Neemias 2

Oriya Bible (GL_ORIYA)

1 ଅର୍ତ୍ତକ୍ଷସ୍ତ ରାଜାଙ୍କର ଅଧିକାରର ବିଂଶତମ ବର୍ଷ ରେ ନିଶାନ ମାସ ରେ ଏହିପରି ଘଟିଥିଲା। ଯେ ରାଜାଙ୍କ ସମ୍ମୁଖ ରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସହେି ଦ୍ରାକ୍ଷାରସ ନଇେ ରାଜାଙ୍କୁ ଦଲେି। ଏହା ପୂର୍ବରୁ ମୁଁ ତାହାଙ୍କ ସାକ୍ଷାତ ରେ ଦୁଃଖିତ ହାଇେ ନ ଥିଲି।

2 ଏଥି ରେ ରାଜା ମାେତେ ପଚାରିଲେ, ତୁମ୍ଭେ କ'ଣ ପୀଡିତ? ତୁମ୍ଭେ କାହିଁକି ଦୁଃଖିତ ଜଣା ପଡୁଛ? ମୁଁ ଭାବୁଛି ତୁମ୍ଭର ହୃଦଯ ଦୁଃଖପୂର୍ଣ୍ଣ ଅଛି।

3 ଯଦିଓ ମୁଁ ଭୟ କଲି, ତଥାପି ମୁଁ ରାଜାଙ୍କୁ କହିଲି, ମହାରାଜ ଚିରଜୀବୀ ହୁଅନ୍ତୁ। ଯେଉଁ ନଗର ମାରେ ପୂର୍ବପୁରୁଷଗଣର କବର ସ୍ଥାନ ତାହା ଯେତବେେଳେ ଉଜାଡି ହାଇେ ପଡିଛି ଓ ତହିଁର ଦ୍ବାରସବୁ ଦଗ୍ଧ ହାଇେ ପଡିଛି ସେତବେେଳେ କାହିଁକି ମାରେ ମୁଖ ଦୁଃଖିତ ହବେ ନାହିଁ।

4 ଏହାପରେ ରାଜା ମାେତେ କହିଲେ, ମାେ ନିକଟରୁ କ'ଣ ସାହାୟ୍ଯ ତୁମ୍ଭେ ଗ୍ଭହଁ।

5 ଏହାପରେ ମୁଁ ରାଜାଙ୍କୁ ଉତ୍ତର ଦଲେି, ଯଦି ମହାରାଜାଙ୍କର ସନ୍ତାଷେ ହୁଏ ଓ ଆପଣଙ୍କ ଦାସ ଯବେେ ଆପଣଙ୍କ ଦୃଷ୍ଟି ରେ ଅନୁଗ୍ରହ ପାଇଥାଏ, ତବେେ ଯିହୁଦା ଦେଶକୁ ମାରେପିତୃ ଲୋକଙ୍କ କବର ନଗରକୁ ମାେତେ ପଠାଇବାକୁ ଆଜ୍ଞା କରନ୍ତୁ। ମୁଁ ସଠାେକୁ ୟିବାକୁ ଗ୍ଭ ହେଁ। ଏବଂ ସଠାେରେ ମୁଁ ନଗର ପୁନର୍ବାର ପ୍ରତିଷ୍ଠା କରିବାକୁ ଗ୍ଭ ହେଁ।

6 ରାଣୀ ମଧ୍ଯ ରାଜାଙ୍କ ନିକଟରେ ବସିଥିଲେ। ରାଜା ଏବଂ ରାଣୀ ମାେତେ ପଚାରିଲେ, ତୁମ୍ଭର ୟାତ୍ରା କେତେ ଦିନ ଲାଗିବ? ତୁମ୍ଭେ ଏଠାକୁ କବେେ ଫରେିବ?

7 ମୁଁ ମଧ୍ଯ ରାଜାଙ୍କୁ କହିଲି, ଯଦି ମହାରାଜାଙ୍କର ସନ୍ତାଷେ ହୁଏ, ତବେେ ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷମାନେ ଯେପରି ଯିହୁଦା ଦେଶ ରେ ଉପସ୍ଥିତ ହବୋ ପର୍ୟ୍ଯନ୍ତ ୟାତ୍ରା କରିବା ପାଇଁ ମାେତେ ଛାଡି ଦିଅନ୍ତି। ଏଥିପାଇଁ ସମାନଙ୍କେ ନିକଟକୁ ମାେ ହାତ ରେ ପତ୍ର ପଠାନ୍ତୁ।

8 ରାଜା ଆସଫ୍ଙ୍କ ନିମନ୍ତେ ମାେତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି। ସେ ଆସଫ୍ଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କଟାବ ପାଇଁ ମାେତେ ଖଣ୍ଡେ କାଠ ଦବୋ ଲାଗି କହିଲେ।

9 ତେଣୁ ମୁଁ ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷଙ୍କ ନିକଟକୁ ଗଲି। ତାଙ୍କ ନିକଟରେ ଉପସ୍ଥିତ ହାଇେ ତାଙ୍କୁ ରାଜାଙ୍କର ପ୍ରଦତ୍ତ ପତ୍ର ଦଲେି। ତେଣୁ ଦଶାେଧ୍ଯକ୍ଷ ମାେ ସହିତ ସନୋପତି ଓ ଅଶ୍ବାରୋହୀମାନଙ୍କୁ ପଠାଇଲେ।

10 ହାରୋଣୀଯ ସନ୍ବଲ୍ଲଟ ଓ ଅେମ୍ମାନୀୟ ଟୋବିୟ ଅଧିକାରୀଗଣ ଅତିଶଯ ଦୁଃଖିତ ହେଲ, ଯେତବେେଳେ ସମାନେେ ଶୁଣିଲେ ଯେ, ଜଣେ ବ୍ଯକ୍ତି ଇଶ୍ରାୟେଲର ସନ୍ତାନଗଣଙ୍କୁ ସାହାୟ୍ଯ କରିବା ପାଇଁ ଆସିଥିଲେ।

11 ମୁଁ ୟିରୁଶାଲମକୁ ଗଲି ଓ ସଠାେରେ ତିନିଦିନ ରହିଲି।

12 ଏହାପରେ ରାତ୍ର ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ବର ୟିରୁଶାଲମ ପାଇଁ ଯାହା କରିବାକୁ ମାେତେ ପ୍ ରରଣୋ ଦଇେଥିଲେ କରିବାକୁ, ତାହା ମୁଁ କାହାରିଠା ରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡା ରେ ଚଢିଥିଲି ସହେି ଘୋଡାକୁ ଛାଡି ଦେଲେ ମାେ ନିକଟରେ ଆଉ ଘୋଡା ନ ଥିଲା।

13 ଅନ୍ଧାର ହବୋ ମାତ୍ ରେ ମୁଁ ଉପତ୍ୟକାର ଧାରଦଇେ ନାଗକୂପ ଓ ଖତଦ୍ବାର ପର୍ୟ୍ଯନ୍ତ ଗଲି ଓ ୟିରୁଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦଗ୍ଧ ଦ୍ବାରସବୁ ଦେଖିଲି।

14 ତା'ପରେ ମୁଁ ନିର୍ଝର ଦ୍ବାର ଓ ରାଜ ପୁଷ୍କରିଣୀ ପର୍ୟ୍ଯନ୍ତ ଗଲି। ମାତ୍ର ସଠାେରେ ମାରେ ବାହାନ ପଶୁ ପାଇଁ ୟିବାର ସ୍ଥାନ ନଥିଲା।

15 ତେଣୁ ମୁଁ ଉପତ୍ୟକା ଉପରକୁ ଅନ୍ଧାର ରେ ଚଢିଲି ଓ ପ୍ରାଚୀରକୁ ନିରୀକ୍ଷଣ କଲି ଏବଂ ଉପତ୍ୟକାର ଫାଟକ ଦଇେ ଫରେି ଆସିଲି।

16 ମୁଁ କେଉଁଆଡେ ଗଲି ଓ କ'ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ଯ ୟିହୁଦୀଯମାନଙ୍କୁ, ଯାଜକମାନଙ୍କୁ, ମୁଖ୍ଯମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି।

17 ଏହାପରେ ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ଦେଖି ପାରୁଛ ଆମ୍ଭମାନେେ ଖରାପ ଅବସ୍ଥା ରେ ଅଛୁ। ୟିରୁଶାଲମ କିପରି ଉଜାଡ ହାଇେ ପଡିଛି ଏବଂ ଦ୍ବାରସବୁ ଅଗ୍ନି ରେ ଦଗ୍ଧ ହାଇେଅଛି। ନିନ୍ଦିତ ନ ହବୋ ଆସ, ଆସ ପୁଣି ଥରେ ୟିରୁଶାଲମର ପ୍ରାଚୀରକୁ ପୁନଃନିର୍ମାଣ କରିବା।

18 ମୁଁ ମଧ୍ଯ ସହେି ଲୋକମାନଙ୍କୁ ଜଣାଇ ଦଲେି ଯେ, ପରମେଶ୍ବର ମାେ ଉପରେ ଦୟା କରିଛନ୍ତି ଏବଂ ଯାହା ମାେତେ ରାଜା କହିଥିଲେ, ମୁଁ ସମାନଙ୍କେୁ କହିଲି। ତା'ପରେ ସହେି ଲୋକମାନେ ଉତ୍ତର ଦେଲେ, ତବେେ ଗ୍ଭଲ, ବର୍ତ୍ତମାନ ଆମ୍ଭମାନେେ କାର୍ୟ୍ଯ ଆରମ୍ଭ କରିବା। ତେଣୁ ସମାନେେ ନିଜକୁ ଏହି ଉତ୍ତମ କାମ ରେ ନିଯୋଜନ କଲେ।

19 କନ୍ତୁ ହୋରୋଣୀଯ ସନ୍ବଲ୍ଲଟ୍ ଓ ଅେମ୍ମାନୀୟ ଟୋବିୟ ଓ ଆରବୀଯ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସମାନେେ କହିଲେ, ତୁମ୍ଭମାନେେ କ'ଣ ଏ କି କାର୍ୟ୍ଯ କରୁଅଛ? ତୁମ୍ଭମାନେେ କ'ଣ ରାଜଦ୍ରୋହ କରୁଛ?

20 କିନ୍ତୁ ମୁଁ ଏହିପରି କହିଲି, ସ୍ବର୍ଗସ୍ଥ ପରମେଶ୍ବର ଆମ୍ଭର କାର୍ୟ୍ଯ ସିଦ୍ଧ କରିବେ। ଆମ୍ଭେ ହେଉଛୁ ପରମେଶ୍ବରଙ୍କ ଦାସ। ଆମ୍ଭମାନେେ ଏହି ନଗରକୁ ପୁନଃନିର୍ମାଣ କରିବୁ। କିନ୍ତୁ ୟିରୁଶାଲମ ରେ ତୁମ୍ଭର କିଛି କାର୍ୟ୍ଯ ନାହିଁ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Neemias 2, comparar traduções ou montar um estudo — tudo direto pelo WhatsApp.