Sofonias 3

Oriya Bible (GL_ORIYA)

1 ହେ ୟିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧ ରେ ସଂଗ୍ରାମ କଲେ। ସମାନେେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସମାନେେ ପାପ ରେ କଳୁଷିତ ହାଇଗେଲେ।

2 ତୁମ୍ଭର ଲୋକମାନେ ଆମ୍ଭକୁ ମାନିଲେ ନାହିଁ। ସମାନେେ ଆମ୍ଭ ଶିକ୍ଷା ଗ୍ରହଣ କଲେ ନାହିଁ। ୟିରୁଶାଲମ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖିଲା ନାହିଁ। ସମାନେେ ତାଙ୍କ ପରମେଶ୍ବରଙ୍କ ସନ୍ନିକଟକୁ ଗଲେ ନାହିଁ।

3 ୟିରୁଶାଲମର ନେତାମାନେ ଗର୍ଜିଲା ସିଂହ ପରି ଓ ତା'ର ବିଗ୍ଭରକମାନେ ସମତଳ ଭୂମିର ଭୋକିଲା ଗଧିଆ ପରି। ସମାନେେ ସକାଳକୁ କିଛି ରଖନ୍ତି ନାହିଁ।

4 ସମାନଙ୍କେର ଭବିଷ୍ଯଦ୍-ବକ୍ତାମାନେ ନଗଣ୍ଯ ଓ ସମାନେେ ବିଶ୍ବାସଘାତକ ଅଟନ୍ତି। ସମାନଙ୍କେର ଯାଜକମାନେ ପବିତ୍ର ବସ୍ତୁକୁ ଅପବିତ୍ର କରନ୍ତି। ସମାନେେ ପରମେଶ୍ବରଙ୍କ ଶିକ୍ଷା ବିରୁଦ୍ଧ ରେ କାର୍ୟ୍ଯ କରିଛନ୍ତି।

5 ତଥାପି ପରମେଶ୍ବର ସହେି ନଗର ପ୍ରତି ଧାର୍ମିକ ଅଟନ୍ତି। ସେ କୌଣସି ଭୂଲ୍ କରନ୍ତି ନାହିଁ। ସକାଳ ପ ରେ ସକାଳ, ସେ ତାଙ୍କ ନ୍ଯାଯ ବିଗ୍ଭର କରନ୍ତି। ପ୍ରାତଃକାଳ ରେ ସେ ତାହା ନିଶ୍ଚଯ କରନ୍ତି। କିନ୍ତୁ ସହେି ମନ୍ଦ ପ୍ରକୃତିର ଲୋକମାନେ ନିଜର କରିଥିବା ମନ୍ଦ କାର୍ୟ୍ଯ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।

6 ପରମେଶ୍ବର କହନ୍ତି, ଆମ୍ଭେ ସମଗ୍ର ଜାତିକୁ ଧ୍ବଂସ କରିଅଛୁ। ଆମ୍ଭେ ସମାନଙ୍କେର ପ୍ରତିରକ୍ଷା ପ୍ରାଚୀରକୁ ଧ୍ବଂସ କଲୁ। ସମାନଙ୍କେର ରାସ୍ତାକୁ ଏପରି ଧ୍ବଂସ କଲୁ ଯେ ଆଉ କହେି ସଠାେକୁ ଏଣିକି ୟାଇପାରିବେ ନାହିଁ। ଆମ୍ଭେ ସମାନଙ୍କେର ନଗରଗୁଡିକ ଶୂନ୍ଯ କରି ଦଲେୁ, ତେଣୁ ସଠାେ ରେ ଆଉ କହେି ବାସ କରିପାରିବେ ନାହିଁ।

7 ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚଯ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିଯମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତବେେ ତୁମ୍ଭର ଘର କବେେ ବିନଷ୍ଟ ହବେନାହିଁ। ତୁମ୍ଭେ ଯଦି ଏହା କରିବ, ତବେେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦବୋ ନାହିଁ। କିନ୍ତୁ ସହେି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ।

8 ସଦାପ୍ରଭୁ କହିଲେ, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ୟ୍ଯନ୍ତ ତୁମ୍ଭମାନେ ଆମ୍ଭର ଅପେକ୍ଷା ରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ଯଗଣକୁ ଏକତ୍ରୀତ କରିବା। ଆମ୍ଭେ ଆପଣା ହବୋ କୋର୍ଧ ସମାନଙ୍କେ ଉପ ରେ ଢାଳି ଦବୋ। ଆମ୍ଭେ ଆପଣା ପ୍ରଚଣ୍ତ କୋରଧ ଦଖାଇବୋ। ଆମ୍ଭର କୋରଧ ରେ ସମଗ୍ର ପୃଥିବୀ ଧ୍ବଂସ ହବେ।

9 ତା'ପ ରେ ଆମ୍ଭେ ଅନ୍ୟ ଦେଶର ଲୋକମାନଙ୍କୁ ଏପରି ପରିବର୍ତ୍ତନ କରିବା ଯେ ସମାନେେ ସ୍ପଷ୍ଟ ଭାବରେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବେ। ସମାନେେ ସମସ୍ତେ ଏକତ୍ରୀତ ହାଇେ ଆମ୍ଭକୁ ଉପାସନା କରିବେ।

10 ଇଥିଓପିଆରୁ ନଦୀ ପାର ହାଇେ ସମସ୍ତ ଲୋକେ ଆମ୍ଭକୁ ଉପାସନା କରିବାକୁ ଆସିବେ। ଆମ୍ଭର ଛିନ୍ନବିଛିନ୍ନ ଲୋକମାନେ ଆମ୍ଭ ନିକଟକୁ ଆସିବେ। ସମାନେେ ଉପହାର ନଇେ ଆମ୍ଭ ନିକଟକୁ ଆସିବେ।

11 ତା'ପ ରେ ହେ ୟିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧ ରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହବେେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ୟିରୁଶାଲମରୁ ତଡି ଦଇେଛୁ। ଆମ୍ଭର ପବିତ୍ର ପର୍ବତ ରେ ଆଉ କୌଣସି ଦାମ୍ଭିକ ଲୋକ କବେେ ହେଲେ ରହିବେ ନାହିଁ।

12 ଆମ୍ଭେ କବଳେ ନମ୍ର ଓ ଦରିଦ୍ର ଲୋକମାନଙ୍କୁ ୟିରୁଶାଲମ ରେ ରହିବାକୁ ଦବୋ। ସମାନେେ ସଦାପ୍ରଭୁଙ୍କଠା ରେ ଆଶ୍ରଯ ପାଇବେ।

13 ଇଶ୍ରାୟେଲର ବଞ୍ଚି ରହିଥିବା ଲୋକମାନେ ଖରାପ କାର୍ୟ୍ଯ କରିବେ ନାହିଁ। ସମାନେେ ମିଥ୍ଯା କହିବେ ନାହିଁ। ସମାନଙ୍କେ ମଧିଅରେ କୌଣସି ମିଥ୍ଯାବାଦୀ ରହିବେ ନାହିଁ। ସମାନେେ ମେଣ୍ତାମାନଙ୍କ ପରି ଖାଇବେ ପିଇବେ ଓ ଶାନ୍ତି ରେ ଶାଇେବେ। କହେି ସମାନଙ୍କେୁ ବ୍ଯସ୍ତ କରିବେ ନାହିଁ।

14 ହେ ୟିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ। ଇଶ୍ରାୟେଲ ମଧ୍ଯ ଆନନ୍ଦ କରିବ। ୟିରୁଶାଲମ ମଧ୍ଯ ସୁଖୀ ହବେ।

15 କାହିଁକି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ। ସେ ତୁମ୍ଭର ଶତୃମାନଙ୍କୁ ବିନାଶ କଲେ। ଇଶ୍ରାୟେଲର ରାଜା, ସ୍ବଯଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭେ ମନ୍ଦ ବିଷଯ ପାଇଁ ଆଉ ଭୟଭୀତ ହବେ ନାହିଁ।

16 ସେତବେେଳେ ୟିରୁଶାଲମକୁ କୁହାୟିବ, ଭୟ କରନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହବେନାହିଁ।

17 ଜଣେ ଶକ୍ତିଶାଳୀ ସୈନିକ ସଦୃଶ ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦଖାଇବେେ। ଆଉ ମଧ୍ଯ ସେ ଦଖାଇେ ଦବେେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ। ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହବେେ, ଭୋଜି ରେ ଆନନ୍ଦ କଲାପରି ହବେେ।

18 ସଦାପ୍ରଭୁ କହିଲେ, ମୁଁ ତୁମ୍ଭମାନଙ୍କର ଲଜ୍ଜା ଅପମାନ ନଇୟିବେ। ସହେି ଲୋକମାନେ ତୁମ୍ଭକୁ ଆଘାତ କରିବା ବନ୍ଦ କରିବେ।

19 ସେତବେେଳେ ତୁମ୍ଭକୁ ଆଘାତ କରୁଥିବା ଲୋକଙ୍କୁ ଆମ୍ଭେ ଦଣ୍ତ ଦବୋ, ଆମ୍ଭର ଆଘାତପ୍ରାପ୍ତ ଲୋକମାନଙ୍କୁ ରକ୍ଷା କରିବା। ପଳାତକମାନଙ୍କୁ ଆମ୍ଭେ ପୁନର୍ବାର ଫରୋଇ ଆଣିବା। ସମାନଙ୍କେୁ ଆମ୍ଭେ ଏପରି ବିଖ୍ଯାତ କରାଇବା ସବୁଲୋକ ସମାନଙ୍କେୁ ପ୍ରଶଂସା କରିବେ।

20 ସେତବେେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫରୋଇ ଆଣିବା। ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା ଯାହା ଫଳ ରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ। ତାହା ଘଟିବ ଯେତବେେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା, ସଦାପ୍ରଭୁ ଏହି ସମସ୍ତ କହିଥିଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Sofonias 3, comparar traduções ou montar um estudo — tudo direto pelo WhatsApp.