Jeremias 6

Oriya Bible (GL_ORIYA)

1 ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।

2 ହେ ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ଯା, ଆମ୍ଭେ ତୁମ୍ଭକୁ ଧ୍ବଂସ କରିବା।

3 ମଷେପାଳକମାନେ ଆପଣା ଆପଣା ପଲ ସଙ୍ଗ ରେ ନଇେ ତାହା ପାଖକୁ ଆସିବେ, ସମାନେେ ତାହା ବିରୁଦ୍ଧ ରେ ଚତୁର୍ଦ୍ଦିଗ ରେ ନିଜ ନିଜ ତମ୍ବୁ ସ୍ଥାପନ କରିବେ। ପ୍ରେତ୍ୟକକ ନିଜ ନିଜ ସ୍ଥାନ ରେ ପଲ ଚରାଇବେ।

4 ତୁମ୍ଭମାନେେ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଉଠ, ଆମ୍ଭମାନେେ ମଧ୍ଯାହ୍ନ ରେ ଆକ୍ରମଣ କରିବା। ହାୟ, କାରଣ ଦିନର ଅବସାନ ହେଉଅଛି। ସନ୍ଧ୍ଯାକାଳର ଛାଯା ଦୀର୍ଘ ହେଉଅଛି।

5 ତେଣୁ ଉଠ, ଆସ ଆମ୍ଭମାନେେ ରାତ୍ରି ରେ ଆକ୍ରମଣ କରିବା ଓ ରାଜପ୍ରାସାଦଗୁଡ଼ିକୁ ଧ୍ବଂସ କରିବା।

6 କାରଣ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ୟିରୁଶାଲମ ବିରୁଦ୍ଧ ରେ ନିର୍ମାଣ କର। ସହେି ନଗର ପ୍ରତିଫଳ ପାଇବାର ଯୋଗ୍ଯ। ତାହାର ଭିତର ସୂର୍ଣ୍ଣ ଉପଦ୍ରବମଯ।

7 ଯେପରି କୂପ ତା'ର ଜଳକୁ ସତଜେ ରେଖ, ସହେିପରି ୟିରୁଶାଲମ ତା'ର ଦୁଷ୍ଟତା ସତଜେ ରେଖ। ତାହାରି ମଧିଅରେ ଦୌରାତ୍ମ୍ଯ ଓ ଅପହରଣ ଶୁଣାୟାଏ। ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତ ରେ ଥାଏ।

8 ହେ ୟିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର। ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତବେେ ଆମ୍ଭେ ବିରକ୍ତି ରେ ତୁମ୍ଭ ପାଖରୁ ଦୂ ରଇେ ୟିବା। ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି ଓ ଜନଶୂନ୍ଯ ରେ ପରିଣତ କରିବା।

9 ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ଦ୍ରାକ୍ଷା ସଂଗ୍ରହ କଲାପରି ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ସୂର୍ଣ୍ଣ ଭାବରେ ଏକତ୍ରୀତ କର : ଏହାର ଶାଖା ରେ ହାତ ବୁଲାଅ।

10 ମୁଁ କାହାକୁ କହିବି ? କାହାକୁ ମୁଁ ସତର୍କ କରିବି ? କିଏ ବା ମାେ କଥା ଶୁଣିବ ? ଇଶ୍ରାୟେଲର ଲୋକମାନେ ସମାନଙ୍କେର କର୍ଣ୍ଣ ବନ୍ଦ କରିଛନ୍ତି, ତେଣୁ ସମାନେେ ମାେ କଥା ଶୁଣି ପାରନ୍ତି ନାହିଁ। ସମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ। ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।

11 ଏଣୁ ମୁଁ ସଦାପ୍ରଭୁଙ୍କ କୋରଧ ରେ ପରିପୂର୍ଣ୍ଣ ହାଇେଅଛି ଓ ମୁଁ ତାହା ଧରି ରଖିବା ରେ କ୍ଲାନ୍ତ ହାଇେଅଛି। ସଦାପ୍ରଭୁଙ୍କ କୋର୍ଧକୁ ରାସ୍ତା ରେ କ୍ରୀଡ଼ାରତ ପିଲାମାନଙ୍କ ଉପ ରେ ଢ଼ାଳି ପକାଅ ଓ ସଭା ରେ ଏକତ୍ରୀତ ହାଇେଥିବା ୟୁବକମାନଙ୍କ ଉପ ରେ ଢ଼ାଳିଦିଅ, କାରଣ ସ୍ବାମୀ, ସ୍ତ୍ରୀ, ବୃଦ୍ଧ ଓ ବଯସ୍କ ସମସ୍ତେ ଧରାଯିବେ।

12 ଆଉ ସମାନଙ୍କେ ଗୃହ, ସମାନଙ୍କେର କ୍ଷେତ୍ର ଓ ସମାନଙ୍କେର ସ୍ତ୍ରୀ ଅନ୍ୟମାନଙ୍କୁ ଦିଆୟିବ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ଯିହୁଦାର ଲୋକମାନଙ୍କୁ ଶାସ୍ତି ଦବୋ ପାଇଁ ଆମ୍ଭର ହସ୍ତ ସମାନଙ୍କେ ଉପ ରେ ବିସ୍ତାର କରିବା।

13 ଇଶ୍ରାୟେଲର େଛାଟରୁ ବଡ଼ ପର୍ୟ୍ଯନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ଯଦବକ୍ତାଠାରୁ ଯାଜକ ପର୍ୟ୍ଯନ୍ତ ପ୍ରେତ୍ୟକକ ମିଥ୍ଯାଚାରୀ।

14 ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହାଇେ ଅଛନ୍ତି, ସମାନେେ ଏହା କହି ସମାନଙ୍କେୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ଏଠା ରେ 'ଶାନ୍ତି' ଅଛି, ଯେତବେେଳେ ସଠାେ ରେ ଆଦୌ ଶାନ୍ତି ନାହିଁ।

15 ଯାଜକ ଓ ଭବିଷ୍ଯଦବକ୍ତାମାନେ ଘୃଣ୍ଯକର୍ମ କଲେ ମଧ୍ଯ ଲଜ୍ଜିତ ନୁହଁନ୍ତି। ସମାନେେ ସମାନଙ୍କେର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ। ତେଣୁ ସଦାପ୍ରଭୁ କହନ୍ତି, ସମାନେେ ପତିତମାନଙ୍କ ମଧିଅରେ ପତିତ ହବେେ ଓ ଆମ୍ଭେ ସେସାନଙ୍କୁ ପ୍ରତିଫଳ ଦବୋ ବେଳେ ସମାନେେ ନିପାତିତ ହବେେ।

16 ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ଛକସ୍ଥାନ ରେ ଛିଡ଼ା ହାଇେ ଦେଖ, ଆଉ ପୁରାତନ ପଥ ବିଷଯ ରେ ପ୍ରଚାର କରି କୁହ, ଉତ୍ତମ ପଥ କାହିଁ ? ଆଉ ସହେି ପଥରେ ଗମନ କର, ତାହା ହେଲେ ତୁମ୍ଭମାନେେ ନିଜ ନିଜ ପ୍ରାଣ ରେ ବିଶ୍ରାମ ପାଇବ। ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ସେ ପଥରେ ଗମନ କରିବୁ ନାହିଁ।'

17 ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ଯ ରେ ପ୍ରହରୀ ନିରୁକ୍ତ କରି କହିଲୁ, 'ତୁରୀର ଶବ୍ଦ ଶୁଣ।' ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ଶୁଣିବୁ ନାହିଁ।'

18 ତେଣୁ ହେ ନାନାଦେଶୀଯମାନେ, ତୁମ୍ଭମାନେେ ଶୁଣ, ଆଉ ହେ ମଣ୍ଡଳୀ, ସମାନଙ୍କେର କ'ଣ ହବୋକୁ ଯାଉଛି, ହୃଦଯଙ୍ଗମ କର।

19 ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପ ରେ ଅମଙ୍ଗଳ ଆଣିବା। କାରଣ ସମାନେେ ଆମ୍ଭ ବାକ୍ଯ ରେ ଅବଧାନ କରିନାହାନ୍ତି ଓ ଆମ୍ଭର ବ୍ଯବସ୍ଥାକୁ ଅମାନ୍ଯ କରିଅଛନ୍ତି।

20 ପୁଣି ସଦାପ୍ରଭୁ କହନ୍ତି, ଶିବା ଦେଶରୁ ଧୂପ ଓ ଦୂର ଦେଶରୁ ସୁଗନ୍ଧି ବତେ ଆଣିବାର ଫଳ କଅଣ ? ତୁମ୍ଭମାନଙ୍କର ହାମବେଳି ସବୁ ଗ୍ରହଣୀଯ ନୁହେଁ କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।

21 ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗ ରେ ନାନା ବିଘ୍ନ ରଖିବା। ଯାହା ଫଳ ରେ ପିତୃଗଣ ଓ ପୁତ୍ରଗଣ ଏକ ସଙ୍ଗ ରେ ଝୁଣ୍ଟି ପଡ଼ିବେ ଓ ପ୍ରତିବେଶୀ ଓ ତାଙ୍କର ମିତ୍ର ବିନଷ୍ଟ ହବେେ।

22 ଆଉ ମଧ୍ଯ ସଦାପ୍ରଭୁ ଏହିକଥା କହନ୍ତି, ଦେଖ ଉତ୍ତର ଦିଗରୁ ଏକ ସୈନ୍ଯବାହିନୀ ଆସୁଛନ୍ତି ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତଜେିତ ହବେେ।

23 ସମାନେେ ଧନୁ ଓ ବର୍ଚ୍ଛା ଧରନ୍ତି, ସମାନେେ ନିଷ୍ଠୁର ଓ ନିର୍ଦ୍ଦଯ। ସମାନେେ ସମୁଦ୍ର ପରି ଗର୍ଜନ କରନ୍ତି। ଆଉ ସମାନେେ ଅଶ୍ବାରୋହଣ କରନ୍ତି। ଆଗୋ ସିୟୋନର କନ୍ଯା, ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ସମାନଙ୍କେର ପ୍ରେତ୍ୟକକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।

24 ଆମ୍ଭମାନେେ ସହେି ସୈନ୍ଯବାହିନୀ ବିଷଯ ରେ ଏକ ଜନରବ ଶୁଣିଅଛୁ। ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ, ୟନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବଦନୋ ତୁଲ୍ଯ ବଦନୋ ଆମ୍ଭମାନଙ୍କୁ ଆକ୍ରାନ୍ତ କରେ।

25 ଘରୁ ବାହାରି କ୍ଷେତ୍ରକୁ ୟାଅ ନାହିଁ କିଅବା ରାସ୍ତା ରେ ଗମନ କର ନାହିଁ। କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ରହିଛି।

26 ହେ ମାରେ ଲୋକମାନେ, ତୁମ୍ଭମାନେେ ଚଟବସ୍ତ୍ର ପରିଧାନ କର, ଭସ୍ମ ରେ ଗଡ଼, ଏକମାତ୍ର ପୁତ୍ରର ମୃତ୍ଯୁ ରେ ଶୋକ କଲାପରି ଶୋକ କର। ଅତିଶଯ ବିଳାପ କର। କାରଣ ଆମ୍ଭମାନଙ୍କୁ ବିନାଶକାରୀ ଅକସ୍ମାତ ଆକ୍ରମଣ କରିବ।

27 ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଜଣେ ପରୀକ୍ଷକ ଓ ନିର୍ମଳ ରୂପେ ନିୟୁକ୍ତ କରିଅଛୁ, ତୁମ୍ଭେ ଯେପରି ମାେ ଲୋକମାନଙ୍କୁ ପରୀକ୍ଷା କରି ସମାନଙ୍କେର ପଥ ଜ୍ଞାତ ହାଇପୋରିବ।

28 ସମାନେେ ଅତ୍ଯନ୍ତ ଅବାଧ୍ଯ, ଚାରିଆଡ଼େ ସମାନେେ ନିନ୍ଦାଗାନ କରନ୍ତି। ସମାନେେ ପିତ୍ତଳ ଓ ଲୁହାପରି, ସମାନେେ ସମସ୍ତେ ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି।

29 ସମାନେେ ଭାଟିକୁ ପ୍ରଚଣ୍ଡରୂପେ ଉତ୍ତପ୍ତ କରି ସେଥିରୁ ସୀସା ଖାଦ ବାହାର କରି ଏହାକୁ ବିଶୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ସମାନେେ ବୃଥା ଚେଷ୍ଟା କରୁଛନ୍ତି କାରଣ ଦୁଷ୍ଟମାନେ ଏଠାରୁ ଉତ୍ପାଟିତ ହେଉ ନାହାନ୍ତି।

30 ଲୋକେ ସମାନଙ୍କେୁ 'ପରିତ୍ଯକ୍ତା ରୂପା' ବୋଲି କହିବେ କାରଣ ସଦାପ୍ରଭୁ ସମାନଙ୍କେୁ ପରିତ୍ଯାଗ କରିଅଛନ୍ତି।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Jeremias 6, comparar traduções ou montar um estudo — tudo direto pelo WhatsApp.