Isaías 53

Oriya Bible (GL_ORIYA)

1 ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ବାସ କରିଅଛି ? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହାଇେଅଛି ?

2 କାରଣ ସେ ତାହାଙ୍କ ଦୃଷ୍ଟି ରେ ଚାରା ତୁଲ୍ଯ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ଯ ବଢ଼ିଲେ। ତାଙ୍କର ଐଶ୍ଚର୍ୟ୍ଯ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ୟ୍ଯ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ।

3 ଲୋକମାନେ ତାଙ୍କୁ ଘୃଣା କଲେ ଓ ବନ୍ଧୁମାନେ ତାଙ୍କୁ ପରିତ୍ଯାଗ କଲେ। ସେ ଦୁଃଖ ଓ ଶାେକ ସହିତ ପରିଚିତ ହେଲେ। ସେ ଲୋକମାନଙ୍କଠାରୁ ନିଜ ମୁଖ ଲୁଚାଇ ରଖିଲେ। ସେ ଘୃଣିତ ହେଲେ ଏବଂ ଆମ୍ଭମାନେେ ତାଙ୍କୁ ସମ୍ମାନ ଦଲେୁ ନାହିଁ।

4 ମାତ୍ର ସେ ଆମ୍ଭର ଦୁଃଖ ୟାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ଯଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭମାନେେ ତାଙ୍କୁ ପରମେଶ୍ବରଙ୍କ ଦ୍ବାରା ନିର୍ୟ୍ଯାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ।

5 ମାତ୍ର ସେ ଆମ୍ଭମାନଙ୍କ ପାପ ଏବଂ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଭୁଲ୍ କାର୍ୟ୍ଯ ପାଇଁ ସେ ଚୂର୍ଣ୍ଣ ହେଲେ। ସେ ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତିକୁ ଆପଣାର କରି ଦେଲେ। ତାଙ୍କର କ୍ଷତ ରେ ଆମ୍ଭମାନେେ ଆରୋଗ୍ୟ ଲାଭ କଲୁ।

6 ମାତ୍ର ଆମ୍ଭମାନେେ ସମସ୍ତେ ମଷେପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପଥରେ ୟାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡ ରେ ନଇେ ୟାଇଛନ୍ତି।

7 ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହାଇେ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମଷେ ଶାବକ ତୁଲ୍ଯ ଓ ଲୋମ ଛଦନକୋରୀଙ୍କ ସମ୍ମୁଖ ରେ ନିରୀହ ମଷେ ତୁଲ୍ଯ ସେ ନିଜର ମୁଖ ଫିଟାଇଲେ ନାହିଁ।

8 ଲୋକମାନେ ବଳପୂର୍ବକ ତାଙ୍କୁ ବିଚାର ପାଇଁ ଧରି ନେଲେ ଓ ଉପୟୁକ୍ତ ବିଚାର ତାଙ୍କ ପାଇଁ କରାଗଲା ନାହିଁ। ପୁଣି ସେ ଜୀବିତ ଲୋକମାନଙ୍କ ଦେଶରୁ ଦଣ୍ଡିତ ହେଲେ ଓ ସେ ସମୟରେ କିଏ ତାଙ୍କ ପ୍ରତି ସୁବିବଚେନା କଲା ? ଆମ୍ଭ ଲୋକମାନଙ୍କର ପାପ ପାଇଁ ସେ ପ୍ରହାରିତ ହେଲେ।

9 ସେ ମୃତ୍ଯୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ଯା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ଯ କରାଗଲା।

10 ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାଯୁ ହବେେ ଓ ତାହାଙ୍କ ହସ୍ତ ରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହବେ।

11 ଭୟଙ୍କର ୟାତନା ପ ରେ ମଧ୍ଯ ସେ ତୃପ୍ତ ହବେେ। ସେ ନିଜର ଜ୍ଞାନ ବଳ ରେ ପରିତୃପ୍ତ ହବେେ। ନିଜର ଧାର୍ମିକ ଦାସ ଅନକଙ୍କେୁ ଧାର୍ମିକ କରିବେ ଓ ସେ ସମାନଙ୍କେର ଅପରାଧ ବହନ କରିବେ।

12 ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧିଅରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନବେେ। କାରଣ ସେ ମୃତ୍ଯୁ ମୁଖ ରେ ତାଙ୍କର ଜୀବନ ଦଇେ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Isaías 53, comparar traduções ou montar um estudo — tudo direto pelo WhatsApp.