Jeremias 49

Oriya Bible (GL_ORIYA)

1 ଅମ୍ ନୋନ ସନ୍ତାନଗଣ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ହେ ଅମ୍ ନୋନୀଯ ସନ୍ତାନଗଣ, ତୁମ୍ଭମାନେେ କ'ଣ ଭାବୁଛ ଇଶ୍ରାୟେଲର ପୁତ୍ର ନାହିଁ ? ତାହାର ଉତ୍ତରାଧିକାରୀ କ'ଣ କହେି ନାହାଁନ୍ତି ? ତବେେ ମିଲକମ୍ କାହିଁକି ଗାଦର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁରେ ନଗର ସମୂହ ରେ ବାସ କରୁଅଛନ୍ତି ?

2 ଆଉ ସଦାପ୍ରଭୁ କହନ୍ତି, ସମୟ ଆସିବ ଯେତବେେଳେ ଅମ୍ମାନରେ ରବ୍ବା ନଗର ବିରୁଦ୍ଧ ରେ ୟୁଦ୍ଧର ଧ୍ବନି ଶୁଣାୟିବ। ରବ୍ବା ଧ୍ବଂସ ପାଇବ ଓ ତାହା ଏକ ଜନଶୂନ୍ଯ ଢ଼ିପି ହବେ। ତା'ର ଚତୁର୍ଦ୍ଦିଗସ୍ଥ ନଗରଗୁଡ଼ିକ ଅଗ୍ନି ରେ ଦଗ୍ଧିଭୂତ ହବେ। ଯେଉଁମାନେ ଇଶ୍ରାୟେଲ ଉପ ରେ ଅଧିକାର କରିଥିଲେ, ଇଶ୍ରାୟେଲ ସମାନଙ୍କେ ଉପ ରେ ଅଧିକାର କରିବ। ଏହା ସଦାପ୍ରଭୁ କହନ୍ତି।

3 ହେ ହିଶବୋନ ନିବାସୀଗଣ, ତୁମ୍ଭମାନେେ ଚିତ୍କାର କର। କାରଣ ଅଯ ଧ୍ବଂସ ପାଇଲା। ହେ ରବ୍ବାର କନ୍ଯାଗଣ, ଚିତ୍କାର କର। ଚଟବସ୍ତ୍ର ପରିଧାନ କରି ବିଳାପ କର ଓ ପ୍ରାଚୀର ମଧିଅରେ ଏଣେ ତଣେେ ଦୌଡ଼, କାରଣ ମିଲକମର ଯାଜକଗଣ ଓ ଅଧିପତିଗଣ ଏକତ୍ର ହାଇେ ନିର୍ବାସନକୁ ଯିବେ।

4 ତୁମ୍ଭମାନେେ ତୁମ୍ଭମାନଙ୍କର ଶକ୍ତି ଓ ଧନ ସଦ ଉପ ରେ ଦର୍ପ କରୁଅଛ। ଏଥିପାଇଁ ତୁମ୍ଭମାନେେ କହୁଅଛ ଆମ୍ଭମାନଙ୍କ ପାଖକୁ କହେି ଆସିବେ ନାହିଁ।

5 କିନ୍ତୁ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଚତୁର୍ଦ୍ଦିଗରୁ ତୁମ୍ଭମାନଙ୍କ ବିପକ୍ଷ ରେ ଭୟ ଆଣିବା। ତୁମ୍ଭମାନେେ ଏଣତେଣେେ ଧାବିତ ହବେ, ମାତ୍ର ତୁମ୍ଭମାନଙ୍କୁ ଏକତ୍ରୀତ କରିବାକୁ କହେି ନ ଥିବେ।

6 ସଦାପ୍ରଭୁ କହନ୍ତି, ଅମ୍ନୋନୀଯ ସନ୍ତାନଗଣ ବନ୍ଦୀ ହାଇେ ନିଆଯିବେ, ମାତ୍ର ସମୟ ଆସିବ, ଆମ୍ଭେ ପୁନର୍ବାର ସମାନଙ୍କେୁ ବନ୍ଦୀତ୍ବ ଅବସ୍ଥାରୁ ଫରୋଇ ଆଣିବା।

7 ସୈନ୍ଯାଧିପତି ସଦାପ୍ରଭୁ ଇଦୋମ ବିଷଯ ରେ ଏହି କଥା କହନ୍ତି, ତୈମନ ରେ ଆଉ କ'ଣ ଜ୍ଞାନ ନାହିଁ ?

8 ହେ ଦଦାନ୍ ନିବାସୀଗଣ, ତୁମ୍ଭମାନେେ ପଳାଅ। ମୁଖ ଫରୋଅ, ଗଭୀର ସ୍ଥାନ ରେ ବାସ କର। କାରଣ ଆମ୍ଭେ ଏଷୌରକୁ ତା'ର ଦୁଷ୍କର୍ମ ଲାଗି ଦଣ୍ଡ ଦବୋ।

9 ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ଦ୍ରାକ୍ଷାଫଳ ସଂଗ୍ରହ କଲା ବେଳେ କିଛି ଫଳ ଗଛ ରେ ଛାଡ଼ିଥାନ୍ତି। ଯଦି ଚୋରମାନେ ରାତ୍ରି ରେ ଆସନ୍ତି, ତବେେ ସମାନେେ ସମସ୍ତ ନଇେପାରନ୍ତି ନାହିଁ।

10 କିନ୍ତୁ ଆମ୍ଭ ସକାେଶ ଏଷୌକୁ ଶୂନ୍ଯ କଲୁ ଏବଂ ତା'ର ଗୁପ୍ତସ୍ଥାନ ସବୁ ପ୍ରକାଶକୁ ଆଣିଲୁ। ସେ ଆପଣାକୁ ଲୁଚାଇ ରଖିପାରିବ ନାହିଁ। ତା'ର ସନ୍ତାନଗଣ ବିନଷ୍ଟ ହବେେ ଏବଂ ଭ୍ରାତୃଗଣ ଓ ତାହାର ପ୍ରତିବେଶୀଗଣ ସଠାେ ରେ ରହିବେ ନାହିଁ।

11 ତୁମ୍ଭେ ଅନାଥମାନଙ୍କ ବିଷଯ ରେ ବ୍ଯସ୍ତ ହୁଅ ନାହିଁ। ଆମ୍ଭେ ସମାନଙ୍କେୁ ଜୀବିତ ରଖିବା। ତୁମ୍ଭମାନଙ୍କର ବିଧବାମାନେ ଆମ୍ଭ ଉପ ରେ ନିର୍ଭର କରିବେ।

12 ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଯେଉଁମାନଙ୍କର ସହେି ପାତ୍ର ରେ ପାନ କରିବାର ନାହିଁ, ସମାନେେ ତହିଁରେ ପାନ କରିବେ। କିନ୍ତୁ ଇଦୋମ, ତୁମ୍ଭେ ପାନ କରିବାର ଯୋଗ୍ଯ ଓ ତୁମ୍ଭେ ନିଶ୍ଚିତ ପାନ କରିବ। ତୁମ୍ଭେ ସର୍ବତୋଭାବେ ଦଣ୍ଡିତ ହବେ। ତୁମ୍ଭେ ଦଣ୍ଡରୁ କବେେ ରକ୍ଷା ପାଇବ ନାହିଁ।

13 ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜ ନାମ ରେ ଶପଥ କରିଅଛୁ, ବସ୍ରା ଧ୍ବଂସ ପାଇବ। ସହେି ନଗର ଏକ ପ୍ରସ୍ତର ଗଦା ରେ ପରିଣତ ହବେ। ତାହା ଅନ୍ୟ ଦୃଷ୍ଟି ରେ ବିସ୍ମଯ ଓ ନିନ୍ଦାର ପାତ୍ର ହବେ। ସହେି ନଗରଗୁଡ଼ିକ ଚିରକାଳ ଧ୍ବଂସସ୍ଥାନ ହବେ।

14 ମୁଁ ସାଦପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି ; ପୁଣି ଗୋଷ୍ଠୀଗଣ ମଧିଅରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ ରରେିତ ହାଇେଅଛି। ଯଥା : ତୁମ୍ଭେ ଏକତ୍ରୀତ ହାଇେ ତାହା ବିରୁଦ୍ଧ ରେ ଆସ, ଇଦୋମ ବିରୁଦ୍ଧ ରେ ୟୁଦ୍ଧ ପାଇଁ ଅଗ୍ରସର ହୁଅ।

15 ଆଉ ଦେଖ, ଆମ୍ଭେ ତୁମ୍ଭକୁ ଗୋଷ୍ଠୀଗଣ ମଧିଅରେ କ୍ଷୁଦ୍ର ଓ ମନୁଷ୍ଯମାନଙ୍କ ମଧିଅରେ ଘୃଣା ଯୋଗ୍ଯ କରିଅଛୁ।

16 ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧିଅରେ ନିଜକୁ ମହାନ୍ ଭାବିଛ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି। ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧିଅରେ ଓ ଉଚ୍ଚ ସ୍ଥାନ ରେ ରହି ନିଜକୁ ନିରାପଦ ମନେ କରିଛ। ମାତ୍ର ତୁମ୍ଭେ ଉତ୍କ୍ରୋଶ ପକ୍ଷୀପରି ଉଚ୍ଚ ସ୍ଥାନ ରେ ବାସ କଲେ ମଧ୍ଯ ମୁଁ ତୁମ୍ଭକୁ ସଠାରୁେ ତଳକୁ ଓହ୍ଲାଇ ଆଣିବି। ଏହା ସଦାପ୍ରଭୁ କହନ୍ତି।

17 ଇଦୋମ ଧ୍ବଂସ ହବେ ଓ ଅନ୍ୟମାନଙ୍କ ନିକଟରେ ବିସ୍ମଯର ପାତ୍ର ହବେ। ତାହା ନିକଟ ଦଇେ ଗମନକାରୀ ବିସ୍ମିତ ହବେେ ଓ ତା'ର ଦୂରାବସ୍ଥା ଦେଖି ଶୀସ୍ ଶବ୍ଦ କରିବେ।

18 ସଦୋମ ଓ ହ ମାରୋର ଏବଂ ନିକଟସ୍ଥ ନଗରୀ ଉତ୍ପାଟିତ ହେଲାପରି ତୁମ୍ଭର ମଧ୍ଯ ହବେ। କୌଣସି ଲୋକ ସଠାେ ରେ ବାସ କରିବ ନାହିଁ କିଅବା କୌଣସି ଶିଶୁ ସଠାେ ରେ ଜନ୍ମ ହବେ ନାହିଁ।

19 ଏବଂ ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣ ଭୂମିରେ ଥିବା ସହେିମାନଙ୍କୁ ଦୂରକରି ଦବୋ ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସମାନଙ୍କେ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପ ରେ ଶାସନ କରିବା ପାଇଁ ଆମ୍ଭେ ନିୟୁକ୍ତ କରିବା। କାରଣ ମାେ ପରି କିଏ ଅଛି ? ଏପରି ପାଳକ କହେି ଅଛି, ୟିଏ କି ଆମ୍ଭ ସମ୍ମୁଖ ରେ ଠିଆ ହବେ ?

20 ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧ ରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧ ରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚଯ ସମାନଙ୍କେୁ ଓ ପଲର ଛୁଆମାନଙ୍କୁ ଟାଣି ନଇେଯିବେ। ଯାହା ଘଟିଗଲା ପ୍ରେତ୍ୟକକ ବ୍ଯକ୍ତି ସେଥି ରେ ଚକିତ ହାଇଯେିବେ।

21 ଇଦୋମର ପତନ ଶବ୍ଦ ରେ ପୃଥିବୀ କମ୍ପିତ ହେଉଅଛି। ସମାନଙ୍କେର କ୍ରନ୍ଦନ ଶବ୍ଦ ଲୋହିତ ସାଗର ପର୍ୟ୍ଯନ୍ତ ଶୁଣାଯାଉଛି।

22 ସେ ସମୟରେ ଏକ ପକ୍ଷୀ ଉଡ଼ି ଉଡ଼ି ଆସିବ, ଆଉ ବସ୍ରା ଉପ ରେ ଆପଣା ପକ୍ଷ ବିସ୍ତାର କରିବ। ସେତବେେଳେ ଇଦୋମର ବୀର ସୈନିକଗଣ ଭୟଭୀତ ହବେେ ଓ ପ୍ରସବକାଳୀନ ବଦନୋଗ୍ରସ୍ତା ସ୍ତ୍ରୀ ପରି ୟନ୍ତ୍ରଣା ରେ କ୍ରନ୍ଦନ କରିବେ।

23 ଦମ୍ମେଶକ ପାଇଁ ଏହି ବାର୍ତ୍ତା,

24 ଦମ୍ମେଶକ ଦୁର୍ବଳ ହାଇେଅଛି। ଏହା ରକ୍ଷା ପାଇବା ପାଇଁ ଆଶା କରୁଛି। ସମାନଙ୍କେୁ ଭୟ ଆକ୍ରାନ୍ତ କରିଅଛି, ପ୍ରସବକାଳୀନ ତୀବ୍ର ବଦନୋଗ୍ରସ୍ତ ସ୍ତ୍ରୀ ପରି ସମାନେେ ଦୁଃଖ ଓ ୟନ୍ତ୍ରଣା ଅନୁଭବ କରୁଛନ୍ତି।

25 ସୁଖମଯ ଓ 'ଆନନ୍ଦଦାୟକ' ଦମ୍ମେଶକ ନଗର କିପରି ପରିତ୍ଯକ୍ତ ହାଇେଛି।

26 ତେଣୁ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ସହେି ସମୟରେ ତାହାର ୟୁବକଗଣ ତାହାର ଛକରେ ମୃତ ହାଇେ ପତିତ ହବେେ। ଆଉ ସମସ୍ତ ଯୋଦ୍ଧା ମୃତ୍ଯୁବରଣ କରିବେ।

27 ପୁଣି ଆମ୍ଭେ ଦମ୍ମେଶକର ପ୍ରାଚୀର ରେ ଅଗ୍ନି ଲଗାଇବା ଓ ତାହା ବିନ୍ହଦର ସୁଦୃଢ଼ ଅଟ୍ଟାଳିକାସବୁ ଗ୍ରାସ କରିବ।

28 ବାବିଲର ରାଜା ନବୁଖଦନିତ୍ସର ଦ୍ବାରା ପରାଜିତ କଦେଶର ଓ ହାତ୍ସୋରର ରାଜା ସମୂହ ବିଷଯ ରେ ଏହି ବାର୍ତ୍ତା।

29 ଲୋକମାନେ ସମାନଙ୍କେର ତମ୍ବୁ ଓ ପଶୁପଲକୁ ନଇେଯିବେ। ସମାନଙ୍କେର ୟବନିକା, ସମାନଙ୍କେର ୟାବତୀଯ ପାତ୍ର ଓ ଓଟ ପଲକୁ ସମାନେେ ନିଜ ପାଇଁ ନଇେଯିବେ। ଆଉ ' ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ବୋଲି' ସମାନେେ ଉଚ୍ଚସ୍ବର ରେ କହିବେ।

30 ସଦାପ୍ରଭୁ କହନ୍ତି, ହେ ହାତ୍ସୋର ନିବାସୀଗଣ, ପଳାଯନ କର। ନିରାପଦ ସ୍ଥାନ ରେ ଲୁଚି ରୁହ। କାରଣ ବାବିଲର ରାଜା ନବୂଖଦନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧ ରେ ମନ୍ତ୍ରଣା କରିଅଛ। ସେ ତୁମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ ପାଇଁ ସଂକଳ୍ପ କରିଅଛି।

31 ସଦାପ୍ରଭୁ କହନ୍ତି, ଯେଉଁ ଦେଶ କବାଟ ବିହୀନ ଓ ହୁଡ଼ୁକା ନ ଥିବା ସ୍ଥାନ ରେ ରହି ନିଜକୁ ନିରାପଦ ମନେ କରୁଛନ୍ତି, ' ସହେିମାନଙ୍କୁ ଆକ୍ରମଣ କର।'

32 ଶତ୍ରୁଗଣ ସମାନଙ୍କେର ଓଟଗୁଡ଼ିକୁ ନଇେଯିବେ। ସମାନଙ୍କେର ଅପାର ପଶୁପଲ ଲୁଣ୍ଠିତ ହବେେ। ପୁଣି ଯେଉଁମାନେ ଆପଣା ଆପଣା କେଶର କଣ କାଟନ୍ତି, ସମାନଙ୍କେୁ ଆମ୍ଭେ ଚତୁର୍ଦ୍ଦିଗକୁ ଛିନ୍ନଭିନ୍ନ କରିବା ଓ ସମାନଙ୍କେ ନିକଟକୁ ଚାରିଆଡ଼ୁ ବିପଦ ଆଣିବା। ଏହା ସଦାପ୍ରଭୁ କହନ୍ତି।

33 ହାତ୍ସୋର ଶୃଗାଳମାନଙ୍କର ବାସସ୍ଥାନ ହବେ। କୌଣସି ଲୋକ ସଠାେ ରେ ବାସ କରିବେ ନାହିଁ, କିଅବା କୌଣସି ମନୁଷ୍ଯ ସନ୍ତାନ ତା' ମଧିଅରେ ପ୍ରବାସ କରିବେ ନାହିଁ। ତାହା ଚିରକାଳ ନିର୍ଜନ ସ୍ଥାନ ହାଇେ ରହିବ।

34 ଯିହୁଦାର ରାଜା ସିଦିକିଯର ରାଜତ୍ବର ଆରମ୍ଭ ସମୟରେ ଏଲମ ବିଷଯ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ଯିରିମିୟ ଭବିଷ୍ଯଦବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।

35 ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ଏଲମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଧନୁକୁ ଭାଙ୍ଗି ପକାଇବା।

36 ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଚାରି ବାଯୁକୁ ଏଲମ ବିରୁଦ୍ଧ ରେ ପ୍ରବାହିତ କରାଇବା। ଆଉ ସହେିସବୁ ବାଯୁ ଏଲମକୁ ପୃଥିବୀର ଚାରିଆଡ଼େ ଛିନ୍ନଭିନ୍ନ କରିବ। ପୃଥିବୀର ଏପରି ଦେଶ ନ ଥିବ ଯେଉଁଠାକୁ ଏଲମର ପଳାତକ ୟାଇ ନ ଥିବେ।

37 ପୁଣି ଆମ୍ଭେ ଏଲମର ଲୋକମାନଙ୍କୁ ସମାନଙ୍କେର ଶତ୍ରୁଗଣ ସମ୍ମୁଖ ରେ ଓ ସମାନଙ୍କେର ପ୍ରାଣନାଶକାରୀଙ୍କ ସମ୍ମୁଖ ରେ ବିନାଶ କରିବା। ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେ ଉପ ରେ ଆମ୍ଭର ପ୍ରଚଣ୍ଡ କୋରଧ ଘଟାଇବା ଓ ସମାନଙ୍କେୁ ନିଃଶଷେ କରିବା ପର୍ୟ୍ଯନ୍ତ ସମାନଙ୍କେ ପଛ ରେ ଏକ ଖଡ୍ଗ ପଠାଇବା।

38 ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଏଲମ ରେ ଆମ୍ଭର ସିଂହାସନ ସ୍ଥାପନ କରିବା ଓ ସେ ସ୍ଥାନରୁ ରାଜାକୁ ଓ ଅଧିପତିମାନଙ୍କୁ ଉଚ୍ଛନ୍ନ କରାଇବା।

39 ମାତ୍ର ସଦାପ୍ରଭୁ କହନ୍ତି, ଆମ୍ଭେ ଶଷେ କାଳ ରେ ଏଲମକୁ ବନ୍ଦୀତ୍ବାବସ୍ଥାରୁ ଫରୋଇ ଆଣିବା।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Jeremias 49, comparar traduções ou montar um estudo — tudo direto pelo WhatsApp.