Jó 39

Oriya Bible (GL_ORIYA)

1 ଆୟୁବ ତୁମ୍ଭେ ଜାଣିଛ କି କେତବେେଳେ ପାହାଡ଼ୀ ଛଳେି ଜନ୍ମଗ୍ରହଣ କରେ। ତୁମ୍ଭେ କବେେ ଦେଖିଛ କି ମା ହରିଣକୁ ତା'ର ଛୁଆ ଦବୋର।

2 ତୁମ୍ଭେ ଏକଥା ଜାଣିଛ କି କେତେ ମାସ ପାହାଡ଼ୀ ଛଳେି ଓ ହରିଣ ଶାବକର ଗର୍ଭମାସ ଧାରଣର କ୍ଷମତା? ତୁମ୍ଭେ ଜାଣ କି କେତବେେଳେ ସମାନଙ୍କେ ଜନ୍ମ ହବୋର ଉପୟୁକ୍ତ ସମୟ।

3 ସହେି ପଶୁମାନେ ପଡ଼ିରହି ଗର୍ଭ ୟନ୍ତ୍ରଣା ଭୋଗକରି ତା'ର ପିଲାମାନଙ୍କୁ ଜନ୍ମ ଦିଅନ୍ତି।

4 ସହେି ପଶୁ ଛୁଆମାନେ କ୍ଷତେ ରେ ବଡ଼ ସବଳ ହାଇୟୋନ୍ତି। ତା'ପରେ ସମାନେେ ମା'କୁ ଛାଡ଼ି ଚାଲିୟାଆନ୍ତି, ଆଉ ଫରନ୍େତି ନାହିଁ।

5 ଆୟୁବ, କିଏ ବଣୁଆ ଗଧକୁ ଛାଡ଼ି ଦିଅନ୍ତି ? ସେ ସମାନଙ୍କେର ଦଉଡ଼ିସବୁ ଫିଟାନ୍ତି ଏବଂ ସମାନଙ୍କେୁ ଛାଡ଼ି ଦିଅନ୍ତି।

6 ମୁଁ ସହେି ବଣୁଆ ଗଧ ପାଇଁ ମରୁଭୂମିକୁ ତା'ର ବାସସ୍ଥାନ କରିଛି। ମୁଁ ସହେି ଲୁଣିଆ ସ୍ଥାନକୁ ସମାନଙ୍କେ ବ୍ଯବହାର ପାଇଁ ଛାଡ଼ି ଦଇେଛି।

7 ବଣୁଆ ଗଧମାନେ ନଗରର କୋଳାହଳକୁ ତୁଚ୍ଛ କରନ୍ତି। କହେି ବ୍ଯକ୍ତି ସମାନଙ୍କେୁ ନିଯନ୍ତ୍ରଣ କରିପାରିବେ ନାହିଁ।

8 ବଣୁଆ ଗଧମାନେ ପାହାଡ଼ ରେ ବାସ କରନ୍ତି, ତାହା ସମାନଙ୍କେ ଚରିବା ସ୍ଥାନ। ସହେି ସ୍ଥାନ ରେ ସମାନେେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି।

9 ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥା ରେ ରାଜି ହାଇେ ତୁମ୍ଭ କାମ କରିବ କି ? ସେ ତୁମ୍ଭ ଗୁହାଳ ରେ ରହିବ କି ?

10 ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ି ରେ ବାନ୍ଧି ଦବେ କି ? ୟଦ୍ଦ୍ବାରା ତୁମ୍ଭେ ଆପଣା ଭୂମି ଚାଷ କରିବ।

11 ବଣୁଆ ଷଣ୍ଢ ଅତି ବଳଶାଳୀ। ତୁମ୍ଭେ କ'ଣ ତା' ଉପରେ ନିର୍ଭର କରିପାରିବ ତୁମ୍ଭ କାମ କରିବା ପାଇଁ ?

12 ତୁମ୍ଭେ ତା' ଉପରେ ନିର୍ଭର କରିପାରିବ କି ? ତୁମ୍ଭର ଶସ୍ଯ ଅମଳ କରିବା ପାଇଁ ଶସ୍ଯସବୁ ଖଳାକୁ ଆଣିବାକୁ ?

13 ଓଟ ପକ୍ଷୀ ଉତ୍ତଜେନା ରେ ଡ଼ଣୋ ହଲାଏ କିନ୍ତୁ ଏହା ଉଡ଼ିପାରିବ ନାହିଁ। ଏହାର ଡ଼ଣୋ ବଗ ପରି ନୁହେଁ।

14 ଓଟ ପକ୍ଷୀ ଭୂମିରେ ଅଣ୍ଡା ଦିଏ ଏବଂ ସମାନେେ ବାଲି ରେ ଉଷ୍ଣ ହୁଅନ୍ତି।

15 ଓଟ ପକ୍ଷୀ ଭୁଲିୟାଏ ହୁଏତ ତା'ର ଅଣ୍ଡା ଉପରେ କିଏ ଚଢ଼ିୟିବ କିମ୍ବା କୌଣସି ବଣୁଆ ଜନ୍ତୁ ତା'ର ଅଣ୍ଡାକୁ ଭାଙ୍ଗି ଦବେେ।

16 ଓଟପକ୍ଷୀ ତା'ର ଶାବକମାନଙ୍କୁ ଛାଡ଼ିକି ୟାଏ। ସେ ତା'ର ଶାବକମାନଙ୍କୁ ନିଜର ଛୁଆପରି ବ୍ଯବହାର କରେ ନାହିଁ। ତା'ର ଛୁଆ ମରିଗଲେ ସେ ଖାତିର କରେ ନାହିଁ ଯେପରି ସମସ୍ତ କାମ କିଛି ହେଲା ନାହିଁ।

17 କାହିଁକି ? କାରଣ ମୁଁ ସହେି ଓଟପକ୍ଷୀକୁ ଜ୍ଞାନ ଦଇେ ନାହିଁ। ସହେି ଓଟ ପକ୍ଷୀ ନିର୍ବୋଧ। ମୁଁ ମଧ୍ଯ ତାକୁ ସପରେି କରିଛି।

18 କିନ୍ତୁ ସହେି ଓଟପକ୍ଷୀ ଠିଆ ହୁଏ ଦୌଡ଼ିବାକୁ ଆରମ୍ଭ କରେ। ସେ ଘୋଡ଼ା ଓ ତା'ର ସବାରୀକୁ ଦେଖି ହସି ପଳାଏ। କାରଣ ସେ କୌଣସି ଘାଡ଼ୋଠାରୁ ଅଧିକ ବଗେ ରେ ଦୌଡ଼ିପା ରେ ନାହିଁ।

19 ଆୟୁବ ତୁମ୍ଭେ ସହେି ଘାଡ଼ୋକୁ ଶକ୍ତି ଦଇେଛ କି ? ତୁମ୍ଭେ ଘୋଡ଼ାର ବକରେେ ବଳା ଲଗାଇଛ କି ?

20 ତୁମ୍ଭେ ସହେି ଘାଡ଼ୋକୁ ପତଙ୍ଗପରି କୁଦିବାର ଶକ୍ତି ଦଇେଅଛ କି ? ସହେି ଘାଡ଼ୋ ଲୋକ ଦେଖିଲେ ବଡ଼ ପାଟି ରେ ରବ କରେ।

21 ଘୋଡ଼ାଟି ଶକ୍ତିଶାଳୀ ଥିବାରୁ ଖୁସିଥାଏ। ସେ ଭୂମିରେ ତା'ର ଖୁରା ଦ୍ବାରା ରାମ୍ପୁଡ଼ି ପକାଏ। ସେ ୟୁଦ୍ଧ କ୍ଷେତ୍ର ରେ ଖୁବ ୟୋର ରେ ଦୌଡ଼ିପା ରେ।

22 ଘାଡ଼ୋ ଭୟ ରେ ହ ସେ। ସେ ଭୟଭୀତ ନୁହେଁ, ସେ ୟୁଦ୍ଧ ଭୂମିରୁ ପଳାଯନ କରିବ ନାହିଁ।

23 ଯୋଦ୍ଧା ଘୋଡ଼ା ପିଠି ରେ ବସି ତୂଣିର ବାନ୍ଧି ଥାଏ। ବର୍ଚ୍ଛା, ଢ଼ାଲ ଆଦି ଅସ୍ତ୍ରଶସ୍ତ୍ର ସୂର୍ୟ୍ଯ କିରଣ ରେ ଝଲମଲ କରୁଥାଏ।

24 ଘୋଡ଼ା ଅତ୍ଯଧିକ ଉତ୍ତଜେିତ ହୁଏ। ସେ ଭୂମି ଉପରେ ଖୁବ୍ ୟୋର ରେ ଦୌଡ଼େ। ସେ ତୂରୀ ଶବ୍ଦ ଶୁଣି ସ୍ଥିର ହାଇେ ଠିଆ ହାଇେ ରହିପା ରେ ନାହିଁ।

25 ଯେତବେେଳେ ତୂରୀ ଆଦି ବାଦ୍ଯ ଶୁଣେ ଘୋଡ଼ା ମଧ୍ଯ ପାଟିକରେ 'ହୁ ରେ !' ସେ ଦୂରରୁ ୟୁଦ୍ଧର ବାସନା ଓ ସନୋପତିମାନଙ୍କର ହୁଙ୍କାର ଜାଣିପା ରେ।

26 ଆୟୁବ, ତୁମ୍ଭେ ଉତ୍କ୍ରୋଶ ପକ୍ଷୀକୁ ଉଡ଼ାଇବା ଶିଖାଇଛ କି ? ତାକୁ ତା'ର ଡ଼ଣୋ କିପରି ମଲୋଇ ଦକ୍ଷିଣ ଦିଗକୁ ଉଡ଼ିବାକୁ ଶିଖାଇଚ କି ?

27 ତୁମ୍ଭେ ସହେି ବ୍ଯକ୍ତି କି ୟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଖୁବ୍ ଉଚ୍ଚ ରେ ଉଡ଼ିବା ପାଇଁ କହିଛି। ତୁମ୍ଭେ ତାକୁ ଉଚ୍ଚ ପର୍ବତ ରେ ବସା ବାନ୍ଧିବାକୁ କହିଛ କି ?

28 ଉତ୍କ୍ରୋଶ ପକ୍ଷୀ ପର୍ବତର ଢ଼ାଲୁତଟ ରେ ବାସ କରେ। ପର୍ବତର ଢ଼ାଲୁତଟ ହେଉଛି ତା'ର ଦୁର୍ଗ।

29 ଉତ୍କ୍ରୋଶ ପକ୍ଷୀ ତା'ର ଶିକାରକୁ ଦୂର ବସାରୁ ଦେଖିପା ରେ। ସେ ବହୁତ ଦୂରରୁ ତା' ଖାଦ୍ୟ ଦେଖିପା ରେ।

30 ଉତ୍କ୍ରୋଶ ପକ୍ଷୀ ଏକତ୍ରୀତ ହୁଅନ୍ତି, ଯେଉଁଠା ରେ ଶବସବୁ ଥାଏ। ଏବଂ ତା'ର ଛୁଆମାନେ ମଧ୍ଯ ରକ୍ତ ଶୋଷନ୍ତି।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Jó 39, comparar traduções ou montar um estudo — tudo direto pelo WhatsApp.