Gênesis 36

Oriya Bible (GL_ORIYA)

1 ଏହା ଏଷୌଙ୍କ ପରିବାରର ଇତିହାସ ତାଙ୍କର ଅନ୍ୟ ନାମ (ଇଦୋମ)।

2 ଏଷୌ କିଣାନୀଯମାନଙ୍କର ଦୁଇ କନ୍ଯାକୁ ବିବାହ କରିଥିଲେ। ସମାନେେ ହେଲେ ହିତ୍ତୀଯ ଏଲୋନର କନ୍ଯା ଆଦାକୁ ଓ ଅନାର କନ୍ଯା ହିଦ୍ଦୀଯ ସିବିଯୋର ପୌତ୍ରୀ ଅହଲୀବାମାକୁ।

3 ନବାଯୋତର ଭଉଣୀ, ଇଶ୍ମାଯଲେ କନ୍ଯା ବାସମତକୁ ବିବାହ କରିଥିଲେ।

4 ଏହାପରେ ଏଷୌର ଔରସ ରେ ଆଦା ଇଲୀଫସକୁ ଓ ବାସମତ୍ ରୂଯଲକେୁ ଜନ୍ମ କଲେ।

5 ଏବଂ ଅହଲୀବାମାର ତିନି ପୁତ୍ର ଥିଲେ। ସମାନେେ ହେଲେ, ୟିଯୂଶ, ୟାଲମ ଓ କୋରହ। ଏମାନେ ସମସ୍ତେ କିଣାନ ଦେଶ ରେ ଜନ୍ମ ହାଇେଥିଲେ।

6 ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିୟିବାରୁ ସମାନେେ କିଣାନ ରେ ବାସ କରିପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଚାଲିଗଲେ।

7 ଏଷୌ ତା'ର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତା'ର ଧନ ସମ୍ପତ୍ତି ଥିଲା ତାକୁ ଧରି ସଯେୀର ପର୍ବତ ରେ ବାସ କଲେ।

8 ଏଷୌ ମଧ୍ଯ ଇଦୋମ ନାମ ରେ ଡ଼କା ଯାଉଥିଲା। ଏବଂ ଏହିନାମ ସଯେୀର ରେ ରହିଲା।

9 ସଯେୀର ପର୍ବତସ୍ଥ ଇଦୋମୀଯମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।

10 ଏଷୌର ଆଦା ନାମ୍ନୀ ସ୍ତ୍ରୀର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ସ୍ତ୍ରୀର ପୁତ୍ର ରୁଯଲେ।

11 ଇଲୀଫସର ପାଞ୍ଚ ପୁତ୍ର ଥିଲେ, ତୈମନ୍, ଓମାର, ସଫୋ, ଗଯିତମ୍ ଓ କନସ୍।

12 ଏଷୌର ପୁତ୍ର ଇଲୀଫସର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା। ସେ ଇଲୀଫସର ଅମାଲକେକୁ ଜନ୍ମ କଲା। ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।

13 ଏହିମାନେ ରୁଯଲରେ ପୁତ୍ର ଥିଲେ, ନହତ୍, ସରହେ, ଶମ୍ମ ଓ ମିସା।

14 ସିବିଯୋନର ପୌତ୍ରୀ ଅନାର କନ୍ଯା ଯେ ଅହଲୀବାମା, ଏଷୌର ସ୍ତ୍ରୀ ଥିଲା। ତାହାର ସନ୍ତାନ ୟିଯୂଶ୍, ୟାଲମ୍ ଓ କୋରହ।

15 ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।

16 ମୂଖ୍ଯ କୋରହ, ମୂଖ୍ଯ ଗଯିତମ୍ ଓ ମୂଖ୍ଯ ଆମାଲେକ୍। ଇଦୋମ ଦେଶ ରେ ଇଲୀଫସ୍ ପରିବାରବର୍ଗୀଯ ଏହି ରାଜାଗଣ ଆଦାର ସନ୍ତାନ ଥିଲେ।

17 ଏଷୌର ପୁତ୍ର ରୂଯଲରେ ସନ୍ତାନ ମୂଖ୍ଯ ନହତ୍ ଓ ମୂଖ୍ଯ ସରହେ, ମୂଖ୍ଯ ଶମ୍ମ ଓ ମୂଖ୍ଯ ମିସା।

18 ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ଯ ୟିଯୂଶ, ମୂଖ୍ଯ ୟାଲମ୍ ଓମୂଖ୍ଯ କୋରହ। ଏମାନେ ସମାନଙ୍କେର ପିତୃ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ଯା ଅହଲୀବାମାଠାରୁ ଆସିଲେ। ଅନାର ଅହଲୀବାମା ଏଷୌର ସ୍ତ୍ରୀ ଥିଲା, ଏମାନେ ତାହାର ପିତୃଗଣ ଥିଲେ।

19 ଏମାନେ ଏଷୌର ଅର୍ଥାତ୍ ଇଦୋମର ସନ୍ତାନ ଓ ଏମାନେ ସମାନଙ୍କେର ପରିବାରର ମୂଖ୍ଯ।

20 ସଯେୀର ଜଣେ ହୋରୀଯ ଇଦୋମ ରେ ଦେଶ ରେ ବାସ କରୁଥିଲେ। ଏଷୌ ପୂର୍ବରୁ ସହେି ସଯେୀର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିଯୋନ, ଅନା।

21 ଦିଶୋନ୍, ଏତ୍ସର, ଦୀଶନ୍, ଏହି ପୁତ୍ରମାନେ ଥିଲେ। ହୋରୀଯ ମୂଖ୍ଯ ବଂଶର ରାଜା ଇଦୋମ ସଯେୀରର ରାଜା।

22 ଲୋଟନ୍ ଥିଲେ ହୋରିର ପିତା ଏବଂ ହମେସ ପୁଣି ଲୋଟନର ତିନ୍ମା ନାମ୍ନୀ ଜଣେ ଭଉଣୀ ଥିଲେ।

23 ଶାେବଲ୍ ଥିଲେ ଅବଲନ୍ର ପିତା, ମାନହତ୍, ଏବଲ, ଶଫୋ ଏବଂ ଓନମ୍।

24 ସିବିଯୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅଯା ଓ ଅନା। ଅନା ନିଜର ପିତା ସିବିଯୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତର ରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।

25 ଅନାର ପୁତ୍ର ଦିଶୋନ୍ ଓ ଅହଲୀବାମା ନାମ୍ନୀ ଜଣେ କନ୍ଯା ଥିଲେ.

26 ଦିଶୋନଙ୍କର ଚାରୋଟି ପୁତ୍ର ଥିଲେ, ସମାନେେ ହେଲେ, ହିମ୍ଦନ୍, ଇସ୍ବନ୍, ୟିତ୍ରନ୍ ଓ କରାନ୍।

27 ଏତ୍ସରଙ୍କର ତିନୋଟି ପୁତ୍ର ଥିଲେ, ସମାନେେ ହେଲେ, ବିଲହନ୍, ସାବନ୍ ଓ ୟାକନ୍।

28 ଦୀଶନଙ୍କର ଦୁଇଟି ପୁତ୍ର ଥିଲେ, ସମାନେେ ହେଲେ, ଊଷ୍ ଓ ଅରାନ୍।

29 ହୋରୀଯ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶାେବଲ, ରାଜା ସିବିଯୋନ୍ ଓ ରାଜା ଅନା।

30 ଦିଶୋନ୍ ଏତ୍ସର୍ ଓ ଦୀଶନ୍, ଏମାନେ ଥିଲେ ଏଦୋମର ସଯେୀର ଦେଶର ହୋରୀଯ ବଂଶଜ ରାଜା।

31 ଇଶ୍ରାୟେଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜତ୍ବ କରିବା ପୂର୍ବରୁ, ସହେି ସମୟରେ ଇଦୋମ ରେ ରାଜାମାନେ ଥିଲେ।

32 ବିଯୋରର ବଲୋ ନାମକ ପୁତ୍ର ଇଦୋମ ଦେଶ ରେ ରାଜତ୍ବ କଲେ। ତାହାର ରାଜଧାନୀର ନାମ ଥିଲା ଦିନ-ହାବା।

33 ଏବଂ ଯେତବେେଳେ ବଲୋ ମରିଗଲା, ୟୋବୁବ୍ ଏବଂ ସରହରେ ପୁତ୍ର, ତାଙ୍କ ପରେ ବସ୍ରା ରେ ରାଜତ୍ବ କଲେ।

34 ଯେତବେେଳେ ୟୋବବର ମୃତ୍ଯୁ ହେଲା। ତା'ପରେ ତୈମନ ଦେଶୀଯ ହୂଶମ୍ ସହେି ପଦ ରେ ରାଜତ୍ବ କଲେ।

35 ଯେତବେେଳେ ହୂଶମ ମୃତ୍ଯୁବରଣ କଲେ, ସଠାେରେ ହଦଦ୍ ରାଜତ୍ଯ କଲେ। ହଦଦ୍ ଥିଲେ ବଦଦର ପୁତ୍ର ହଦଦ୍ ମାଯାେବଠା ରେ ମିଦିଯନକୁ ଜଯ କଲେ। ହଦଦ୍ର ରାଜଧାନୀ ଥିଲା ଅବୀତ୍।

36 ହଦଦ୍ ମୃତ୍ଯୁପରେ ମସ୍ତକୋ ନିବାସୀ ସମ୍ଲ ତାହା ପଦ ରେ ରାଜତ୍ବ କଲେ।

37 ଏହାପରେ ସମ୍ଲର ମୃତ୍ଯୁପରେ ଫରାତ୍ ନଦୀ ନିକଟସ୍ଥ ରହୋବତ୍ ନିବାସୀ ଶୌଲ ତାହା ପଦ ରେ ରାଜତ୍ବ କଲେ।

38 ଶୌଲର ମୃତ୍ଯୁପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦ ରେ ରାଜତ୍ବ କଲେ।

39 ଏହାପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ର ମୃତ୍ଯୁପରେ ହଦର ତାହା ପଦ ରେ ରାଜତ୍ବ କଲେ। ତାଙ୍କର ରାଜଧାନୀର ନାମ ପାଉ ଓ ତା'ର ସ୍ତ୍ରୀର ନାମ ମ ହଟେବେଲ୍ ଥିଲା। ସେ ଥିଲେ ମଟ୍ ରଦେର ପୁତ୍ରୀ ଓ ମଷୋହବର ପୌତ୍ରୀ।

40 ଏଷୌ ଠାରୁ ଉତ୍ପନ୍ନ ପୁଣି ଗୋଷ୍ଠୀ, ସ୍ଥାନ ଓ ନାମ ଭଦୋନୁସା ରେ ଯେଉଁ ରାଜାମାନେ ଥିଲେ, ସମାନେେ ହେଲେ ।ମୂଖ୍ଯ ତିମ୍ଲ, ମୂଖ୍ଯ ଅଳ୍ବା ଓ

41 ମୂଖ୍ଯ ୟିଥେତ୍, ମୂଖ୍ଯ ଅହଲୀବାମା, ମୂଖ୍ଯ ଏଲା,

42 ମୂଖ୍ଯ ପୀ ନୋନ୍, ମୂଖ୍ଯ କନସ୍, ମୁଖ୍ଯ ତୈମନ୍,

43 ମୂଖ୍ଯ ମିବ୍ସର, ମୂଖ୍ଯ ମଗ୍ଦୀଯଲେ, ମୂଖ୍ଯ ଈରମ୍, ଏମାନେ ନିଜ ନିଜ ଅଧିକୃତ ଦେଶ ରେ ବସତି ସ୍ଥାନାନୁସା ରେ ଇଦୋମର ମୂଖ୍ଯ ଗଣ ତାଲିକା ଅନୁସାରେ ଥିଲେ। ଇଦୋମୀଯମାନଙ୍କ ଆଦିପୁରୁଷ ଏଷୌର ବଂଶ ଏହିପରି।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Gênesis 36, comparar traduções ou montar um estudo — tudo direto pelo WhatsApp.