Jeremias 4

Oriya Bible (GL_ORIYA)

1 ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଯଦି ତୁମ୍ଭେ ଫରେି ଆସିବାକୁ ଇଚ୍ଛା କରୁଛ, ତବେେ ମାେ ନିକଟକୁ ଫରେିଆସ। ଯଦି ତୁମ୍ଭେ ସମସ୍ତ ମୂର୍ତ୍ତି ମାେ ଚକ୍ଷୁ ସମ୍ମୁଖରୁ ଫିଙ୍ଗି ଦିଅ ଓ ବିପଥଗାମୀ ହୁଅ ନାହିଁ।

2 ଯଦି ତୁମ୍ଭେ ସହେିସବୁ କରିବ, ତବେେ ତୁମ୍ଭକୁ ସଦାପ୍ରଭୁଙ୍କ ନାମ ରେ ଶପଥ କରି କହିବାକୁ ପଡ଼ିବ ଯେ 'ସଦାପ୍ରଭୁ ଜୀବିତ।' ଆଉ ତୁମ୍ଭେ ଏସବୁ ସତ୍ଯ, ନ୍ଯାଯ ଓ ଧାର୍ମିକତା ରେ ସେ ସବୁ କହିବାକୁ କ୍ଷମ ହବେ। ତାହାଦ୍ବାରା ନାନାଦେଶୀଯମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହବେେ। ସମାନେେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।

3 କାରଣ ସଦାପ୍ରଭୁ ଯିହୁଦା ଓ ୟିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି,

4 ହେ ଯିହୁଦା ଓ ୟିରୁଶାଲମର ନିବାସୀଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କ ପାଇଁ ନିଜକୁ ସୁନ୍ନତ କର। ତୁମ୍ଭମାନଙ୍କର ହୃଦଯରୁ ଆବିଳତାକୁ ଦୂର କର। ତା' ନ ହେଲେ ତୁମ୍ଭମାନଙ୍କର ଦୁଷ୍କର୍ମ ଯୋଗୁଁ ଆମ୍ଭର କୋରଧ ଅଗ୍ନିତୁଲ୍ଯ ପ୍ରଜ୍ବଳିତ ହବେ। ଓ ସହେି କୋର୍ଧାଗ୍ନି ରେ ତୁମ୍ଭମାନେେ ଭସ୍ମୀଭୂତ ହବେ। କହେି ତାହାକୁ ଲିଭାଇ ପାରିବା ପାଇଁ ସକ୍ଷମ ହବେ ନାହିଁ।

5 ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ ଓ ୟିରୁଶାଲମ ରେ ଏହିକଥା ପ୍ରଚାର କର। 'ସମଗ୍ର ଦେଶ ରେ ତୂରୀ ବଜାଅ' ଓ ଉଚ୍ଚସ୍ବର ରେ ଚିତ୍କାର କର, 'ତୁମ୍ଭମାନେେ ଏକତ୍ରୀତ ହୁଅ। ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।'

6 ସିୟୋନ୍ଆଡ଼େ ଧ୍ବଜା ଉଠାଅ। ଜୀବନ ରକ୍ଷା ପାଇଁ ପଳାଯନ କର। ଅପେକ୍ଷା କର ନାହିଁ, କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।

7 ଏକ ସିଂହ ନିଜ ଗହ୍ବରରୁ ବାହାରିଅଛି। ନାନା ଦେଶୀଯମାନଙ୍କର ବିନାଶକ ଆସୁଅଛି। ତୁମ୍ଭର ନଗରସବୁ ଧ୍ବଂସ ହବେ, ଆଉ ସଗେୁଡ଼ିକ ଜନଶୂନ୍ଯ ହବେ। ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି।

8 ତେଣୁ ତୁମ୍ଭମାନେେ ଚଟବସ୍ତ୍ର ପରିଧାନ କରି ବିଳାପ ଓ ହାହାକାର କର। କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କୋରଧ ଆମ୍ଭମାନଙ୍କ ଉପ ରେ ରହିଅଛି।

9 ସହେିଦିନ ସଦାପ୍ରଭୁ କହିଲେ, ରାଜା ଓ ତାଙ୍କର ଅଧିପତିଗଣ ସାହସ ହରାଇବେ। ଯାଜକଗଣ ଭୟଭୀତ ହବେେ ଓ ଭବିଷ୍ଯଦବକ୍ତାମାନେ କ'ଣ କହିବାକୁ ହବେ ଜାଣିପାରିବେ ନାହିଁ।

10 ଏଥି ରେ ମୁଁ, ଯିରିମିୟ କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ, ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ପ୍ରକୃତ ରେ ଭ୍ରାନ୍ତି ରେ ପକାଇଛ। ତୁମ୍ଭେ ସମାନଙ୍କେୁ କହିଛ, 'ତୁମ୍ଭମାନେେ ଶାନ୍ତି ପାଇବ, କିନ୍ତୁ ସମାନଙ୍କେ ଗଳା ପାଖ ରେ ଖଡ୍ଗ ଅଛି।

11 ସହେି ସମୟରେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପାଖକୁ ଏହି ବାର୍ତ୍ତା ଆସିବ, ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାଯୁ ଆସୁଅଛି। ତାହା ଶସ୍ଯରୁ ତୁଷ ଝାଡ଼ିବା ପାଇଁ ଧୀର ବାଯୁ ନୁହେଁ।

12 ଏହାଠାରୁ ଏକ ଶକ୍ତିଶାଳୀ ବାଯୁ ଆମ୍ଭ ପାଖକୁ ଆସୁଛି। ବର୍ତ୍ତମାନ ଯିହୁଦାର ଲୋକମାନଙ୍କ ବିରୁଦ୍ଧ ରେ ଆମ୍ଭେ ଆପଣା ଦଣ୍ଡ ଘାଷେଣା କରୁଅଛୁ।

13 ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାଯୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଇଗଲ ପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହବେେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହବେ ଓ ଆମ୍ଭମାନେେ ବିନଷ୍ଟ ହବୋ।

14 ହେ ୟିରୁଶାଲମ ନିବାସୀଗଣ ! ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦଯରୁ ଅମଙ୍ଗଳକୁ ଧୋଇ ଦିଅ। ହୃଦଯକୁ ନିର୍ମଳ ଓ ପବିତ୍ର କର, ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧିଅରେ ସ୍ଥାନ ଦିଅ ନାହିଁ।

15 ହଁ ତୁମ୍ଭେ ଯତ୍ନ ସହକା ରେ ଶୁଣିବା ଉଚିତ୍, କାରଣ ଦାନରୁ ଏକ ସ୍ବର ଶୁଣାୟିବ ଏବଂ ଇଫ୍ରଯିମ ପର୍ବତରୁ ଏକ ଦୁଃସମ୍ବାଦ ଆସୁଅଛି।

16 ତୁମ୍ଭମାନେେ ନାନାଦେଶୀଯମାନଙ୍କୁ ଜଣାଅ, ୟିରୁଶାଲମ ବିରୁଦ୍ଧ ରେ ଘାଷେଣା କର। ଦୂର ଦେଶରୁ ଶତ୍ରୁମାନେ ଆସୁଛନ୍ତି। ସମାନେେ ଯିହୁଦାର ନଗରଗୁଡ଼ିକ ବିରୁଦ୍ଧ ରେ ରଣହୁଙ୍କାର ଛାଡ଼ୁଛନ୍ତି।

17 ସମାନେେ ଶସ୍ଯକ୍ଷେତ୍ର ଜଗୁଆଳି ସଦୃଶ ୟିରୁଶାଲମକୁ ଚାରିଆଡ଼େ ଘରେି ରହିଛନ୍ତି। କାରଣ ସଦାପ୍ରଭୁ କହନ୍ତି, ସମାନେେ ଆମ୍ଭର ବିଦ୍ରୋହାଚାରିଣୀ ହାଇେଅଛନ୍ତି।

18 ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିଯାସବୁ ତୁମ୍ଭପ୍ରତି ଦୁଃଖ ଘଟାଇଅଛି। ସହେି ମନ୍ଦ କ୍ରିଯା ତୁମ୍ଭର ଜୀବନକୁ ଦୁଃସହ କରିଛି। ଏହା ଅତ୍ଯନ୍ତ ତିକ୍ତ ଓ ମର୍ମଭଦକେ।

19 ହାୟ, ହାୟ, ମାରେ ଦୁଃଖ ଓ ମାରେ ବ୍ଯସ୍ତତା ମାରେ ଅନ୍ତନାଡ଼ିକୁ ବ୍ଯଥିତ କରୁଛି। ମୁଁ ହୃଦଯ ରେ ଅସ୍ଥିରତା ଅନୁଭବ କରୁଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସହେି ତୂରୀ ଶବ୍ଦ ଓ ୟୁଦ୍ଧର ନାଦ ଶୁଣିପାରୁଛି।

20 ବିନାଶ ପ ରେ ବିନାଶର ଖବର ଆସୁଅଛି। କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି। ମୁହୂର୍ତ୍ତକ ମଧିଅରେ ମାରେ ତମ୍ବୁ ଓ ନିମିଷକ ମଧିଅରେ ମାହେର ୟବନିକା ସବୁ ଧ୍ବଂସ ପାଇବ।

21 ହେ ପ୍ରଭୁ, ମୁଁ କେତକୋଳ ପତାକା ଦେଖିବି ଓ ତୂରୀର ଶବ୍ଦ ଶୁଣିବି ?

22 ପରମେଶ୍ବର କହିଲେ, ମାରେଲୋକମାନେ ନିର୍ବୋଧ ଏବଂ ସମାନେେ ମାେତେ ଜାଣନ୍ତି ନାହିଁ। ସମାନେେ ନିର୍ବୋଧ ସନ୍ତାନ ତୁଲ୍ଯ, ସମାନଙ୍କେର ଅର୍ନ୍ତଦୃଷ୍ଟି ନାହିଁ। ସମାନେେ କୁକର୍ମ କରିବା ରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସମାନେେ ଜାଣନ୍ତି ନାହିଁ।

23 ମୁଁ ପୃଥିବୀ ଉପ ରେ ଦୃଷ୍ଟିପାତ କଲି, ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ଯ ଥିଲା। ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷପେ କରି ଦେଖିଲି ସଠାେ ରେ ଆଲୋକ ନ ଥିଲା।

24 ମୁଁ ପର୍ବତମାଳାକୁ ଅନାଇ ଦେଖିଲି ସଗେୁଡ଼ିକ କିତ ହେଉଥିଲେ ଓ ଉପପର୍ବତଗୁଡ଼ିକ ଦୋହଲୁଥିଲେ।

25 ମୁଁ ଚାହିଁ ଦେଖିଲି କୌଣସି ମନୁଷ୍ଯ ନ ଥିଲେ ଓ ଆକାଶର ପକ୍ଷୀସବୁ ପଳାଇ ୟାଇଥିଲେ।

26 ମୁଁ ଦେଖିଲି ଉର୍ବର କ୍ଷେତ୍ରସବୁ ମରୁଭୂମିରେ ପରିଣତ ହେଲା ଓ ସମସ୍ତ ନଗର ଧ୍ବଂସ ପାଇଲା। ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧ ଏହି ସମସ୍ତ ଧ୍ବଂସର କାରଣ ଥିଲା।

27 ସଦାପ୍ରଭୁ ଏହି କଥା କହନ୍ତି, ସମଗ୍ର ଦେଶ ବନ୍ଧ୍ଯା ହବେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶଷେ କରିବି ନାହିଁ।

28 ତେଣୁ ପୃଥିବୀବାସୀ ଶୋକ କରିବେ ଓ ଉପରିସ୍ଥ ଆକାଶମଣ୍ଡଳ କୃଷ୍ଣବର୍ଣ୍ଣ ହବେ। କାରଣ ଆମ୍ଭେ ଏହା କହିଅଛୁ ଓ ଆମ୍ଭେ ଏହା ମନ ରେ ସ୍ଥିର କରିଅଛୁ। ଏଥିପାଇଁ ଆମ୍ଭେ ଅନୁତାପ କରିବୁ ନାହିଁ କି ଏଥିରୁ ବିରତ ହବେୁ ନାହିଁ।

29 ଅଶ୍ବାରୋହୀ ଓ ଧନୁର୍ଦ୍ଧାରୀଙ୍କ ଶବ୍ଦ ରେ ସମଗ୍ର ନଗରବାସୀ ଭୟ ରେ ପଳାଯନ କରିବେ। କେତକେ ଗୁମ୍ଫା ମଧିଅରେ ଲୁଚିବେ, କେତକେ ନିବିଡ଼ ଅରଣ୍ଯର ବୁଦା ମଧିଅରେ ଲୁଚିବେ ଓ ଅନ୍ୟ କେତକେ ଶୈଳ ଉପ ରେ ଚଢ଼ିବେ। ଯିହୁଦାର ସମସ୍ତ ନଗର ପରିତ୍ଯକ୍ତ ହାଇେ ଜନଶୂନ୍ଯ ହବେ।

30 ଆଉ ତୁମ୍ଭେ ଯେତବେେଳେ ବିନଷ୍ଟ ହବେ ସେତବେେଳେ ତୁମ୍ଭେ କ'ଣ କରିବ ? ତୁମ୍ଭେ କାହିଁକି ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଛ ଓ ସୁବର୍ଣ୍ଣ ଅଳଙ୍କାର ରେ ନିଜକୁ ଭୂଷିତା କରୁଛ? ତୁମ୍ଭେ ବୃଥା ରେ ନିଜର ଚକ୍ଷୁ ରେ ଅଞ୍ଜନ ଦଇେ ନିଜକୁ ସଜାଇଛ ଓ ସୁନ୍ଦର କରୁଅଛ। କାରଣ ଜାରପୁରୁଷମାନେ ମଧ୍ଯ ତୁମ୍ଭକୁ ଘୃଣା କରୁଛନ୍ତି ଓ ତୁମ୍ଭ ପ୍ରାଣ ବିନାଶ କରିବାକୁ ଚେଷ୍ଟା କରୁଛନ୍ତି।

31 ପ୍ରସବକାରିଣୀ ସ୍ତ୍ରୀର ରବପରି ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବଦନୋ ପରି ସିୟୋନ୍ କନ୍ଯାର ରବ ଆମ୍ଭେ ଶୁଣିଅଛୁ। ସେ ଦୀର୍ଘନିଶ୍ବାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି, ହାୟ, ହାୟ ! ହତ୍ଯାକାରୀମାନଙ୍କ ଆଗ ରେ ମାରେ ପ୍ରାଣ ମୂର୍ଚ୍ଛିତ ହେଲା।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Jeremias 4, comparar traduções ou montar um estudo — tudo direto pelo WhatsApp.