2 Coríntios 7
ସତିଅର୍ ବାଟ୍ (DSO) vs ARA
1 ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।
1 Tendo, pois, ó amados, tais promessas, purifiquemo-nos de toda impureza, tanto da carne como do espírito, aperfeiçoando a nossa santidade no temor de Deus.
2 ତମେ ଆମ୍କେ ଅଦିକ୍ ଆଲାଦ୍ କର୍ବା ଦର୍କାର୍ । ଆମେ ତମର୍ ବିରୁଦେ କାଇ ଦସ୍ କରୁନାଇ । ଆମେ କାକେ ନସ୍ଟ କରୁନାଇ, କି କାକେ ନାଡାଉ ନାଇ ।
2 Acolhei-nos em vosso coração; a ninguém tratamos com injustiça, a ninguém corrompemos, a ninguém exploramos.
3 ମୁଇ ତମ୍କେ ଦସ୍ଦେବାକେ ଏ କାତା କଇନାଇ । ଆଗ୍ତୁ କଇଲାପାରା, ଆମେ ତମ୍କେ ସତ୍ସେ ଆଲାଦ୍ କଲିନି, ବଁଚି ରଇଲେ କି ମଲେ ମିସା, ତମେ ଆମର୍ ମନ୍ ବିତ୍ରେ ଆଚାସ୍ ।
3 Não falo para vos condenar; porque já vos tenho dito que estais em nosso coração para, juntos, morrermos e vivermos.
4 ତମର୍ ଲଗେ ମର୍ ବିସ୍ବାସ୍ ଆଚେ । ଆରି ମୁଇ ତମର୍ ବିସଇନେଇ ବଡ୍ପନ୍ ଅଇଲିନି । ଆମେ ବେସି ଦୁକ୍ କସ୍ଟ ଆଇଲେ ମିସା ସାଆସ୍ ଦାରି ଆଚୁ । ମର୍ ମନ୍ବିତ୍ରେ ସାର୍ଦା ଅଦିକ୍ ଅଦିକ୍ ଅଇକରି ଉଚ୍ଲି ଗାଲାନି ।
4 Mui grande é a minha franqueza para convosco, e muito me glorio por vossa causa; sinto-me grandemente confortado e transbordante de júbilo em toda a nossa tribulação.
5 ଆମେ ମାକିଦନିଆଇ ଆଇଲାପଚେ ମିସା ଚନେକ୍ ପୁଣ୍ଡୁନାଇ । କାଇକେବଇଲେ ତେଇ ଦୁକ୍ କସ୍ଟ ରଇଲା, କେତେଲକ୍ ଆମର୍ ବିରଦେ କଇ ଲାଗାଜଡା କଲାଇ । ଆମେ ମନ୍ ବିତ୍ରେ ବେସି ଡରିଜାଇତେ ରଇଲୁ ।
5 Porque, chegando nós à Macedônia, nenhum alívio tivemos; pelo contrário, em tudo fomos atribulados: lutas por fora, temores por dentro.
6 ମାତର୍ ଜେ କି ଆକା ସାକା ନ ରଇବା ଲକ୍ମନ୍କେ ଦୁକ୍ ସାରାଇବା ପର୍ମେସର୍ ତିତସ୍କେ ଆନାଇ କରି ଆମ୍କେ ସାର୍ଦା କରାଇଲା ।
6 Porém Deus, que conforta os abatidos, nos consolou com a chegada de Tito;
7 ଅବ୍କା ସେ ଆଇଲାକେସେ ଆମେ ସାର୍ଦା ଅଉନାଇ, ମାତର୍ ତମର୍ ଲାଗି ତିତସ୍ ବେସି ସାର୍ଦା ଅଇଗାଲା ବଲି ଆମ୍କେ କଇଲାର୍ପାଇ ମିସା ସାର୍ଦା ଅଇଲୁ । ତମେ ମକେ ଦେକ୍ବାକେ ମନ୍ କଲାସ୍ନି ବଲି ମିସା ସେ କଇଲା । ଆରି ତେଇ ମକେ ଜେତ୍କି ଗଟ୍ଲା, ସେଟାର୍ପାଇ ଦୁକ୍ ଅଇକରି ଆଚାସ୍ । ଆରି ତମେ ମର୍ବାଟେ ଅଇକରି କଇବାକେ ମିସା ରାଜିଆଚାସ୍ । ଏଟାମନ୍ ସବୁ ସୁନିକରି ମୁଇ ବେସି ସାର୍ଦା ଅଇଗାଲି ।
7 e não somente com a sua chegada, mas também pelo conforto que recebeu de vós, referindo-nos a vossa saudade, o vosso pranto, o vosso zelo por mim, aumentando, assim, meu regozijo.
8 ମର୍ ଚିଟିର୍ଲାଗି ତମେ ଦୁକ୍ ଅଇରଇଲେ ମିସା, ସେ ଚିଟି ତମ୍କେ ପାଟାଇଲି ବଲି, ମୁଇ ଦୁକ୍ କରିନାଇ । ସେ ଚିଟିର୍ ଲାଗି ତମେ ଚନେକର୍ ପାଇ ଦୁକ୍ କରିରଇଲାସ୍ ଜେ ଜାନିକରି, ମୁଇ ମିସା ଦୁକ୍ ଅଇରଇଲି, ଏଟା ସତ୍ ।
8 Porquanto, ainda que vos tenha contristado com a carta, não me arrependo; embora já me tenha arrependido (vejo que aquela carta vos contristou por breve tempo),
9 ମାତର୍ ମୁଇ ଏବେ ସାର୍ଦାସଙ୍ଗେ ଆଚି । ତମ୍କେ ଦୁକ୍ଦେଇ ଆଚି ବଲିକରି ନାଇ, ମାତର୍ ସେ ଦୁକର୍ ଲାଗି ତମେ ତମର୍ ଚଲାଚଲ୍ତି ବଦ୍ଲାଇଲାସ୍ । ସେ ଆସିରଇବା ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଅଇବାଟା । ଜେନ୍ତିକି ମାନିଆଇସା । ସେନ୍ତାର୍ଆଲେ ଆମେ ତମର୍ ପାଇ କାଇ ବାଦା ଆନୁନାଇ ।
9 agora, me alegro não porque fostes contristados, mas porque fostes contristados para arrependimento; pois fostes contristados segundo Deus, para que, de nossa parte, nenhum dano sofrêsseis.
10 କାଇକେବଇଲେ ଜଦି ଗଟେକ୍ ଲକର୍ ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଆଇସି, ସେଟା ନିଜର୍ ପାପ୍ କଲାଟା ମାନିଅଇକରି, ମନ୍ ବାଉଡାଇବାକେ ଲଡାକେ ଆଇସି । ତେଇ କାଇ ମିସା ଦୁକ୍ ନାଇ । ମାତର୍ ମୁନୁସ୍ମନର୍ ଟାନେଅନି ଅଇବା ଦୁକ୍ ମରନ୍ବାଟେ ଡାକିନେଇସି ।
10 Porque a tristeza segundo Deus produz arrependimento para a salvação, que a ninguém traz pesar; mas a tristeza do mundo produz morte.
11 ତମ୍କେ ଦୁକ୍ ଦେଇକରି ପର୍ମେସର୍ କାଇଟା କଲାଆଚେ ଦେକିଦେକା । ଜେନ୍ତିକି ଏବେ ତମେ ଟିକ୍ ଚଲାଚଲ୍ତି କର୍ବାକେ ମନ୍ କଲାସ୍ନି, ବୁଲ୍ କାମ୍ କରୁନାଇ ବଲି ବୁଜାଇବାକେ ଚେସ୍ଟା କଲାସ୍ନି, ଲାଜ୍ ପାଇବା କାମ୍ କର୍ବାକେ ବାକାନ୍ଲାସ୍ନି, ଡରିକରି ଆଚାସ୍, ଆମେ ଆରିତରେକ୍ ବେଟ୍ ଅଇବୁ ବଲି ମନ୍ କଲାସ୍ନି, ମକେ ସାର୍ଦା କରାଇବାକେ ମନ୍ କଲାସ୍ନି, ପାପ୍ କଲା ଲକ୍କେ ଦାପ୍ରେ ଡଣ୍ଡ୍ ଦେଲାସ୍, ଏଟା ସବୁ କଲାକେ ସେ କରିରଇବା ପାପେ ତମର୍ କାଇ ବୁଲ୍ ନାଇ ।
11 Porque quanto cuidado não produziu isto mesmo em vós que, segundo Deus, fostes contristados! Que defesa, que indignação, que temor, que saudades, que zelo, que vindita! Em tudo destes prova de estardes inocentes neste assunto.
12 ଜନ୍ ଲକ୍ ପାପ୍ କରିଆଚେ, ତାର୍ ବଲ୍ ପାଇ କି ଜନ୍ ଲକର୍ ବିରୁଦେ ପାପ୍ କରାଇଅଇଲା, ତାର୍ ବଲ୍ ପାଇ ମୁଇ ସେ ଚିଟି ଲେକିନାଇ । ମାତର୍ ଆମ୍କେ ତମେ ଏତେକ୍ ଆଲାଦ୍ କଲାସ୍ନି, ସେଟା ତମେ ନିକସଙ୍ଗ୍ ଜାନ୍ବାକେ ମୁଇ ଲେକିରଇଲି । ପର୍ମେସର୍ ଏଟା ଜାନିଆଚେ ।
12 Portanto, embora vos tenha escrito, não foi por causa do que fez o mal, nem por causa do que sofreu o agravo, mas para que a vossa solicitude a nosso favor fosse manifesta entre vós, diante de Deus.
13 ସେଟାର୍ପାଇ ତମେ ଆମ୍କେ ବେସି ସାର୍ଦା କରାଇଲାସ୍ ।
13 Foi por isso que nos sentimos confortados. E, acima desta nossa consolação, muito mais nos alegramos pelo contentamento de Tito, cujo espírito foi recreado por todos vós.
14 ତିତସ୍ ତମର୍ଟାନେ ନ ଆଇବା ଆଗ୍ତୁ, ମୁଇ ତମର୍ ବିସଇ ବଡ୍ପନ୍ ଅଇକରି ତାକେ କଇରଇଲି । ସେ ତମର୍ଟାନେ ଆଇଲାକେ ମୁଇ ବଡ୍ପନ୍ ଅଇକରି ସବୁ କଇଲାଟା ସତ୍ ବଲି ଜାନ୍ଲା । ତମେ ମକେ ଲାଜ୍ କରାସ୍ ନାଇ । ମୁଇ ତମ୍କେ ଜାଇଟା ସବୁ କଇଲି ଆଚି, ସେଟା ସତ୍ । ଆରି ତିତସ୍କେ ଜାଇଟା କଇରଇଲି ସେଟା ମିସା ସତ୍ ବଲି ଜାନାପଡ୍ଲାନି ।
14 Porque, se nalguma coisa me gloriei de vós para com ele, não fiquei envergonhado; pelo contrário, como, em tudo, vos falamos com verdade, também a nossa exaltação na presença de Tito se verificou ser verdadeira.
15 ତେବେ ତମେ ତାର୍ ସବୁ ଆଦେସ୍ ମାନ୍ଲାସ୍ ଆରି ତମେ ତାକେ ସାର୍ଦାଇ ରଇସି କି ନ ରଏ ବଲି ଡରିକରି ରଇଲାଟା ସେ ଏତ୍ କଲା । ତମର୍ ପାଇ ରଇବା ତାର୍ ଆଲାଦ୍, ଅଦିକ୍ ଅଦିକ୍ ଅଇ ଆଇଲାନି ।
15 E o seu entranhável afeto cresce mais e mais para convosco, lembrando-se da obediência de todos vós, de como o recebestes com temor e tremor.
16 ତମର୍ଟାନେ ମର୍ ପୁରାପୁରୁନ୍ ଆସା ଆଚେ ବଲିକରି ମୁଇ ବେସି ସାର୍ଦା ଅଇଲିନି ।
16 Alegro-me porque, em tudo, posso confiar em vós.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Coríntios 7, comparar traduções ou montar um estudo — tudo direto pelo WhatsApp.