Gálatas 5
ସତିଅର୍ ବାଟ୍ (DSO) vs VC
1 ଏବେ ଆମେ ବାନ୍ଦ୍ନେଅନି ମୁକ୍ଲିଆଚୁ । ଆମ୍କେ କିରିସ୍ଟ ବାନ୍ଦନେଅନି ମୁକ୍ଲାଇଆଚେ । ସେଟାର୍ ପାଇ ଆମେ ବାନ୍ଦନ୍ କୁସ୍ଲାଇ ଡାଟ୍ ସଙ୍ଗ୍ ରଉଁ । ଆରି ତରେକ୍ ଗତିଦାଙ୍ଗ୍ଡାର୍ ବାନ୍ଦନେ ବାନ୍ଦିଅଇବାକେ ନ ଦେଉ ।
1 É para que sejamos homens livres que Cristo nos libertou. Ficai, portanto, firmes e não vos submetais outra vez ao jugo da escravidão.
2 ମୁଇ ପାଉଲ୍ ଏବେ କଇଲିନି ସୁନା, ତମେ ଜଦି ପର୍ମେସରର୍ ମୁଆଟେ ଦରମ୍ ଅଇବାକେ ସୁନତ୍ ଅଇବା ରିତିନିତି ମାନ୍ଲାସ୍ନି, ତମ୍କେ କିରିସ୍ଟ ଆରି ଲଡାନାଇ ବଲି ତେଇଅନି ଜାନା ପଡ୍ଲାନି ।
2 Eis que eu, Paulo, vos declaro: se vos circuncidardes, de nada vos servirá Cristo.
3 ଜନ୍ ଲକ୍ ସୁନତ୍ ଅଇବାକେ ଗାଲାନି, ମୁଇ ଆରିତରେକ୍ ତାକେ ଜାଗ୍ରତ୍ କରାଇଦେଲିନି ଜେ, ମସାର୍ ନିୟମ୍ ପୁରାପୁରୁନ୍ ମାନ୍ବାର୍ ଆଚେ ।
3 E atesto novamente, a todo homem que se circuncidar: ele está obrigado a observar toda a lei.
4 ତମର୍ ବିତ୍ରେ ଜେତ୍କି ଲକ୍ ନିୟମ୍ ମାନ୍ଲାର୍ପାଇ ପର୍ମେସରର୍ ମୁଆଟେ ଦରମ୍ ଅଇବାକେ ଚେସ୍ଟା କଲାସ୍ନି, । ତମେ କିରିସ୍ଟତେଇ ଅନି ବିନେ ଅଇଆଚାସ୍, ଆରି ପର୍ମେସରର୍ ଜିବନ୍ ଦୁକାଇଲାତେଇଅନି ବାଇରେ ଆଚାସ୍ ।
4 Já estais separados de Cristo, vós que procurais a justificação pela lei. Decaístes da graça.
5 ମାତର୍ ଆମେ ଆସାକଲୁନି ଜେ, ପରମେସର୍ ଆମ୍କେ ତାର୍ ବିଚାର୍ ଇସାବେ ଦସ୍ ନଇଲା ଲକ୍ ବଲି କଇସି, ଜନ୍ ସୁକଲ୍ ଆତ୍ମାର୍ ବପୁ ବିସ୍ବାସର୍ ଲାଗି ଆମର୍ ବିତ୍ରେ କାମ୍ କଲାନି, ସେ ବପୁର୍ ଲାଗି ସେଟା ଅଇସିବଲି ଆମେ ଜାଗ୍ଲୁନି ।
5 Quanto a nós, é espiritualmente, da fé, que aguardamos a justiça esperada.
6 କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।
6 Estar circuncidado ou incircunciso de nada vale em Cristo Jesus, mas sim a fé que opera pela caridade.
7 ତମେ ନିମାନ୍ ସଙ୍ଗ୍ ଆଗ୍କେ ଜାଇତେ ରଇଲାସ୍ ! ସତ୍ ବାଟେ ଇଣ୍ଡ୍ଲା ବେଲେ, କେ ତମ୍କେ ଅଟ୍କାଇଲା ? କାରାପ୍ ବାଟେ ଜିବାକେ କେ ଉସ୍କାଇଲା ?
7 Corríeis bem. Quem, pois, vos cortou os passos para não obedecerdes à verdade?
8 ତମ୍କେ ଡାକି ରଇଲା ପରମେସର୍ଟାନେଅନି ଏଟା ଅଏନାଇ ।
8 Esta sugestão não vem daquele que vos chama.
9 କାତାଇ ଆଚେ, ଚକ୍ଟି ରଇବା ସବୁ ଅଟାଗୁଣ୍ଡ୍ ପୁଲାଇବାକେ କଣ୍ଡେକ୍ସେ କମିର୍ ଲଡା ।
9 Um pouco de fermento leveda toda a massa.
10 ସେଟା ଜାଇଟା ଅଇଲେ ମିସା ଅଅବେ, ଏବେ ଜାକ ମର୍ ତମର୍ ଉପ୍ରେ ଆସାବର୍ସା ଆଚେ । କାଇକେ ବଇଲେ ଆମେ ସବୁ ଲକ୍ ମାପ୍ରୁର୍ ସଙ୍ଗ୍ ମିସି ଆଚୁ । ମୁଇ ବିସ୍ବାସ୍ କଲିନି, ତମେ ମର୍ ସିକିଆ ବିରଦ୍ ନ କରାସ୍ । ଆରି ଜନ୍ ଲକ୍ ତମ୍କେ କଚପଚ କଲାଇନି, ସେ ଜେ ଅଇରଇଲେ ମିସା, ତାକେ ପର୍ମେସର୍ ଡଣ୍ଡ୍ ଦେଇସି ।
10 Tenho confiança no Senhor a vosso respeito, que de maneira alguma mudareis de sentir. Portanto, quem vos perturbar responderá por isto, seja quem for.
11 ମାତର୍ ଏ ବାଇବଇନିମନ୍, ମୁଇ ଆଜିକେଜାକ ଜିଉଦି ନ ଅଇଲା ଲକ୍ମନ୍ ବିସ୍ବାସ୍ କଲେ ମିସା, ସୁନତ୍ କର୍ବାର୍ ଆଚେ ଆକା ବଲି ସିକାଇଲିନି ପନି । ମୁଇ ଏନ୍ତାରି ସିକାଇଲିନି ବଲି, କେତେକ୍ ଲକ୍ମନ୍ କଇବୁଲ୍ଲାଇନି । ସେନ୍ତାର୍ଆଲେ ମୁଇ ଏବେ ମିସା କାଇକେ ନିନ୍ଦା ପାଇଲିନି ? ତେବେ ମୁଇ କିରିସ୍ଟର୍ କୁରୁସ୍ ବିସଇ ଜାନାଇବାଟା ସୁନିକରି ଜିଉଦିଲକ୍ମନ୍ ରିସା ନ ଅଇତାଇ ।
11 Se é verdade, irmãos, que ainda prego a circuncisão, por que, então, sou perseguido? Assim o escândalo da cruz teria cessado!
12 ମୁଇ ମନ୍ କଲିନି, ଏ ବିସଇନେଇ ଜେ ଜେ ତମ୍କେ କଚପଚ କଲାଇନି, ସେମନ୍ ଆରି ଅଲପ୍ ଆଗ୍କେ ଜାଅତ୍ । ଉଜେ ସୁନତ୍ ନ ଅଇ ସେମନର୍ ଲିଙ୍ଗ୍ ପୁରାପୁରନ୍ କାଟି ଦେଅତ୍ !
12 Oxalá acabem por mutilar-se os que vos inquietam!
13 ଏ ବାଇବଇନିମନ୍, ନିୟମର୍ ଡଣ୍ଡେଅନି ମୁକ୍ଲାଇ ଅଇବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । ମାତର୍ ଜାଗ୍ରତ୍, ଏବେ ଆରି ଗାଗଡର୍ ମନ୍ କର୍ବାଟା ସବୁ ପୁରାପୁରୁନ୍ କରିଅଇସି ବଲି କୁଆନାଇ । ମାତର୍ ଆଲାଦେଅନି ଚଲାଚଲ୍ତି ଅଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସେବା କରା ।
13 Vós, irmãos, fostes chamados à liberdade. Não abuseis, porém, da liberdade como pretexto para prazeres carnais. Pelo contrário, fazei-vos servos uns dos outros pela caridade,
14 କାଇକେ ବଇଲେ ସବୁ ନିୟମ୍ ଏ ଗଟେକ୍ ବାକିଅତେଇ ସିଦ୍ ଅଇସି, ତମେ ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍କେ ଆଲାଦ୍ କରା ।
14 porque toda a lei se encerra num só preceito: Amarás o teu próximo como a ti mesmo {Lv 19,18}.
15 ମାତର୍ ତମେ ଜଦି କିରମାର ଅଇ ତମର୍ ବିତ୍ରେ ଚାବାକାତ୍ରା ଅଇସା, ତେବେ ଜାଗ୍ରତ୍, ଜେନ୍ତିକି ତମର୍ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ମାରି ନସ୍ଟ ନ ଉଆ ।
15 Mas, se vos mordeis e vos devorais, vede que não acabeis por vos destruirdes uns aos outros.
16 ମର୍ କଇବା କାତା ଅଇଲାନି, କେନ୍ତି ଚଲାଚଲ୍ତି କର୍ବାର୍ ସେଟା ସୁକଲ୍ଆତ୍ମା ତମ୍କେ ସିକାଅ । ସେନ୍ତି ବଇଲେ, ତମେ ଆରି ଲକର୍ ଚଲନ୍ ଆରି ଲାଲ୍ସା ବାଟେ ନ ଜାଆସ୍ ।
16 Digo, pois: deixai-vos conduzir pelo Espírito, e não satisfareis os apetites da carne.
17 ଲକର୍ ଚଲନ୍ ସୁକଲ୍ଆତ୍ମାର୍ ବିରଦି । ସେନ୍ତି ସେ ସୁକଲ୍ଆତ୍ମା ମନ୍ କର୍ବାଟା, ଲକର୍ ଚଲନର୍ ବିରଦି । ଏମନ୍ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସତ୍ରୁ । ସେଟାର୍ ପାଇ ତମେ କାଇଟା କର୍ବାକେ ମନ୍ କଲାସ୍ନି ସେଟା କରି ନାପାରାସ୍ ।
17 Porque os desejos da carne se opõem aos do Espírito, e estes aos da carne; pois são contrários uns aos outros. É por isso que não fazeis o que quereríeis.
18 ଜଦି ସୁକଲ୍ଆତ୍ମା ତମ୍କେ ଚାଲ୍ନା ଦେଇସି, ତେବେ ତମେ ଆରି ମସାର୍ ନିୟମର୍ ତଲେ ନାଇ ।
18 Se, porém, vos deixais guiar pelo Espírito, não estais sob a lei.
19 ଗାଗଡର୍ କାମ୍ମନ୍ ତା ନିକ ସଙ୍ଗ୍ ଜାନା ପଡ୍ଲାନି, ବେସିଆ କାମ୍ କର୍ବାଟା, ସୁକଲ୍ ନଇଲାଟା,
19 Ora, as obras da carne são estas: fornicação, impureza, libertinagem,
20 କାରାପ୍ ଇସାବେ ଦେକ୍ବାଟା, ପୁତ୍ଲାପୁଜା କର୍ବାଟା, ଜାଦୁବିଦିଆ କର୍ବାଟା, ଲାଗାଜଡା କରି ସତ୍ରୁ ଅଇବାଟା, ଆଁକାର୍ ଅଇବାଟା, ରିସା ଅଇବାଟା, କାମ୍ ଅଇଲାପଚେ ପାଚାରି ନ ଦେକ୍ବାଟା, ଦଲ୍ବିରଦି ଅଇବାଟା, କିରମାର୍ ଅଇବାଟା,
20 idolatria, superstição, inimizades, brigas, ciúmes, ódio, ambição, discórdias, partidos,
21 ଇଁସାତଲା ଅଇବାଟା, ମାତୁଆଲ୍ ଅଇବାଟା, ମଜାମଜ୍ଲିସ୍ ଅଇବାଟା, ଏ ସବୁ କାମ୍ମନ୍ ମୁଇ ଆଗ୍ତୁ ଜେନ୍ତି ତମ୍କେ କଇରଇଲି, ସେଟାର୍ ପାଇ ଆରିତରେକ୍ କଇଦେଲିନି ଜେ, ଜନ୍ ଲକ୍ମନ୍ ଏନ୍ତାରି କାମ୍ କର୍ବାଇ, ସେମନ୍ ପରମେସରର୍ ରାଇଜେ ପୁର୍ବା ଅଦିକାର ପାଇ ନାପାରତ୍ ।
21 invejas, bebedeiras, orgias e outras coisas semelhantes. Dessas coisas vos previno, como já vos preveni: os que as praticarem não herdarão o Reino de Deus!
22 ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା,
22 Ao contrário, o fruto do Espírito é caridade, alegria, paz, paciência, afabilidade, bondade, fidelidade,
23 ଏ ସବୁର୍ ଚଲନ୍ ମାନ୍ବା ଲକ୍ ନିୟମର୍ ବିରୁଦେ କାଇଟା ନ କରେ ।
23 brandura, temperança. Contra estas coisas não há lei.
24 ଜନ୍ ଲକ୍ମନ୍ କିରିସ୍ଟ ଜିସୁର୍, ସେମନ୍ ତାକର୍ ଗାଗଡ୍କେ ତାର୍ ମନ୍ କର୍ବାଟା ଆରି ଆସା କର୍ବାଟା ସଙ୍ଗ୍ କୁର୍ସତେଇ ମରାଇ ଆଚତ୍ ।
24 Pois os que são de Jesus Cristo crucificaram a carne, com as paixões e concupiscências.
25 ଜଦି ଆମେ ସୁକଲ୍ଆତ୍ମାଇଅନି ଜିବନ୍ ପାଇଆଚୁ, ତେବେ ଆତ୍ମାର୍ ଇସାବେ ଚଲାଚଲ୍ତି କରୁ ।
25 Se vivemos pelo Espírito, andemos também de acordo com o Espírito.
26 ଆମେ ଚୁଚାଇ ବଡ୍ପନ୍ ଅଇ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ରିସା ନ କରୁ ଆରି ଇଁସା ନ କରୁ ।
26 Não sejamos ávidos da vanglória. Nada de provocações, nada de invejas entre nós.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gálatas 5, comparar traduções ou montar um estudo — tudo direto pelo WhatsApp.