Salmos 114

Oriya Bible (GL_ORIYA)

1 ଯେତବେେଳେ ଇଶ୍ରାୟେଲ ମିଶରରୁ ପରିତ୍ଯାଗ କଲେ, ୟାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।

2 ସହେି ସମଯରେ ଯିହୁଦା ପରମେଶ୍ବରଙ୍କର ବିଶଷେ ଲୋକ ହେଲେ। ଇଶ୍ରାୟେଲ ତାଙ୍କର ରାଜ୍ଯ ହେଲା।

3 ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।

4 ପର୍ବତଗଣ ମଷେପରି ଡ଼ଇେଁଲେ। ମଷେ ଛୁଆପରି ଉପପର୍ବତଗଣ ଡ଼ିଆଁ ମାରିଲେ।

5 ହେ ସୁଫ ସମୁଦ୍ର, ତୁମ୍ଭେ କାହିଁକି ଘୁଞ୍ଚିଗଲ ? ହେ ୟର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ ?

6 ହେ ପର୍ବତଗଣ, ତୁମ୍ଭେ କାହିଁକି ମଷେମାନଙ୍କ ପରି ଡଇେଁଲ ? ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମଷେ ଶାବକଙ୍କ ପରି ଡ଼ଇେଁଲ ?

7 ହେ ପୃଥିବୀ, ୟାକୁବର ପରମେଶ୍ବରଙ୍କ ସମ୍ମୁଖରେ କମ୍ପିତ ହୁଅ।

8 ପରମେଶ୍ବର ହେଉଛନ୍ତି ସହେି ୟାହାଙ୍କ ୟୋଗୁ ପର୍ବତରୁ ଝରଣା ବୁହାଇଲେ ଓ ପରମେଶ୍ବର ଚକ୍ମକି ପଥରକୁ ନିର୍ଝର ବୁହାଇଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Salmos 114, comparar traduções ou montar um estudo — tudo direto pelo WhatsApp.