Salmos 72

Oriya Bible (GL_ORIYA)

1 ହେ ପରମେଶ୍ବର, ରାଜାଙ୍କୁ ସାହାୟ୍ଯ କର, ୟାହାଫଳରେ ସେ ତୁମ୍ଭ ପରି ବିବକବୋନ ନ୍ଯାଯ ପ୍ରଦାନ କରିବେ। ତୁମ୍ଭର ନ୍ଯାଯ ପରାଯଣ ରାଜପୁତ୍ରମାନଙ୍କୁ ଦିଅ।

2 ରାଜାଙ୍କୁ ସାହାୟ୍ଯ କର, ୟପରେି ସମାନେେ ତୁମ୍ଭର ଲୋକମାନଙ୍କୁ ସୁବିଚାର ଦଇେ ପାରିବେ। ତାଙ୍କୁ ସାହାୟ୍ଯ କର, ୟପରେି ସମାନେେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ଯବହାର କରିବେ।

3 ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି ଏବଂ ନ୍ଯାଯପୂର୍ଣ୍ଣ ବିଚାର କରନ୍ତୁ।

4 ରାଜା ଧନହୀନ ଲୋକମାନଙ୍କ ପ୍ରତି ନ୍ଯାଯକାରୀ ରୁହନ୍ତୁ। ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ। ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।

5 ମୁଁ ଆଶା କରେ ସୂର୍ୟ୍ଯ ଓ ଚନ୍ଦ୍ର ଆକାଶରେ ଥିବା ପର୍ୟ୍ଯନ୍ତ ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ।

6 ଭୂମିରେ ବୃଷ୍ଟି ତୁଲ୍ଯ, ଭୂମି ସଚେନକାରୀ ଜଳଧାରା ତୁଲ୍ଯ ତୁମ୍ଭେ ରାଜାଙ୍କୁ ସହାୟ ହୁଅ। କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହବୋ ପାଇଁ ତାଙ୍କୁ ସାହାୟ୍ଯ କର।

7 ୟପେର୍ୟ୍ଯନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ। ଚନ୍ଦ୍ର ଲୁପ୍ତ ନ ହବୋ ପର୍ୟ୍ଯନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।

8 ତାଙ୍କର ରାଜ୍ଯ ସମୁଦ୍ରରୁ ସମୁଦ୍ର ପର୍ୟ୍ଯନ୍ତ ଏବଂ ଫରାତ୍ ନଦୀଠାରୁ ଶଷେ ଧରଣୀକୁ ବ୍ଯାପି ଯାଉ।

9 ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହବେେ। ତାହାଙ୍କ ଶତ୍ରୁଗଣ ଅଧୋମୁଖ ହାଇେ ନତ ମସ୍ତକ ହବେେ।

10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।

11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ। ସବୁ ଜାତିଗଣ ଲୋକମାନେ ତାଙ୍କର ସବୋ କରନ୍ତୁ।

12 ଆମ୍ଭର ରାଜା ସାହାୟ୍ଯ କରନ୍ତି, ଯେଉଁମାନେ ତାଙ୍କୁ ଡ଼ାକନ୍ତି, ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।

13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି। ରାଜା ସମାନଙ୍କେୁ ଜୀବିତ ରଖନ୍ତି।

14 ଆମ୍ଭ ରାଜା ସମାନଙ୍କେୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସମାନଙ୍କେୁ ଦୁଃଖ ଦବୋ ପାଇଁ ଚାହୁଁଛନ୍ତି। ରାଜାଙ୍କ ପାଇଁ ସଇେ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ବପୂର୍ଣ୍ଣ ଅଟେ।

15 ରାଜା ଦୀର୍ଘଜୀବି ହୁଅନ୍ତୁ ଏବଂ ତାଙ୍କୁ ଶିବାର ସ୍ବର୍ଣ୍ଣ ହସ୍ତଗତ ହେଉ। ଲୋକମାନେ ନିରନ୍ତର ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।

16 କ୍ଷତରେେ ପ୍ରଚୁର ପରିମାଣର ଫସଲ ହେଉ। ପର୍ବତଗୁଡ଼ିକ ମଧ୍ଯ ଫସଲରେ ପୂର୍ଣ୍ଣ ହାଇେ ଲିବାନୋନ୍ କ୍ଷତେ ତୁଲ୍ଯ ଉର୍ବର ହେଉ। କ୍ଷତଗେୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।

17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ। ଆକାଶରେ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ। ସମସ୍ତ ପ୍ରଜା ତାଙ୍କ ୟୋଗୁଁ ଆଶୀର୍ବାଦ ପାଆନ୍ତୁ ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।

18 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅଟନ୍ତି। ଅନନ୍ତର ପରମେଶ୍ବରଙ୍କର ଗୁଣଗାନ କର। କବଳେ ପରମେଶ୍ବର ମୁଁ ଏହିପରି ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରି ପାରନ୍ତି।

19 ତାଙ୍କର ଗୌରବାନ୍ବିତ ନାମର ମହିମା ଅନନ୍ତକାଳ ପର୍ୟ୍ଯନ୍ତ ଗାନ କର। ତାହାଙ୍କ ଗୌରବରେ ସମୁଦାଯ ପୃଥିବୀ ପରିପୂର୍ଣ୍ଣ ହେଉ! ଆମେନ୍, ଆମେନ୍।

20 ୟିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶଷେ ହୁଏ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Salmos 72, comparar traduções ou montar um estudo — tudo direto pelo WhatsApp.