Jó 29

Oriya Bible (GL_ORIYA)

1 ଆୟୁବ ତା'ର କାହାଣୀ ଚାଲୁ ରଖିଲା,

2 ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମାରଜେୀବନ ଯେପରି ଥିଲା ସହେିପରି ରହନ୍ତା। ପରମେଶ୍ବର ମାେ ଉପରେ ଦୃଷ୍ଟି ରଖିଲେ, ମାରେଯତ୍ନ ନେଉଥିଲେ।

3 ଯେତବେେଳେ ପରମେଶ୍ବର ମାେ ମୁଣ୍ଡ ଉପରେ ଉଜ୍ଜ୍ବଳ ଆଲୋକ ପକାଉଥିଲେ, ତାଙ୍କ ଆଲୋକ ବଳ ରେ ମୁଁ ଅନ୍ଧକାର ରେ ଚାଲିବାକୁ ସକ୍ଷମ ହାଇେଥିଲି।

4 ମୁଁ ସହେି ଦିନଗୁଡ଼ିକ ନିମନ୍ତେ ଇଚ୍ଛାକରେ ଯେତବେେଳେ ମାରେ ସାଫଲ୍ଯ ଥିଲା ଏବଂ ଯେତବେେଳେ ପରମେଶ୍ବରଙ୍କର ବନ୍ଧୁତା ମାରେ ଗୃହକୁ ଆଶୀର୍ବାଦ କଲେ।

5 ଆହା, ଯେଉଁ ସମୟରେ ସର୍ବଶକ୍ତିମାନ ପରମେଶ୍ବର ମାେ ସହିତ ଥିଲେ ମାରେପିଲାମାନେ ମାେ ଚାରି ପାଖ ରେ ଥିଲେ ସହେି ସମୟକୁ ମୁଁ ଚା ହେଁ।

6 ଜୀବନ ଅତି ସୁଖକର ଥିଲା। ମୁଁ ମାରେ ପାଦକୁ ଦୁଗ୍ଧ ଲହୁଣୀ ରେ ଧୌତ କରୁଥିଲି। ମାେ ନିକଟରେ ଅନକେ ତୈଳ ନଦୀ ପ୍ରବାହିତ ହେଉଥିଲା।

7 ସହେିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି। ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନ ରେ ଲୋକମାନେ ବସି ସଭା କରୁଥିଲେ।

8 ସବୁ ଲୋକମାନେ ମାେତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମାେ ଆସିବା ଦେଖି ସେ ମାେ ବାଟରୁ ଆଡ଼ଇେ ହାଇେ ଯାଉଥିଲେ। ବଡ଼ଲୋକ ସମ୍ମାନ ସ୍ବରୂପ ଛିଡ଼ା ହାଇେ ପଡ଼ୁଥିଲେ।

9 ମାେତେ ଦେଖି ନେତାମାନେ ଚୂପ ହାଇେ ଯାଉଥିଲେ ଏବଂ ତାଙ୍କ ମୁଖ ରେ ହାତ ଦେଉଥିଲେ।

10 ଏପରିକି ଗଣ୍ଯମାନ୍ଯ ବ୍ଯକ୍ତି ମଧ୍ଯ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ, ଏହା ଦଖାଯାେଉଥିଲା ଯେପରି ତାଙ୍କର ଜିଭ ପାଟି ରେ ଅଟକି ଯାଉଥିଲା।

11 ମୁଁ ଯାହା କହୁଥିଲି ସମାନେେ ତାହା ମନ ଦଇେ ଶୁଣୁଥିଲେ ଏବଂ ଏହାପରେ ମାେ ବିଷଯ ରେ ଭଲ କଥା ହେଉଥିଲେ। ମୁଁ ଯାହା କରୁଥିଲି, ଲୋକେ ତାକୁ ଦେଖୁଥିଲେ ଓ ପ୍ରଶଂସା କରୁଥିଲେ।

12 କାହିଁକି ? କାରଣ ଯେତବେେଳେ କୌଣସି ଗରିବ ଲୋକଟିଏ ସାହାୟ୍ଯ ପାଇଁ ଡ଼ାକୁଥିଲା ମୁଁ ତାକୁ ସାହାୟ୍ଯ କରୁଥିଲି। ମୁଁ ମଧ୍ଯ ସହେି ପିଲାମାନଙ୍କୁ ସାହାୟ୍ଯ କରୁଥିଲି। ଯାହାଙ୍କର ପିତାମାତା ନ ଥିଲେ ଏବଂ ସମାନଙ୍କେର ଯତ୍ନ ନବୋକୁ କହେି ନ ଥିଲେ।

13 ଯେଉଁ ମଣିଷ ମରି ଯାଉଥିଲା ସେ ମାେତେ ଆଶୀର୍ବାଦ କଲା। ମୁଁ ସହେି ବିଧବାମାନଙ୍କୁ କିଛି ଖାଇବା ନିମନ୍ତେ ଦଲେି।

14 ଧାର୍ମିକତା ମାରେ ବସ୍ତ୍ର ନ୍ଯାଯ ମାରେ ଚୋଗା ଓ ମାରେ ପଗଡ଼ି ଥିଲା।

15 ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସମାନେେ ଯେଉଁ ଆଡ଼କୁ ୟିବାକୁ ଇଚ୍ଛା କରୁଥିଲେ ସହେି ପଥରେ ୟିବାକୁ ମୁଁ ସାହାୟ୍ଯ କରୁଥିଲି। େଛାଟ ଲୋକର ମୁଁ ପାଦ ସଦୃଶ ଥିଲି। ମୁଁ ତାଙ୍କୁ ବୋହି ନେଉଥିଲି। ଯେଉଁ ସ୍ଥାନକୁ ସମାନେେ ୟିବାକୁ ଇଚ୍ଛା କରୁଥିଲେ।

16 ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ଯ ସାହାୟ୍ଯ କରୁଥିଲି। ସମାନଙ୍କେୁ ଅଦାଲତ ରେ ତର୍କ ରେ ଜିତାଇ ଦେଉଥିଲି।

17 ଦୁଷ୍ଟ ଲୋକର କ୍ଷମତାର ଅପବ୍ଯବହାରରୁ ନିରୀହ ଲୋକଙ୍କୁ ଉଦ୍ଧାର କରୁଥିଲି।

18 ମୁଁ ଭାବୁଥିଲି, ମୁଁ ମାେ ଗୃହ ରେ ମୃତ୍ଯୁବରଣ କରିବି, କିନ୍ତୁ ମାରେ ଦିନଗୁଡ଼ିକ ସମୁଦ୍ରର ବାଲିକଣା ପରି ହବେ।

19 ମୁଁ ସବୁଦିନ ସ୍ବାସ୍ଥ୍ଯବାନ କାର୍ୟ୍ଯକ୍ଷମ ଥିବି। ଗୋଟିଏ ସବଳ ବୃକ୍ଷଭଳି ଯାହାର ଚରେ ମାଟିତଳେ ଜଳକୁ ସ୍ପର୍ଶ କରି ଅନକେ ଡ଼ାଳ ଶାଖା ପ୍ରଶାଖା ମଲେି କାକର ରେ ଭିଜି ୟାଇଥିବ।

20 ମାେ ପାଇଁ ପ୍ରେତ୍ୟକକ ଦିନ ଗୋଟିଏ ନୂଆଦିନ ହାଇେଥିବ ଯାହା ମାରେ ଗୌରବ ରେ ପୂର୍ଣ୍ଣ ହବୋ ସହିତ ବହୁତ ନୂଆ ସମ୍ଭାବନାକୁ ମଧ୍ଯ ସାକାର କରୁଥିବ।

21 ଅତୀତ ରେ ଲୋକେ ମାେ କଥାକୁ ନିରବ ଚାପ ଶୁଣିଥିଲେ। ଯେତବେେଳେ ସମାନେେ ମାେ ପାଖକୁ କୌଣସି ଉପଦେଶ ପାଇଁ ଆସୁଥିଲେ।

22 ମୁଁ ମାରେବକ୍ତବ୍ଯ ସମାପ୍ତି କଲାପରେ ଲୋକମାନେ ସମସ୍ତ ବିଷଯ ରେ ଶୁଣି ପାରିଲେ, ପରେ ସମାନଙ୍କେର ଆଉ କିଛି କହିବାକୁ ନ ଥାଏ। ମାରେ ସମସ୍ତ କଥା ସମାନଙ୍କେ କାନକୁ ମୃଦୁ ଭାବରେ ପ୍ରବେଶ କରୁଥିଲା।

23 ଲୋକେ ବର୍ଷାକୁ ଅପେକ୍ଷା କଲାପରି ମାେ କଥା ଶୁଣିବାକୁ ଅପେକ୍ଷା କରୁଥିଲେ। ଲୋକେ ମାରେ କଥାକୁ ବସନ୍ତଋତୁର ବର୍ଷାଭଳି ପାନ କରୁଥିଲେ।

24 ମୁଁ ସହେି ଲୋକମାନଙ୍କ ସହିତ ହସିଲି ଏବଂ ସମାନେେ ତାହା ବିଶ୍ବାସ କରିପାରିଲେ ନାହିଁ। ମାରେ ହସ ଦ୍ବାରା ସମାନେେ ଅଧିକ ଖୁସି ଅନୁଭବ କଲେ।

25 ମୁଁ ସମାନଙ୍କେର ନେତା ଥିଲେ ବି ସମାନଙ୍କେ ସଙ୍ଗ ରେ ମିଳିମିଶି ରହିବାକୁ ପସନ୍ଦ କରୁଥିଲି। ମୁଁ ସୈନ୍ଯମାନଙ୍କ ମଧିଅରେ ଜଣେ ରାଜା ଥିଲି। ଯେଉଁମାନେ ଦୁଃଖ ରେ ଥିଲେ ସମାନଙ୍କେୁ ସାନ୍ତ୍ବନା ପ୍ରଦାନ କରୁଥିଲି।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Jó 29, comparar traduções ou montar um estudo — tudo direto pelo WhatsApp.