Salmos 41

Oriya Bible (GL_ORIYA)

1 ଯେଉଁ ବ୍ଯକ୍ତି ଗରିବ ଲୋକମାନଙ୍କୁ ସାହାୟ୍ଯ କରେ, ସେ ଅନକେ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତବେେଳେ ବିପଦ ଆସେ ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି।

2 ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି ଓ ତା'ର ଜୀବନ ବଞ୍ଚାନ୍ତି। ସହେି ବ୍ଯକ୍ତି ପୃଥିବୀରେ ଆଶୀର୍ବାଦ ପାଏ। ପରମେଶ୍ବର ତା'ର ଶତ୍ରୁମାନଙ୍କ ଦ୍ବାରା ତାକୁ ଧ୍ବଂସ ହବୋକୁ ଦବେେ ନାହିଁ।

3 ସହେି ବ୍ଯକ୍ତିଟି ଯେତବେେଳେ ଅସୁସ୍ଥ ହାଇେ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି। ସହେି ବ୍ଯକ୍ତି ଅସୁସ୍ଥ ହାଇେ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚଯ ଆରୋଗ୍ୟ କରନ୍ତି।

4 ମୁଁ କହିଲି, ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତଣେୁ ମାେତେ କ୍ଷମା ଦିଅ !ମାେ' ପ୍ରାଣକୁ ସୁସ୍ଥ କର।

5 ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ କୁହନ୍ତି, ସେ କବେେ ମରିବ ଓ ତାହାର ନାମ ସଂପୂର୍ଣ୍ଣରୂପେ ଲୋପ ପାଇବ।

6 ଲୋକମାନେ ମାେ ନିକଟକୁ ଦଖାେ କରିବାକୁ ଆସନ୍ତି, କିନ୍ତୁ ସମାନେେ କିଛି କହନ୍ତି ନାହିଁ। ସମାନେେ କ'ଣ ସବୁ ପ୍ରକୃତରେ ଭାବନ୍ତି। ସମାନେେ ମାେ ନିକଟକୁ କିଛି ଖବର ଆଶାରେ ଆସନ୍ତି, ତା'ପରେ ସମାନେେ ଏଠାରୁ ଚାଲିୟାଇ ନାନା ଗୁଜବ ପ୍ରଚାର କରନ୍ତି।

7 ମାରେ ଶତ୍ରୁମାନେ ଫୁସ୍ ଫୁସ୍ କରି ମାେ ବିଷଯରେ କଥା ହୁଅନ୍ତି। ସମାନେେ ମାେ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।

8 ସମାନେେ କହନ୍ତି, ସେ ବୋଧହୁଏ କିଛି ଖରାପ କାର୍ୟ୍ଯ କରିଛି ଓ ସେଥିପାଇଁ ବମାରେ ଅଛି। ମୁଁ ଆଶା କରୁଛି ସେ ଆଉ ଭଲ ହବେ ନାହିଁ।

9 ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।

10 ତଣେୁ ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମାେତେ ସୁସ୍ଥ ହବୋକୁ ଦିଅ, ତହିଁରେ ମୁଁ ସମାନଙ୍କେୁ ଉପୟୁକ୍ତ ଜବାବ ଦବେି।

11 ହେ ସଦାପ୍ରଭୁ ମାରେ ଶତ୍ରୁମାନଙ୍କୁ ମାେତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ। ତାହା ହେଲେ ମୁଁ ଜାଣିବି ୟେ ତୁମ୍ଭେ ମାେ ପ୍ରତି ସନ୍ତୁଷ୍ଟ ଅଛ।

12 ମୁଁ ନିରପରାଧ ଥିଲି। ତୁମ୍ଭେ ମାେତେ ସାହାୟ୍ଯ କରିଲ। ତୁମ୍ଭେ ମାେତେ ଛିଡ଼ା ହବୋକୁ ସୁଯୋଗ ଦଇେ ତୁମ୍ଭର ଚିରଦିନ ସବୋ କରିବାକୁ ସୁଯୋଗ ଦଲେ।

13 ହେ ସଦାପ୍ରଭୁ, ତୁମ୍ଭେ ଇଶ୍ରାୟେଲର ପରମେଶ୍ବର। ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ। ତୁମ୍ଭେ ଧନ୍ଯ। ଆମେନ୍, ଆମେନ୍।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Salmos 41, comparar traduções ou montar um estudo — tudo direto pelo WhatsApp.