Apocalipse 12

Oriya Bible (GL_ORIYA)

1 ତା'ପରେ ସ୍ବର୍ଗ ରେ ଏକ ବିଚିତ୍ର ଚିହ୍ନ ଦଖାଗେଲା। ମୁଁ ଜଣେ ନାରୀଙ୍କୁ ସୂର୍ୟ୍ଯଙ୍କୁ ବସ୍ତ୍ରରୂପେ ଧାରଣ କରିବାର ଦେଖିଲି। ଚନ୍ଦ୍ର ତାହାଙ୍କ ପାଦତଳେ ଥିଲେ। ତାହାଙ୍କ ମସ୍ତକରେ ବାରଟି ନକ୍ଷତ୍ରର ମୁକୁଟ ଥିଲା।

2 ସହେି ନାରୀ ଜଣକ ଗର୍ଭବତୀ ଥିଲେ। ପ୍ରସବ ବଦନୋ ରେ ସେ ଚିତ୍କାର କଲେ। ତାହାଙ୍କର ପ୍ରସବ କରିବା ସମୟ ହାଇଯୋଇଥିଲା।

3 ସ୍ବର୍ଗ ରେ ଅନ୍ୟ ଏକ ଚିହ୍ନ ଦଖାଗେଲା। ସଠାେରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା'ର ସାତାଟେି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡ ରେ ସାତାଟେି ମୁକୁଟ ଥିଲା। ତା'ର ଦଶଟି ଶିଙ୍ଗ ମଧ୍ଯ ଥିଲା।

4 ତାହାର ଲାଙ୍ଗୁଳ ଆକାଶର ତାରାଗଣ ମଧ୍ଯରୁ ଏକତୃତୀଯାଂଶ ତାରାକୁ ଟାଣିଆଣି ପୃଥିବୀ ରେ ନିକ୍ଷପେ କଲା। ସହେି ସାପ, ପ୍ରସବ କରିବାକୁ ଯାଇଥିବା ସହେି ନାରୀଙ୍କ ସାମନା ରେ ଠିଆ ହାଇେ ରହିଲା। ତାହାଙ୍କର ସନ୍ତାନ ଜନ୍ମ ହବୋ ମାତ୍ ରେ ତାହାକୁ ଖାଇବା ଉଦ୍ଦେଶ୍ଯ ରେ ସେ ପ୍ରସ୍ତୁତ ହାଇଗେଲା।

5 ସହେି ନାରୀ ଗୋଟିଏ ପୁତ୍ର ଶିଶୁକୁ ଜନ୍ମ ଦେଲେ। ସେ ସମଗ୍ର ରାଷ୍ଟ୍ରଗୁଡ଼ିକୁ ଗୋଟିଏ ଲୌହଦଣ୍ଡ ରେ ଶାସନ କରିବେ। ତା'ର ଶିଶୁଙ୍କୁ ପରମେଶ୍ବରଙ୍କ ସିଂହାସନ ପାଖକୁ ଉଠାଇ ନିଆଗଲା।

6 ସହେି ସ୍ତ୍ରୀଲୋକଟି, ପରମେଶ୍ବର ତା' ପାଇଁ ପ୍ରସ୍ତୁତ କରି ରଖିଥିବା ମରୁଭୂମିର ଗୋଟିଏ ସ୍ଥାନକୁ ଚାଲିଗଲା। ସଠାେରେ ତା'ର ଯତ୍ନ 1260 ଦିନ ପର୍ୟ୍ଯନ୍ତ ନିଆୟିବ।

7 ଏହିପରି ସମୟରେ ସ୍ବର୍ଗ ରେ ୟୁଦ୍ଧ ହେଲା। ମୀଖାଯଲେ ଓ ତାହାଙ୍କର ଦୂତଗଣ ସହେି ସାପ ଓ ତାହାର ଦୂତମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ। ସାପ ତା'ର ଦୂତମାନଙ୍କ ସହତ ପ୍ରତିୟୁଦ୍ଧ କଲା।

8 କିନ୍ତୁ ବିଶାଳ ସାପ ଅଧିକ ବଳଶାଳୀ ନ ଥିବାରୁ ସେ ଓ ତାହାର ଦୂତମାନେ ପରାସ୍ତ ହେଲେ ଓ ସ୍ବର୍ଗ ରେ ସ୍ଥାନ ହରାଇଲେ।

9 ବିଶାଳ ସାପକୁ ସ୍ବର୍ଗରୁ ପୃଥିବୀ ରେ ନିକ୍ଷପେ କରାଗଲା। ( ସହେି ବିଶାଳ ସାପ ହେଉଛି ସହେି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାୟାଏ। ସେ ପୃଥିବୀ ବାସୀଙ୍କୁ ଭୁଲ ରାସ୍ତା ରେ ନିଏ। ସାପକୁ ତା'ର ଦୂତମାନଙ୍କ ସହିତ ସଦଳବଳ ରେ ପୃଥିବୀ ରେ ନିକ୍ଷପେ କରାଗଲା।

10 ତା'ପରେ ମୁଁ ସ୍ବର୍ଗ ରେ ଗୋଟିଏ ଉଚ୍ଚ ଧ୍ବନି ଏହା କହିବାର ଶୁଣିଲି, ବର୍ତ୍ତମାନ ଆମ୍ଭ ପରମେଶ୍ବରଙ୍କ ବିଜୟ, କ୍ଷମତା, ଓ ରାଜତ୍ବର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ଯ ଉପସ୍ଥିତ ହାଇେଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହା ରେ ନିକ୍ଷପେ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭ ଭାଇମାନଙ୍କ ବିଷୟ ରେ ଅଭିଯୋଗ କରୁଥିଲା।

11 ଆମ୍ଭ ଭାଇମାନେ ମଷେଶାବକଙ୍କ ରକ୍ତ ଦ୍ବାରା ଓ ସମାନଙ୍କେର ପ୍ରଚାର ଦ୍ବାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସମାନେେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ଯୁ ଭୋଗ କରିଥିଲେ।

12 ତେଣୁ ହେ ସ୍ବର୍ଗ ଓ ସ୍ବର୍ଗବାସୀଗଣ, ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ ! ଏହା ପୃଥିବୀ ଓ ସମୁଦ୍ର ପାଇଁ ଅତ୍ଯନ୍ତ ଖରାପ ସମୟ, ଯେ ହତେୁ ସମୟ ଅତି ଅଳ୍ପ, ବୋଲି ଜାଣି ଶୟତାନ ଭୀଷଣ କୋର୍ଧ ରେ ପୂର୍ଣ୍ଣ ହାଇେ ତୁମ୍ଭମାନଙ୍କ ମଧ୍ଯକୁ ଓହ୍ଲାଇ ଯାଇଅଛି।

13 ବିଶାଳ ସାପ ନିଜକୁ ପୃଥିବୀ ରେ ନିକ୍ଷପେ ହବୋର ଦେଖିଲା। ତେଣୁ ସେ ପୁତ୍ର ସନ୍ତାନ ଜାତ କରିଥିବା ନାରୀ ପେଛ ପେଛ ଦୌଡ଼ିଲା।

14 କିନ୍ତୁ ସହେି ନାରୀକୁ ବୃହତ୍ ଉତ୍କ୍ରୋଶ ପକ୍ଷୀର ଦୁଇଟି ପକ୍ଷ ଦିଆଗଲା। ତେଣୁ ସେ ମରୁଭୂମିରେ ତା'ପାଇଁ ପ୍ରସ୍ତୁତ ହାଇେଥିବା ସ୍ଥାନକୁ ଉଡ଼ିଯାଇ ପାରିଲା। ସଠାେରେ ସାପଠାରୁ ସୁରକ୍ଷା ପାଇଁ ସାଢ଼େ ତିନି ବର୍ଷ ପର୍ୟ୍ଯନ୍ତ ତାହାଙ୍କର ଯତ୍ନ ନିଆୟିବ।

15 ତା'ପରେ ସାପ ନିଜ ମୁଖରୁ ନଦୀ ପରି ପାଣି ବାହାର କଲା। ସେ ସହେି ନାରୀର ପଛପଟରୁ ଜଳ ଛାଡ଼ିଲା ୟଦ୍ଦ୍ବାରା ସେ ଜଳ ସୋର୍ତ ଦ୍ବାରା ତାହାକୁ ଭସାଇ ନଇେପାରିବ।

16 କିନ୍ତୁ ପୃଥିବୀ ସହେି ସ୍ତ୍ରୀକୁ ସାହାୟ୍ଯ କଲା। ପୃଥିବୀ ତା'ର ମୁଖ ଖାଲିେଲା ଓ ବିଶାଳ ସାପ ମୁଖରୁ ବାହାରି ଆସୁଥିବା ନଦୀକୁ ଗିଳି ଦଲୋ।

17 ତେଣୁ ସାପ ସହେି ନାରୀ ଉପରେ ଭୀଷଣ ରାଗିଗଲା। ସେ ତା'ର ଅନ୍ୟ ପିଲାମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରିଲା। ଯେଉଁମାନେ ପରମେଶ୍ବରଙ୍କର ଆଜ୍ଞାଗୁଡ଼ିକ ପାଳନ କରନ୍ତି ଓ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦିଅନ୍ତି ସହେିମାନେ ତାହାଙ୍କର ସନ୍ତାନ। [18] ସହେି ବିଶାଳ ସାପ ଯାଇ ସମୁଦ୍ର କୂଳ ରେ ଠିଆ ହେଲା।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Apocalipse 12, comparar traduções ou montar um estudo — tudo direto pelo WhatsApp.