Ezequiel 47

Oriya Bible (GL_ORIYA)

1 ଅନନ୍ତର ସେ ମାେତେ ଫରୋଇ ମନ୍ଦିରର ଦ୍ବାର ନିକଟକୁ ଆଣିଲେ। ଗୃହର ପ୍ରବେଶ ସ୍ଥାନ ରେ ତଳୁ ଜଳ ନିର୍ଗତ ହାଇେ ପୂର୍ବଦିଗ ରେ ବହୁଥିବାର ମୁଁ ଦେଖିଲି କାରଣ ମନ୍ଦିର ସମ୍ମୁଖଭାଗ ପୂର୍ବାଭିମୂଖୀ ଥିଲା। ଆଉ ସହେି ଜଳ ତଳି ମନ୍ଦିରର ଦକ୍ଷିଣପାଶର୍‌ବ ଦଇେ ୟଜ୍ଞବଦେୀର ଦକ୍ଷିଣ ଦିଗ ରେ ବହିଲା।

2 ଏବଂ ସେ ମାେତେ ଉତ୍ତର ଦ୍ବାରର ପଥଦଇେ ବାହାରକୁ ଆଣିଲେ। ଆଉ ବାହାର ପଥଦଇେ ବୁଲାଇ ପୂର୍ବାଭିମୁଖ ଦ୍ବାରର ପଥ ଉପରଦଇେ ବାହାର ଦ୍ବାରକୁ ନଇଗେଲେ। ସହେି ସ୍ଥାନ ରେ ଦକ୍ଷିଣ ପାଶର୍‌ବ ରେ ଜଳ ବହୁଥିବାର ମୁଁ ଦେଖିଲି।

3 ସହେି ବ୍ଯକ୍ତି ମାପ ଫିତା ଓ ନିଜ ହାତ ରେ ନଇେ ପୂର୍ବଆଡ଼େ ଗଲେ ଓ ଓ 1,000 ହାତ ମାପିଲେ। ଆଉ ମାେତେ ସେ ଜଳ ମଧ୍ଯଦଇେ ଗମନ କରାଇଲେ। ଜଳ ଆଣ୍ଠୁଏ ପର୍ୟ୍ଯନ୍ତ ହେଲା।

4 ପୁଣି ସେ 1,000 ହାତ ମାପିଲେ ଓ ମାେତେ ଜଳ ମଧ୍ଯଦଇେ ଗମନ କରାଇଲେ, ଜଳ ଆଣ୍ଠୁ ପର୍ୟ୍ଯନ୍ତ ହେଲା। ପୁନର୍ବାର 1,000 ହାତ ମାପିଲେ ଓ ଜଳ ମଧ୍ଯଦଇେ ମାେତେ ଗମନ କରାଇଲେ, ଜଳ ଅଣ୍ଟା ପର୍ୟ୍ଯନ୍ତ ହେଲା।

5 ତାହାପ ରେ ସେ ଆଉ 1,000 ହାତ ମାପିଲେ। ସେତବେେଳେ ତାହା ଏକ ଗଭୀର ନଦୀ ହେଲା ଓ ମୁଁ ତାହା ମଧ୍ଯ ଦଇେ ଗମନ କରିପାରିଲି ନାହିଁ। କାରଣ ଜଳ ଏତେ ଗଭୀର ଥିଲା ଯେ, ଜଣକୁ ପହଁରିବା ପାଇଁ ପଡ଼ିଥାନ୍ତା, କିନ୍ତୁ କହେି ପାର ହାଇପୋରିବେ ନାହିଁ।

6 ତା'ପ ରେ ସେ ମାେତେ କହିଲେ, ହେ ମନୁଷ୍ଯ ସନ୍ତାନ, ତୁମ୍ଭେ ଏହା ଦେଖିଲ କି ?

7 ମୁଁ ଫରେି ଆସିଲା ବେଳେ ନଦୀ ତୀରର ଉଭୟ ପାଶର୍‌ବ ରେ ଅନକଗେୁଡ଼ିଏ ବଡ଼ ବଡ଼ ବୃକ୍ଷ ଥିବାର ଦେଖିଲି।

8 ଲୋକଟି ମାେତେ କହିଲେ, ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି। ଆଉ ତାହା ପ୍ରବାହିତ ହାଇେ ଆରବ୍ବାକୁ ୟିବ, ଆଉ ତାହା ମୃତ ସମୁଦ୍ରକୁ ୟିବ, ଏବଂ ଯେତବେେଳେ ଏହା ସମୁଦ୍ର ରେ ପ୍ରବେଶ କଲେ, ଏହାର ଜଳ ନିର୍ମଳ ହାଇୟୋଏ।

9 ପୁନଶ୍ଚ ଏହି ଦନୀସବୁ ଯେଉଁ ସମସ୍ତ ସ୍ଥାନ ଦଇେ ବହିବ, ସେ ସ୍ଥାନସ୍ଥିତ ବହୁ ସଂଖ୍ଯକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେ ସ୍ଥାନ ରେ ଅପାର ମତ୍ସ୍ଯ ହବେେ। କାରଣ ଏହିସବୁ ଜଳ ସେ ସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହବେ। ଆଉ ଯେଉଁ ସ୍ଥାନ ଦଇେ ଏହା ପ୍ରବାହିତ ହବେ, ସେ ସ୍ଥାନ ରେ ସମସ୍ତେ ସଂଜୀବିତ ହବେେ।

10 ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ଯଧରାଳି ଠିଆ ହାଇେଥିବାର ଦେଖିପାରିବ। ଐନଗଦୀଠାରୁ ଐନଇଗ୍ଲଇମ୍ ପର୍ୟ୍ଯନ୍ତ ଜାଲ ପକାଇବାର ସ୍ଥାନ ହବେ। ସଠାେ ରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ଯ ସାଗରର ମାଛ ପରି ଅନକେ ପ୍ରକାର ହବେେ।

11 ମାତ୍ର ସେ ସ୍ଥାନ ରେ ପଙ୍କ ଓ ଝିଲ ଭୂମିସବୁ ଉତ୍ତମ ହବେ ନାହିଁ, ସହେିସବୁ ଲବଣ ପାଇଁ ସମର୍ପିତ ହବେ।

12 ନଦୀର ଉଭୟ ପାଶର୍‌ବ ରେ ସବୁପ୍ରକାର ଖାଦ୍ୟ ଉପ ଯୋଗୀ ଫଳବୃକ୍ଷ ହବେ ଓ ସଗେୁଡ଼ିକର ପତ୍ର ମଳିନ ହବେ ନାହିଁ ଏବଂ ଫଳର ଅଭାବ ହବେ ନାହିଁ। କାରଣ ସହେି ବୃକ୍ଷଗୁଡ଼ିକ ପବିତ୍ର ସ୍ଥାନର ନିର୍ଗତ ଜଳ ରେ ବଢ଼ିଥିବା ହତେୁ ପ୍ରତି ମାସ ରେ ନୂତନ ଫଳ ଧାରଣ କରିବେ। ଆଉ ତାହାର ଫଳ ଆହାରାର୍ଥେ ଓ ପତ୍ର ଆରୋଗ୍ଯାର୍ଥେ ଔଷଧ ରୂପେ ବ୍ଯବହୃତ ହବେ।

13 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଇଶ୍ରାୟେଲର ବଂଶର ଦ୍ବାଦଶ ଗୋଷ୍ଠୀ ମଧିଅରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷଫେ ଦୁଇ ଭାଗ ପାଇବ।

14 ତୁମ୍ଭମାନେେ ଏହା ସମାନ ସମାନ ଭାଗ କରିବ। କାରଣ ଏହି ଦେଶ ଦବୋପାଇଁ ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କଠା ରେ ପ୍ରତିଜ୍ଞା କରିଥିଲି ଏବଂ ଏହି ଦେଶ ତୁମ୍ଭମାନେେ ଅଧିକାର କରିବ।

15 ପୁଣି ଦେଶର ସୀମା ଏହି ହବେ। ଉତ୍ତର ଦିଗ ରେ ହିତଲୋନ ପଥ ନିକଟସ୍ଥ ମହାସମୁଦ୍ର ଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ।

16 ହମାତ୍, ବରୋଥା, ଦମ୍ମେଶକର ଓ ହମାତର ସୀମାର ମଧ୍ଯସ୍ଥିତ ସିବ୍ରଯିମ ; ହୌରଣର ସୀମା ନିକଟସ୍ଥ ହତ୍ତ୍ସର ହିତ୍ତୀକୋନ୍।

17 ପୁଣି ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହତସର ଐନନ ହବେ, ଆଉ ଉତ୍ତର ଦିଗ ରେ ଉତ୍ତର ରେ ହମାତର ସୀମା। ଏହା ଉତ୍ତର ସୀମା।

18 ପୂର୍ବ ଦିଗର ସୀମା ହା ମାରେ, ନୋନ୍ ମଧିଅରେ ହୌରଣ, ଦମ୍ମେଶକ ଦଇେ ୟର୍ଦ୍ଦନ ନଦୀ ଦଇେ ଗିଲିଯଦ ଓ ଇଶ୍ରାୟେଲ ମଧ୍ଯଦଇେ ୟିବ। ପୂର୍ବ ସମୁଦ୍ର ହୌରଣ, ଦମ୍ମେଶକ ଓ ଗିଲିଯଦ। ଆଉ ଇଶ୍ରାୟେଲର ଦେଶର ମଧ୍ଯବର୍ତ୍ତୀ ୟର୍ଦ୍ଦନ ହବେ। ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ୟ୍ଯନ୍ତ ମାପିବ। ଏହା ପୂର୍ବ ସୀମା ହବେ।

19 ପୁଣି ଦକ୍ଷିଣ ଦିଗ ରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସୋର୍ତୋମାର୍ଗ ଓ ମହାସମୁଦ୍ର ପର୍ୟ୍ଯନ୍ତ ହବେ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।

20 ପୁଣି ଦକ୍ଷିଣ ସୀମାଠାରୁ ହମାତର ସମ୍ମୁଖ ସ୍ଥାନ ପର୍ୟ୍ଯନ୍ତ ମହାସମୁଦ୍ର ପଶ୍ଚିମ ସୀମା ହବେ। ଏହା ପଶ୍ଚିମ ସୀମା।

21 ତୁମ୍ଭମାନେେ ଇଶ୍ରାୟେଲର ପରିବାରବର୍ଗଙ୍କ ମଧିଅରେ ଏହି ଦେଶ ଭାଗ କରିବ।

22 ପୁଣି ତୁମ୍ଭମାନେେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧିଅରେ ଓ ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସମାନଙ୍କେଠାରୁ ଉତ୍ପନ୍ନ ସନ୍ତାନ ସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଳାବାଣ୍ଟ ଦ୍ବାରା ଦେଶ ବିଭାଗ କରିବ ଏବଂ ସମାନେେ ଇଶ୍ରାୟେଲ ଲୋକମାନେ ସ୍ବଜନ୍ମସ୍ଥାନ ତୁଲ୍ଯ ବିବଚେିତ ହବୋ ଉଚିତ୍। ସମାନେେ ମଧ୍ଯ କିଛି ଇଶ୍ରାୟେଲ ଭୂମିର ଉତ୍ତରାଧିକାରୀ ହବୋ ଉଚିତ୍। ଇଶ୍ରାୟେଲ ପରିବାରବର୍ଗମାନଙ୍କ ମଧ୍ଯରୁ ସମାନଙ୍କେ ପାଇଁ ଭୂମି ପ୍ରାପ୍ତ କର।

23 ସମାନେେ ନିଜର ବାସ କରୁଥିବା ପରିବାରବର୍ଗ ଅନୁସାରେ ଅଧିକାର ପାଇବେ। ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Ezequiel 47, comparar traduções ou montar um estudo — tudo direto pelo WhatsApp.