍ ରାଜାର୍ ନାତିତିତି ବଲି ଲକ୍ମନ୍ କାଇକେ କଇଲାଇନି ?”
41 Jesus, porém, lhes perguntou: Como dizem que o Cristo é filho de Davi?
42 କାଇକେ ବଇଲେ ଦାଉଦ୍ ରାଜା ଗିତ୍ସଙ୍ଗିତା ବଇତେଇ ନିଜେ ଏନ୍ତି ଲେକି ଆଚେ,
42 Pois o próprio Davi diz no livro dos Salmos: Disse o Senhor ao meu Senhor: Assenta-te à minha direita,
43 ମୁଇ ତର୍ ବିରଦିମନ୍କେ ଆରାଇକରି ତର୍ ପାଦ୍ତଲେ ସଙ୍ଗଇବା ପିଡାପାରା ନ କର୍ବା ଜାକ,
43 até que eu ponha os teus inimigos por escabelo dos teus pés.
44 ଜଦି ଦାଉଦ୍ ରାଜା କିରିସ୍ଟକେ ମାପ୍ରୁ ବଲି ଡାକି ରଇଲେ ଆରି କିରିସ୍ଟ କେନ୍ତି ଦାଉଦ୍ ରାଜାର୍ ନାତିତିତି ଅଇସି ? ବଲି ପାଚାର୍ଲା ।
44 Logo Davi lhe chama Senhor como, pois, é ele seu filho?
45 ସେବେଲା ସବୁ ଲକ୍ମନ୍ ଜିସୁ ସିକାଇବା ବିସଇ ସୁନ୍ତେ ରଇଲାବେଲେ, ସେ ତାର୍ ସିସ୍ମନ୍କେ କଇଲା,
45 Enquanto todo o povo o ouvia, disse Jesus aos seus discípulos:
46 “ନିୟମ୍ ସିକାଇବା ଲକ୍ମନର୍ତେଇଅନି ଜାଗ୍ରତ୍ ରୁଆ । ସେମନ୍ ନିମାନ୍ ପଚିଆ ପିନ୍ଦି ବୁଲ୍ବାକେ ମନ୍ କର୍ବାଇ । ଆଟେବାଟେ ଜୁଆର୍ ପାଇବାକେ, ପାର୍ତନା ଗରର୍ ମୁକିଆ ଜାଗାଇ ବସ୍ବାକେ, ଆରି ବଜିତେଇ ସବୁ ଲକର୍ଟାନେଅନି ଆଗ୍ତୁ ବସ୍ବାକେ ମନ୍ କର୍ବାଇ ।
46 Guardai-vos dos escribas, que querem andar com vestes compridas, e gostam das saudações nas praças, dos primeiros assentos nas sinagogas, e dos primeiros lugares nos banquetes;
47 ସେମନ୍ ଲାଜ୍ ନଅଇ ରାଣ୍ଡି ମାଇଜିମନ୍କେ ନାଡାଇକରି ସେମନର୍ ଦନ୍ସଁପତି ଜୁରି ନେବାଇ । ମାତର୍ ସେମନ୍ ନିମାନ୍ ଲକର୍ପାରା ଦେକାଇଅଇବାଇ । ଆରି ଲକ୍ମନର୍ ମୁଆଟେ ବେସି ଲମାଇକରି ପାର୍ତନା କର୍ବାଇ । ଏନ୍ତାରି ଲକ୍ମନ୍କେ ପର୍ମେସର ବେସି ବଡ୍ ଡଣ୍ଡ୍ ଦେଇସି ।”
47 que devoram as casas das viúvas, fazendo, por pretexto, longas orações; estes hão de receber maior condenação.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Lucas 20, comparar traduções ou montar um estudo — tudo direto pelo WhatsApp.