Sofonias 1

Oriya Bible (GL_ORIYA)

1 ଏହି ବାର୍ତ୍ତା ସଦାପ୍ରଭୁ ସିଫନିଯଙ୍କୁ ପ୍ରଦାନ କରିଥିଲେ। ଯିହୁଦାର ରାଜା ଆମାନଙ୍କେ ପୁତ୍ର ଯୋଶିୟଙ୍କ ସମୟରେ ସେ ଏହି ବାର୍ତ୍ତା ଗ୍ରହଣ କଲେ। ସିଫନିଯ କୂଶିଙ୍କ ପୁତ୍ର, କୂଶି ଗଦଲିଯଙ୍କ ପୁତ୍ର, ଗଦଲିଯ ଅମରିଯଙ୍କ ପୁତ୍ର ଓ ଅମରିଯ ହିଜକିଯଙ୍କ ପୁତ୍ର ଥିଲେ।

2 ସଦାପ୍ରଭୁ କହନ୍ତି, ପୃଥିବୀର ସମସ୍ତ ଜିନିଷ ଆମ୍ଭେ ଧ୍ବଂସ କରିବା।

3 ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡିକ ସମାନଙ୍କେୁ ପାପ କରାଉଛି ସହେି ସବୁକୁ ଧ୍ବଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡିତ କରିବା। ଏହିସବୁ କଥା ସଦାପ୍ରଭୁ କହିଲେ।

4 ସଦାପ୍ରଭୁ କହିଲେ, ଆମ୍ଭେ ଯିହୁଦା ଓ ୟିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ ଦବୋ। ଆମ୍ଭେ ସହେି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇଦବୋ। ଆମ୍ଭେ ବାଲର ଶଷେ ସଙ୍କତକେୁ ହଟାଇ ଦବୋ। ସମସ୍ତ ଲୋକ

5 ଯେଉଁମାନେ କି ଛାତ ଉପରକୁ ୟାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍ଭେ ସେ ସମସ୍ତଙ୍କୁ ତଡି ଦବୋ। କତଜେଣ ଲୋକ ଉଭୟ ସଦାପ୍ରଭୁ ଏବଂ ମିଥ୍ଯାପ୍ରଭୁ ମାଲିକମାନଙ୍କୁ ମଧ୍ଯ ପୂଜା କରୁଛନ୍ତି। ତେଣୁ ଆମ୍ଭେ ସହେି ଲୋକମାନଙ୍କୁ ସହେି ସ୍ଥାନରୁ ତଡିଦବୋ।

6 କେତକେ ଲୋକ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କଲେ। ସମାନେେ ସଦାପ୍ରଭୁଙ୍କ ପ୍ରାର୍ଥନା କରିବା ବନ୍ଦ କରି ଦେଲେ। ତେଣୁ ସେ ଲୋକମାନଙ୍କୁ ସହେି ସ୍ଥାନରୁ ତଡି ଦବୋ।

7 ତୁମ୍ଭେ ସଦାପ୍ରଭୁ ମାରେ ପ୍ରଭୁଙ୍କ ସମ୍ମୁଖ ରେ ନୀରବ ହୁଅ କାରଣ ଲୋକମାନଙ୍କୁ ଶାସ୍ତି ଦବୋପାଇଁ ସଦାପ୍ରଭୁଙ୍କ ବିଶଷଦେିନ ଶୀଘ୍ର ଆସୁଅଛି। ସଦାପ୍ରଭୁ ତାଙ୍କର ବଳିଦାନ ପ୍ରସ୍ତୁତ କରି ସାରିଛନ୍ତି ଏବଂ ତାଙ୍କର ନିମନ୍ତ୍ରିତ ଅତିଥିମାନଙ୍କୁ ଅଲଗା କରିଛନ୍ତି।

8 ସଦାପ୍ରଭୁ କହିଲେ, ସଦାପ୍ରଭୁଙ୍କର ଉତ୍ସର୍ଗ ଦିନ ରେ, ଆମ୍ଭେ ରାଜାର ପୁତ୍ରମାନଙ୍କୁ ଓ ଅନ୍ୟ ନେତାମାନଙ୍କୁ ଦଣ୍ତ ଦବୋ। ବିଦେଶୀ ବସ୍ତ୍ର ପରିଧାନ କରିଥିବା ସମସ୍ତ ଲୋକଙ୍କୁ ଆମ୍ଭେ ଦଣ୍ତ ଦବୋ।

9 ସହେି ସମୟରେ ପ୍ରବେଶଦ୍ବାରକୁ ଡଇେଁ ୟାଇଥିବା ଲୋକମାନଙ୍କୁ ଆମ୍ଭେ ଦଣ୍ତ ଦବୋ। ଯେଉଁମାନେ ତାଙ୍କ ମିଥ୍ଯା ପ୍ରଭୁଙ୍କର ଗୃହକୁ ମିଥ୍ଯା ଓ ହିଂସା ରେ ପୂର୍ଣ୍ଣ କରିଛନ୍ତି ସମାନଙ୍କେୁ ମଧ୍ଯ ଦଣ୍ତ ଦବୋ।

10 ସଦାପ୍ରଭୁ ମଧ୍ଯ କହିଲେ, ସହେି ସମୟରେ ୟିରୁଶାଲମର ମତ୍ସ୍ଯ ଦ୍ବାରଠା ରେ ସାହାୟ୍ଯ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାଶର୍‌ବ ରେ ମଧ୍ଯ ସାହାୟ୍ଯ ପାଇଁ ଚିତ୍କାର କରୁଥିବେ। ସମାନେେ ମଧ୍ଯ ପାହାଡମାନଙ୍କରୁ ଖୁବ୍ ଜୋର୍ ରେ ଶଦ୍ଦ ଶୁଣିବେ।

11 ସହରର ନିମ୍ନ ଅଂଶ ରେ ବାସ କରୁଥିବା ତୁମ୍ଭ ଲୋକମାନେ ଚିତ୍କାର କରିବେ। କାରଣ ସମସ୍ତ ବ୍ଯବସାଯୀ ଓ ଧନୀ ବଣିକମାନେ ଧ୍ବଂସ ହାଇଯେିବେ।

12 ସହେିଦିନ ଆମ୍ଭେ ଗୋଟିଏ ପ୍ରଦୀପ ନଇେ ୟିରୁଶାଲମ ମଧିଅରେ ଖାଜେିବା। ଓ ସହେି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସମାନଙ୍କେ ଶୈଳୀ ରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସହେି ଲୋକମାନେ କୁହନ୍ତୁ, 'ସଦାପ୍ରଭୁ କହାରିକୁ ସାହାୟ୍ଯ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।' ଆମ୍ଭେ ସମାନଙ୍କେୁ ଖାଜେି ବାହାର କରିବା ଓ ଦଣ୍ତ ଦବୋ।

13 ତା'ପ ରେ ଅନ୍ୟ ଲୋକମାନେ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିବେ ଓ ସମାନଙ୍କେର ଘରଗୁଡିକୁ ଧ୍ବଂସ କରିବେ। ସହେି ସମୟରେ ସମାନେେ ନିର୍ମାଣ କରିଥିବା ଘ ରେ ଲୋକମାନେ ରହିବେ ନାହିଁ ଏବଂ ସମାନେେ ବଢାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।

14 ସଦାପ୍ରଭୁଙ୍କର ସହେି ବିଶଷେ ଦିବସ ଖୁବ୍ ଶୀଘ୍ର ଆସୁଛି। ସହେିଦିନ ଅତି ସନ୍ନିକଟ। ବିଗ୍ଭରର ସହେି ବିଶଷେ ଦିବସ ରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶଦ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ଯମାନେ ଚିତ୍କାର କରି ଉଠିବେ।

15 ସହେି ଦିନ ପରମେଶ୍ବର ତାଙ୍କର କୋର୍ଧ ଦଖାଇବେେ। ଏହା ଅତି ଭୟଙ୍କର ଦୁଃଖ ଓ ଧ୍ବଂସର ସମୟ ଦବେ। ଏହା ଏକ ଧ୍ବଂସ ବିଧ୍ବଂସ୍ତର ଦିନ ହବେ। ଏହା ଏକ ଅନ୍ଧକାର ଓ ଖଦରେ ଦିନ ହବେ। ଏହି ଦିନଟି ମେଘ ଓ ଅନ୍ଧକାରର ଦିନ ହବେ।

16 ଏହା ୟୁଦ୍ଧ ସମୟ ପରି ଏକ ସମୟ ହବେ, ଯେତବେେଳେ ଲୋକମାନେ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀ ରେ ତୂରୀର ଓ ୟୁଦ୍ଧର କାନ୍ଦଣା ଶୁଣିବେ।

17 ସଦାପ୍ରଭୁ କହିଲେ, ସହେି ସମୟରେ ଆମ୍ଭେ ଲୋକମାନଙ୍କୁ ସମସ୍ଯା ଘଟାଇବା। ଲୋକମାନେ ଅନ୍ଧଭଳି ଗ୍ଭଲିବେ, ଏହା କାହିଁକି ଘଟିବ? କାରଣ ସହେି ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଛନ୍ତି। ସମାନଙ୍କେର ମୃତ ଶରୀର ଭୂମି ଉପ ରେ ଗୋବର ପରି ପଡି ରହିବ।

18 ସମାନଙ୍କେର ସୁନାରୂପା ସମାନଙ୍କେୁ ରକ୍ଷା କରିପାରିବ ନାହିଁ। ସହେି ସମୟରେ ସଦାପ୍ରଭୁ ଅତ୍ଯନ୍ତ ବିବ୍ରତ ଓ କ୍ରୋଧୀ ହାଇେ ପଡିବେ। ସଦାପ୍ରଭୁ ସମଗ୍ର ବିଶ୍ବକୁ ଧ୍ବଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ବ ରେ ସମସ୍ତଙ୍କୁ ବିନାଶ କରିବେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Sofonias 1, comparar traduções ou montar um estudo — tudo direto pelo WhatsApp.