Provérbios 27

Oriya Bible (GL_ORIYA)

1 କାଲି ଯାହା ଘଟିବ, ସେଥିପ୍ରତି ତୁମ୍ଭେ ଦର୍ପ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କାଲି କ'ଣ ଘଟିବାକୁ ଯାଉଛି।

2 ନିଜକୁ ପ୍ରଶଂସା କର ନାହିଁ, ଅନ୍ୟମାନେ ତୁମ୍ଭକୁ ପ୍ରଶଂସା କରନ୍ତୁ।

3 ପଥର ଭାରୀ ଅଟେ ମାତ୍ର ବାଲି ପ୍ରବଳ ଅଟେ। ଅଜ୍ଞାନୀ ଦ୍ବାରା ଯେଉଁ ସମସ୍ଯା ଆ ସେ ତାହା ଅନ୍ୟ ଅପେକ୍ଷା ବହୁତ ଶକ୍ତିଶାଳୀ ଅଟେ।

4 କଠାେର ହୃଦଯ ଓ କୋର୍ଧ ପ୍ରଳଯଙ୍କାରୀ, କହେି ଅନ୍ତଜ୍ଜ୍ବାଳା ଆଗ ରେ ଠିଆ ହାଇେ ପାରିବ ନାହିଁ।

5 ଗୁପ୍ତ ପ୍ ରମଠାରୁେ ପ୍ରକାଶିତ ଅନୁ ଯୋଗ ଭଲ।

6 ଗୋଟିଏ ସାଙ୍ଗଠାରୁ କର୍କଷ ଶବ୍ଦସବୁ ତା'ର ବିଶ୍ବସନୀଯତାଠାରୁ ଅଙ୍କୁରୀତ ହୁଏ। କିନ୍ତୁ ଶତ୍ରୁମାନଙ୍କର ଚୁମ୍ବନକୁ ଭରସା କରାୟାଇ ପାରିବ ନାହିଁ।

7 ତୃପ୍ତ ପ୍ରାଣୀ ମହୁକୁ ଘୃଣା କରେ। ମାତ୍ର କ୍ଷୁଧାର୍ତ୍ତ ମନୁଷ୍ଯକୁ କୌଣସି ତିକ୍ତ ଦ୍ରବ୍ଯସବୁ ମିଷ୍ଟ ଲାଗେ।

8 ଯେଉଁଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାହରା ଭ୍ରମଣକାରୀ ପକ୍ଷୀର ତୁଲ୍ଯ ଅଟେ।

9 ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୁପ କରେ।

10 ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ଯାଗ କର ନାହିଁ। ତୁମ୍ଭର ବିପଦ ଦିନ ରେ ଆପଣା ଭାଇର ଗୃହକୁ ୟାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।

11 ହେ ମାରେ ପୁତ୍ର, ଜ୍ଞାନବାନ୍ ହୁଅ, ମାରେମନକୁ ଆହ୍ଲାଦିତ କର, ତହିଁରେ ମୁଁ ଆପଣା ନିନ୍ଦୁକକୁ ଉତ୍ତର ଦଇପୋରିବି।

12 ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ। ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।

13 ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ। ପୁଣି ପରସ୍ତ୍ରୀ ପାଇଁ ଯେ ଜାମିନ ହୁଏ, ତାହାକୁ ବନ୍ଧକ ରଖ।

14 ଜଣେ ୟିଏ ଅତି ପ୍ରଭାତରୁ ଆପଣାର ପଡ଼ୋଶୀକୁ ଆଶୀର୍ବାଦ କରେ, ତାର ପଡ଼ୋଶୀ ଏହାକୁ ଆଶୀର୍ବାଦ ବଦଳ ରେ ଅଭିଶାପ ଭାବେ ଗ୍ରହଣ କରେ।

15 ଭାରୀ ବୃଷ୍ଟି ଦିନ ରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ ଏହି ଦୁଇଜଣ ଏକ ପ୍ରକାର ଅଟନ୍ତି।

16 ତାକୁ କଳି କରିବାରୁ କ୍ଷାନ୍ତ କରିବା ଅର୍ଥ ବାଯୁକୁ ବନ୍ଦ କରିବା ପାଇଁ ଚେଷ୍ଟା କରିବା ପରି ଅଟେ କିମ୍ବା କାହାରି ହାତ ରେ ତୈଳ ଧାରଣ କରିବା ପାଇଁ ଚେଷ୍ଟା କରିବା ପରି ଅଟେ।

17 ଯେପରି ଲୁହା ଲୁହାକୁ ଧାର କରେ, ସପରେି ବନ୍ଧୁ ତା'ର ବନ୍ଧୁତ୍ବର ମନକୁ ତୀକ୍ଷ୍ମ କରେ।

18 ୟିଏକି ଡ଼ିମ୍ବିରି ବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ। ପୁଣି ଯେ ଆପଣା ପ୍ରଭୁ ପ୍ରତି ଅନୁୟୋଗୀ ଥାଏ, ସେ ସମ୍ମାନ ପାଏ।

19 ପାଣି ଭିତରକୁ ଦେଖ ଏବଂ ତୁମ୍ଭେ ତୁମ୍ଭର ନିଜର ମୁହଁ ଦେଖିବ। ତୁମ୍ଭର ହୃଦଯକୁ ଦେଖ ଏବଂ ତୁମ୍ଭେ ପ୍ରକୃତ ନିଜକୁ ଦେଖିବ।

20 ଯେପରି କବର ଓ ବିନାଶସ୍ଥାନ କବେେ ହେଁ ତୃପ୍ତ ନୁହେଁ, ସହେିପରି ମଧ୍ଯ ମନୁଷ୍ଯର ଚକ୍ଷୁ କେତବେେଳେ ତୃପ୍ତ ନୁହେଁ।

21 କୌଯି ରେ ରୂପା, ଉହ୍ନଇେ ରେ ସୁନା, ପ୍ରଶଂସା ରେ ମନୁଷ୍ଯ ପରୀକ୍ଷିତ ହୁଏ।

22 ତୁମ୍ଭେ ଗହମ ସହିତ ଅଜ୍ଞାନକୁ ଢ଼ିଙ୍କି ରେ କୁଟିଲେ ହେଁ ତା'ର ଅଜ୍ଞାନତା ଛାଡ଼ିବ ନାହିଁ।

23 ତୁମ୍ଭେ ଆପଣା ମଷେପଲର ଅବସ୍ଥା ଜାଣିବା ପାଇଁ ଯତ୍ନବାନ୍ ହୁଅ। ପୁଣି ଆପଣା ପଶୁପଲ ବିଷଯ ରେ ଉତ୍ତମରୂପେ ମନୋୟୋଗ କର।

24 ସମ୍ପତ୍ତି ସର୍ବଦା ସ୍ଥାଯୀ ନୁହେଁ। ମୁକୁଟ ମଧ୍ଯ ପୁରୁଷାନୁକ୍ରମେ ରହେ ନାହିଁ।

25 ଘାସ କଟା ହେଲେ କଅଁଳ ଘାସ ଜନ୍ମେ। ଆଉ ପର୍ବତମାନରୁ ତୃଣ ସଂଗୃହିତ ହୁଏ।

26 ମଷେ ଛୁଆମାନେ ତୁମ୍ଭର ବସ୍ତ୍ର ଦବେେ। ମାତ୍ର ଛଳେି ତୁମ୍ଭ କ୍ଷେତ୍ରର ମୂଲ୍ଯ ସ୍ବରୂପ ଅଟେ।

27 ଛଳେି ଦୁଧ ତୁମ୍ଭ ପାଇଁ ଓ ତୁମ୍ଭ ପରିବାର ପାଇଁ ୟଥେଷ୍ଟ ହବେ ଏବଂ ତୁମ୍ଭ ଦାସୀମାନଙ୍କ ଭକ୍ଷ୍ଯ ଉପଜୀବିକା ହବେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Provérbios 27, comparar traduções ou montar um estudo — tudo direto pelo WhatsApp.