Miquéias 1

Oriya Bible (GL_ORIYA)

1 ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ, ଆହସ ଓ ହିଜକିଯ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମାେ ରେଷ୍ଟୀଯ। ସେ ଶମରିଯା ଓ ୟିରୁଶାଲମ ବିଷଯ ରେ ଏହି ଦର୍ଶନ ଲାଭ କଲେ।

2 ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍ତେ ଶୁଣ। ମାରେ ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧ ରେ ସେ ସାକ୍ଷ୍ଯ ସ୍ବରୂପ ଆସିବେ।

3 ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି। ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କ ରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି।

4 ତାଙ୍କର ଆଗମନ ରେ ପର୍ବତଗୁଡିକ ଅଗ୍ନି ନିକଟରେ ମହମ ତରଳିଲା ପରି ତରଳି ୟିବ। ଉପତ୍ୟକାଗୁଡିକ ବିଦୀର୍ଣ୍ଣ ହବେ ଏବଂ ଜଳ ଗଡାଣି ରେ ବହିଲା ପରି ନିମ୍ନକୁ ଗଡି ଆସିବ।

5 କାରଣ ଯାକୁବ ଓ ଇଶ୍ରାୟେଲ ବଂଶର ପାପ ଯୋଗୁଁ ଏହା ଘଟିଅଛି।

6 ତେଣୁ ଆମ୍ଭେ ଶମରିଯାକୁ ଧ୍ବଂସ କରିବା ଓ ଏହା ଦ୍ରାକ୍ଷାଲତା ରୋପଣର କ୍ଷେତ୍ର ରେ ପରିଣତ କରିବା। କବଳେ ତା'ର ମୂଳଦୁଆକୁ ଛାଡି ଆମ୍ଭେ ଶମରିଯାର ସମସ୍ତ ପଥରଗୁଡିକୁ ଉପତ୍ୟକା ଭିତରକୁ ଫିଙ୍ଗିବା।

7 ଏହି, ତା'ର ସମସ୍ତ ମୂର୍ତ୍ତି ଖଣ୍ତ ବିଖଣ୍ତିତ ହବେ। ଶମରିଯାର ସମସ୍ତ ଧନ ଅଗ୍ନି ରେ ଦଗ୍ଧ କରାୟିବ। ସହେି ଭଣ୍ତ ଦବେତାର ମୂର୍ତ୍ତିଗୁଡିକୁ ଧ୍ବଂସ କରାୟିବ। କାରଣ ଶମରିଯା ତା'ର ସମସ୍ତ ଧନ ଆମ୍ଭ ପ୍ରତି ଅବିଶ୍ବସ୍ତ ହାଇେ ଅର୍ଜନ କରିଛି। ସେଥିପାଇଁ ଶମରିଯାର ଧନସମ୍ପଦସବୁ ବାହାର କରି ନିଆୟିବ ଏବଂ ପୁଣି ବେଶ୍ଯାମାନଙ୍କର ମଜୁରି ରୂପେ ତାହା ବ୍ଯବହାର କରାୟିବ।

8 ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହବେି। ମୁଁ ବିବସ୍ତ୍ର ହାଇେ ଖାଲି ପାଦ ରେ ବୁଲିବି। ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି ଶାେକ କରିବି।

9 ଶମରିଯାର କ୍ଷତ କବେେ ପୂରଣ ହବେ ନାହିଁ। ତା'ର ପାପ ଯିହୁଦା ପର୍ୟ୍ଯନ୍ତ ବ୍ଯାପି ଅଛି। ଆଉ ମଧ୍ଯ ତାହା ମାେ ଲୋକମାନଙ୍କର ନଗରଦ୍ବାର ୟିରୁଶାଲମ ପର୍ୟ୍ଯନ୍ତ ବ୍ଯାପିଅଛି।

10 ଗାଥ ନଗର ରେ ଏହା ଜଣାଅ ନାହିଁ। ଆଦୌ ବିଳାପ କରନାହିଁ। ବୈଥ୍-ଲି-ଅଫ୍ରା ରେ ନିଜେ ଧୂଳି ରେ ଗଡ।

11 ହେ ଶାଫୀର ନିବାସୀଗଣ, ଉଲଗ୍ନ ଓ ଲଜ୍ଜିତ ହାଇେ ତୁମ୍ଭମାନଙ୍କର ରାସ୍ତା ଅତିକ୍ରମ କର। ହେ ସାନନ ନିବାସୀଗଣ, ତୁମ୍ଭମାନେେ ବାହାରକୁ ବାହାରିବ ନାହିଁ। ହେ ବୈଥେତ୍ସଲର ନିବାସୀଗଣ, ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ସୁରକ୍ଷା କାଢି ନିଆ ହବୋ ପରି ତୁମ୍ଭମାନେେ ଶାେକ କରିବ।

12 ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ୟିରୁଶାଲମର ଦ୍ବାରଦେଶ ପର୍ୟ୍ଯନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି।

13 ହେ ଲାଖୀଶର ନିବାସୀଗଣ, ଦ୍ରୁତଗାମୀ ଅଶ୍ବକୁ ନଇେ ରଥରେ ବାନ୍ଧି। ସିଯୋନର ପାପ ଲାଖୀଶ ରେ ଆରମ୍ଭ ହେଲା, କାରଣ ତୁମ୍ଭମାନେେ ଇଶ୍ରାୟେଲର ପାପକୁ ଅନୁସରଣ କଲ।

14 ତେଣୁ ତୁମ୍ଭେ ଗାଥ୍ ରେ ମାେ ରଷେତ୍କୁ ବିଦାଯକାଳୀନ ଦାନ ଦବେ। ଅକ୍ଷୀବର ଗୃହଗୁଡିକ ଇଶ୍ରାୟେଲର ରାଜାମାନଙ୍କ ପ୍ରତି ପ୍ରବଞ୍ଚନା ତୁଲ୍ଯ ହବେ।

15 ହେ ମା ରଶାେ ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧ ରେ ଏକ ବ୍ଯକ୍ତିକୁ ଆଣିବି, ୟିଏକି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇଶ୍ରାୟେଲର ଗୌରବ ଅଦୁଲ୍ଲମକୁ ଆସିବ।

16 ଏଥିପାଇଁ ତୁମ୍ଭମାନେେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିଯ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦଖାେଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢି ନିଆୟିବ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Miquéias 1, comparar traduções ou montar um estudo — tudo direto pelo WhatsApp.