Miquéias 4

Oriya Bible (GL_ORIYA)

1 ଭବିଷ୍ଯତ ରେ ସଦାପ୍ରଭୁଙ୍କ ଗୃହ, ପର୍ବତର ଉଚ୍ଚତମ ପର୍ବତ ଶିଖର ଉପ ରେ ସ୍ଥାପିତ ହବେ। ଏହା ସମସ୍ତ ପର୍ବତଗୁଡିକ ଅପେକ୍ଷା ଉଚ୍ଚତର ହବେ। ଲଗାତାର ଗୋଷ୍ଠୀଗଣ ଷୋର୍ତ ପରି ସଠାେକୁ ଯାଉଥିବେ।

2 ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସଠାେକୁ ଯିବେ ଏବଂ କହିବେ,

3 ତା'ପ ରେ ଅନକେ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ବର ବିଗ୍ଭରକ ହବେେ ଓ ଦୂରଦେଶୀଯ ଅନକେ ଲୋକମାନଙ୍କୁ ତାଙ୍କର ଶଷେ ନିଷ୍ପତ୍ତି ଜଣାଇବେ। ସହେି ଲୋକମାନେ ୟୁଦ୍ଧ ପାଇଁ ସମାନଙ୍କେର ଅସ୍ତ୍ର ତ୍ଯାଗ କରିବେ। ସମାନେେ ସମାନଙ୍କେର ଖଡ୍ଗ ରେ ଲଙ୍ଗଳ ତିଆରି କରିବେ ଏବଂ ବର୍ଛାକୁ ଭାଙ୍ଗି ଶସ୍ଯ କାଟିବାକୁ ଦାଆ ନିର୍ମାଣ କରିବେ। ଲୋକମାନେ ଅନ୍ୟ ସହିତ ୟୁଦ୍ଧ କରିବା ବନ୍ଦ କରିବେ। ଆଉ ୟୁଦ୍ଧ ପାଇଁ ତାଲିମ ମଧ୍ଯ କବେେ ନବେେ ନାହିଁ।

4 ପ୍ରେତ୍ୟକକ ବ୍ଯକ୍ତି ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କହେି ସମାନଙ୍କେୁ ଭୟଭୀତ କରାଇବେ ନାହିଁ। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ ଘଟିବ ବୋଲି କହିଲେ।

5 ଅନ୍ୟ ଗୋଷ୍ଠୀର ଲୋକମାନେ ସମାନଙ୍କେର ନିଜର ଦବେତାମାନଙ୍କୁ ଅନୁସରଣ କରିବେ। କିନ୍ତୁ ଆମ୍ଭମାନେେ ଚିରକାଳ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗାମୀ ହବୋ।

6 ସଦାପ୍ରଭୁ କୁହନ୍ତି, ଆଘାତପ୍ରାପ୍ତ, ପଙ୍ଗୁ, ବିତାଡିତ ଓ ଦଣ୍ତିତ ୟିରୁଶାଲମକୁ ଆମ୍ଭେ ପୁନର୍ବାର ଫରୋଇ ଆଣିବା।

7 ଆମ୍ଭେ ସହେି ନଗରର 'ପଙ୍ଗୁ' ଲୋକମାନଙ୍କୁ ଅବଶିଷ୍ଟାଂଶ ରୂପେ ରଖିବା ଓ ବିତାଡିତ ହାଇେଥିବା ସହେି ଲୋକମାନଙ୍କୁ ପୁଣି ଶକ୍ତିଶାଳୀ ଗୋଷ୍ଠୀ ରେ ପରିଣତ କରିବା। ସଦାପ୍ରଭୁ ସମାନଙ୍କେର ରାଜା ହବେେ ଏବଂ ସେ ସିୟୋନ ପର୍ବତ ଉପ ରେ ଏବଠାରୁେ ଚିରକାଳ ପର୍ୟ୍ଯନ୍ତ ସମାନଙ୍କେ ଉପ ରେ ଶାସନ କରିବେ।

8 ପୁଣି ହେ ପଲର ଦୁର୍ଗ, ତୁମ୍ଭର ସମୟ ଆସିବ। ସିୟୋନ କନ୍ଯା, ପର୍ବତ ରେ ତୁମ୍ଭେ ପୁନର୍ବାର ଶାସନ ଗାଦି ରେ ରହିବ। ଆଉ ଅତୀତ ପରି ୟିରୁଶାଲମ ଗୋଟିଏ ଶକ୍ତିଶାଳୀ ରାଜ୍ଯ ହବେ।

9 ବର୍ତ୍ତମାନ ତୁମ୍ଭେ କାହିଁକି ଉଚ୍ଚ ସ୍ବର ରେ ବିଳାପ କରୁଛ? ତୁମ୍ଭର ରାଜା କ'ଣ ଗ୍ଭଲିୟାଇଛନ୍ତି? ତୁମ୍ଭେ କ'ଣ ତୁମ୍ଭର ମନ୍ତ୍ରୀଙ୍କୁ ହରାଇଛ? ପ୍ରସବକାଳୀନ ରମଣୀଙ୍କ ପରି ତୁମ୍ଭେ ବଦନୋ ପାଉଛ।

10 ହେ ସିଯୋନର କନ୍ଯା, ତୁମ୍ଭେ ପ୍ରସବ ବଦନୋ ଅନୁଭବ କରି ସନ୍ତାନ ଜନ୍ମ ଦିଅ। ତୁମ୍ଭେ ନଗରର ବାହାରକୁ ୟାଅ ଏବଂ କ୍ଷେତ୍ର ରେ ବାସ କର। ତୁମ୍ଭେ ବାବିଲୋନ ୟିବ। କିନ୍ତୁ ସେ ସ୍ଥାନ ରେ ତୁମ୍ଭେ ସୁରକ୍ଷିତ ହବେ। ଆଉ ମଧ୍ଯ ସଦାପ୍ରଭୁ ସଠାେକୁ ଯିବେ ଓ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭମାନଙ୍କୁ ଶତୃମାନଙ୍କଠାରୁ ଦୂ ରଇେ ନବେେ।

11 ତୁମ୍ଭ ବିରୁଦ୍ଧ ରେ ବହୁ ଗୋଷ୍ଠୀ ଲଢିବାକୁ ଆସିଛନ୍ତି। ସମାନେେ କୁହନ୍ତି, ଦେଖ, ସେ ହେଉଛି ସିୟୋନ, ଆମ୍ଭେ ତାକୁ ସଂପୂର୍ଣ୍ଣ ନଷ୍ଟ କରିଦବେୁ।

12 ସହେି ଲୋକମାଙ୍କର ନିଜର ମନ୍ତ୍ରଣା ଅଛି। କିନ୍ତୁ ସମାନେେ ସଦାପ୍ରଭୁଙ୍କର ମନ୍ତ୍ରଣା ଜାଣନ୍ତି ନାହିଁ। ସଦାପ୍ରଭୁ ସମାନଙ୍କେୁ ଏକ ସ୍ବତନ୍ତ୍ର ଉଦ୍ଦେଶ୍ଯ ରେ ଏଠାକୁ ଆଣିଛନ୍ତି, ସମାନଙ୍କେୁ ଶସ୍ଯ ଖଳା ରେ ଶସ୍ଯ ପେଶିଲା ପରି ଦଳି ଦବେେ।

13 ସିୟୋନର କନ୍ଯା, ଉଠ ଓ ଏହି ଲୋକଙ୍କୁ ଦଳି ଦିଅ। କାରଣ ଆମ୍ଭେ ତୁମ୍ଭକୁ ଶକ୍ତିଶାଳୀ କରିବା। ଆମ୍ଭେ ବଳଦପରି ତୁମ୍ଭର ଶିଙ୍ଗ କୁ ଲୌହ ସଦୃଶ ଓ ଖୁରାକୁ ପିତ୍ତଳ ସଦୃଶ କରିବା। ତୁମ୍ଭେ ତାହାର ସାହାୟ୍ଯ ରେ ଅନକେ ଗୋଷ୍ଠୀକୁ ଚୁର୍ଣ୍ଣ କରିବ। ସମାନଙ୍କେର ଧନସମ୍ପତ୍ତି ତୁମ୍ଭେ ସଦାପ୍ରଭୁଙ୍କୁ ଅର୍ପଣ କରିବ ଏବଂ ସମାନଙ୍କେର ଧନଭଣ୍ତାର ସମୁଦାଯ ଭୂମଣ୍ତଳର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Miquéias 4, comparar traduções ou montar um estudo — tudo direto pelo WhatsApp.