2 Crônicas 33

Oriya Bible (GL_ORIYA)

1 ମନଃଶି ଯିହୁଦାର ରାଜା ହବୋ ସମୟରେ ବାରବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ପଞ୍ଚାବନ ବର୍ଷ ପର୍ୟ୍ଯନ୍ତ ରାଜା ହାଇେ ରହିଲେ।

2 ଯେଉଁ ବିଷଯଗୁଡ଼ିକ କରିବା ଭୁଲ୍ ବୋଲି ସଦାପ୍ରଭୁ କହିଥିଲେ, ମନଃଶି ସହେିସବୁ କାର୍ୟ୍ଯ କଲେ। ସଦାପ୍ରଭୁ ଯେଉଁ ଦେଶଗୁଡ଼ିକୁ ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖରୁ ବଳପୂର୍ବକ ବାହାର କରି ଦଇେଥିଲେ, ମନଃଶି ସହେି ଦେଶବାସୀମାନଙ୍କର ଭୟାନକ ଓ ପାପପୂର୍ଣ୍ଣ ପଥରେ ଅନୁଗମନ କଲେ।

3 ମନଃଶି ପୁନର୍ବାର ଉଚ୍ଚସ୍ଥାନ ସବୁ ନିର୍ମାଣ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ହିଜକିଯ ଭାଙ୍ଗି ଦଇେଥିଲେ, ମନଃଶି ବାଲ୍ ଦବେତାଗୁଡ଼ିକ ପାଇଁ ୟଜ୍ଞବଦେୀକୁ ଓ ଆଶରୋ ସ୍ତମ୍ଭମାନ ନିର୍ମାଣ କଲେ। ସେ ତାରାଗଣଙ୍କ ସମ୍ମୁଖ ରେ ମସ୍ତକ ଅବନତ କଲେ ଓ ସହେି ଦଳର ତାରକା ଗୁଡ଼ିକୁ ପୂଜା କଲେ।

4 ମନଃଶି ସଦାପ୍ରଭୁଙ୍କ ମନ୍ଦିର ରେ ୟଜ୍ଞବଦେୀମାନ ନିର୍ମାଣ କଲେ। ସଦାପ୍ରଭୁ ଏହି ମନ୍ଦିର ବିଷଯ ରେ ଏହା କହିଲେ, ୟିରୁଶାଲମ ରେ ଆମ୍ଭ ନାମ ଚିରକାଳ ରହିବ।

5 ସଦାପ୍ରଭୁଙ୍କ ମନ୍ଦିରର ଦୁଇଟି ପ୍ରାଙ୍ଗଣ ରେ ମନଃଶି ସମସ୍ତ ଦଳର ତାରାଗଣଙ୍କ ନିମନ୍ତେ ୟଜ୍ଞବଦେୀ ସବୁ ନିର୍ମାଣ କଲେ।

6 ମନଃଶି ମଧ୍ଯ ନିଜ ପୁତ୍ରକୁ ବନ୍େ-ହୋନ୍ନୋମ ଉପତ୍ୟକା ରେ ବଳିରୂପେ ଜ୍ବଳାଇଲେ। ମନଃଶି କୁହୁକ ବିଦ୍ଯା, ଭବିଷ୍ଯତ କହିବା ଓ ଅଲୌକିକ କାର୍ୟ୍ଯ କଲେ ଏବଂ ସେ ମଧ୍ଯ ୟାଦୁବିଦ୍ଯା କଲେ। ସେ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ କଥାବାର୍ତ୍ତା କଲେ, ସଦାପ୍ରଭୁ ଯେଉଁ କର୍ମକୁ କୁକର୍ମ ବୋଲି ମହିଥିଲେ, ମନଃଶି ସହେିପରି ଅନକେ କର୍ମ କଲେ, ଆଉ ଏହା ସଦାପ୍ରଭୁଙ୍କୁ ବହୁତ କୋରଧାନ୍ବିତ କଲା।

7 ମନଃଶି ଆହୁରି ମଧ୍ଯ ଏକ ଦବେତାର ମୂର୍ତ୍ତି ନିର୍ମାଣ କଲେ ଓ ତାହାକୁ ପରମେଶ୍ବରଙ୍କ ମନ୍ଦିର ମଧିଅରେ ରଖିଲେ - ସହେି ମନ୍ଦିର, ଯାହା ବିଷଯ ରେ ପରମେଶ୍ବର ଦାଉଦ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ। ପରମେଶ୍ବର କହିଥିଲେ, ମୁଁ ଏହି ଗୃହ ରେ ଓ ୟିରୁଶାଲମ ରେ ମାରେ ନାମ ସ୍ଥାପନ କରିବି, ଯାହା ମୁଁ ଇଶ୍ରାୟେଲ ସମସ୍ତ ପରିବାରବର୍ଗଙ୍କ ମଧିଅରେ ମନୋନୀତ କରିଅଛି। ଆଉ ଆମ୍ଭ ନାମ ସଠାେରେ ଚିରକାଳ ନିମନ୍ତେ ରହିବ।

8 ଆମ୍ଭେ ଇଶ୍ରାୟେଲକୁ ସହେି ଭୂମିରୁ ବାହାର କରିବା ନାହିଁ, ଯାହା ଆମ୍ଭେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଦବୋପାଇଁ ପ୍ରତିଜ୍ଞା କରିଛୁ। କିନ୍ତୁ ସମାନଙ୍କେୁ ସହେି ସମସ୍ତ ଆଜ୍ଞା, ବ୍ଯବସ୍ଥା, ବିଧି ଓ ବିଧାନ ପାଳନ କରିବାକୁ ପଡ଼ିବ। ଯାହାକି ଆମ୍ଭେ ସମାନଙ୍କେୁ ମାଶାଙ୍କେ ମାଧ୍ଯମ ରେ ଦଇେଥିଲୁ।

9 ମନଃଶି ଯିହୁଦାର ଲୋକ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦ କାର୍ୟ୍ଯ କରିବା ନିମନ୍ତେ ଉତ୍ସାହିତ କଲେ। ଇଶ୍ରାୟେଲୀୟମାନଙ୍କ ପୂର୍ବ ରେ ଦେଶର ଯେଉଁ ଜାତିଗଣ ଥିଲେ, ସମାନଙ୍କେଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ - ଆଉ ସଦାପ୍ରଭୁ ସହେି ଅନ୍ୟ ଜାତୀଯମାନଙ୍କୁ ବିନଷ୍ଟ କରିଥିଲେ।

10 ସଦାପ୍ରଭୁ ମନଃଶିଙ୍କୁ ଓ ତାଙ୍କର ଲୋକମାନଙ୍କୁ କଥା କହିଲେ, ମାତ୍ର ସମାନେେ ତାଙ୍କର କଥା ଶୁଣିଲେ ନାହିଁ।

11 ତେଣୁ ସଦାପ୍ରଭୁ ସୈନ୍ଯବାହିନୀର ସନୋପତିଙ୍କୁ ଆଣିଲେ, ୟିଏକି ଅଶୂରର ରାଜାର ସବୋ କରୁଥିଲେ ଏବଂ ସମାନେେ ଯିହୁଦାକୁ ଆକ୍ରମଣ କଲେ। ସହେି ସନୋପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସମାନେେ ତାଙ୍କ ଶରୀର ରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତ ରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନଇଗେଲେ।

12 ତାଙ୍କ ଉପରକୁ ଯେତବେେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କଠାରୁ ସାହାୟ୍ଯ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ସମ୍ମୁଖ ରେ ନମ୍ର କଲେ।

13 ମନଃଶି ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାଙ୍କୁ ସାହାୟ୍ଯ କରିବା ନିମନ୍ତେ ପରମେଶ୍ବରଙ୍କୁ ଅନୁ ରୋଧ କରିବାକୁ ଲାଗିଲେ। ସଦାପ୍ରଭୁ ମନଃଶିଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ଦୟା କଲେ। ସଦାପ୍ରଭୁ ତାଙ୍କୁ ୟିରୁଶାଲମକୁ ଓ ତାଙ୍କ ସିଂହାସନକୁ ଫରୋଇ ଆଣିଲେ। ଏହାପରେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ବର ହିଁ ସତ୍ଯ ଅଟନ୍ତି।

14 ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହା ରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକା ରେ ଥିଲା ଏବଂ ଗୀହାନେ ଝରଣାର ପଶ୍ଚିମ ପାଶର୍‌ବରୁ ମତ୍ସ୍ଯ ଦ୍ବାରର ପ୍ରବେଶପଥ ପର୍ୟ୍ଯନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗ ରେ ବେଷ୍ଟନ କରି ରହିଥିଲା। ସେ ସହେି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହାପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ।

15 ମନଃଶି ଅଦ୍ଭୁତ ଦବେତା ମୂର୍ତ୍ତିଗୁଡ଼ିକୁ ବାହାର କରି ଦେଲେ। ସେ ସଦାପ୍ରଭୁଙ୍କ ମନ୍ଦିରରୁ ମୂର୍ତ୍ତିକୁ ବାହାର କରି ଦେଲେ। ସେ ମନ୍ଦିର ଥିବା ପର୍ବତ ଓ ୟିରୁଶାଲମ ରେ ଯେଉଁସବୁ ୟଜ୍ଞବଦେୀ ନିର୍ମାଣ କରିଥିଲେ, ସଗେୁଡ଼ିକୁ ନଷ୍ଟ କରି ଦେଲେ। ମନଃଶି ସହେିସବୁ ବଦେୀକୁ ୟିରୁଶାଲମ ନଗର ବାହା ରେ ଫିଙ୍ଗି ଦେଲେ।

16 ଏହାପରେ ସେ ସଦାପ୍ରଭୁଙ୍କ ୟଜ୍ଞବଦେୀକୁ ସ୍ଥାପନ କଲେ ଓ ତାହା ଉପରେ ମଙ୍ଗଳାର୍ଥକ ବଳି ଓ ଧନ୍ଯବାଦର ବଳି ଉତ୍ସର୍ଗ ଗଲେ। ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କର ସବୋ କରିବାକୁ ମନଃଶି ଯିହୁଦାର ସମସ୍ତ ଲୋକଙ୍କୁ ଆଦେଶ ଦେଲେ।

17 ଲୋକମାନେ ଉଚ୍ଚସ୍ଥାନମାନଙ୍କ ରେ ବଳି ଉତ୍ସର୍ଗ କରିବାକୁ ଲାଗିଲେ। କିନ୍ତୁ ସମାନେେ କବଳେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ନିକଟରେ ସହେି ବଳି ଉତ୍ସର୍ଗ କରୁଥିଲେ।

18 ମନଃଶି ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ ଓ ପରମେଶ୍ବରଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିଥିଲେ ଏବଂ ଭବିଷ୍ଯତ୍ବକ୍ତାମାନେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନାମ ରେ ତାଙ୍କୁ ଯେଉଁ ସମସ୍ତ କଥା କହିଥିଲେ, ସହେିସବୁ ଇଶ୍ରାୟେଲର ରାଜାମାନଙ୍କ ପୁସ୍ତକ ରେ ଲିପିବଦ୍ଧ ହାଇେ ରହିଅଛି।

19 ମନଃଶିଙ୍କ ପ୍ରାର୍ଥନା ଓ ପରମେଶ୍ବର କିପରି ତାଙ୍କର ପ୍ରାର୍ଥନା ଶୁଣିଲେ ଓ ତାଙ୍କ ନିମନ୍ତେ ଦୁଃଖିତ ହେଲେ, ତାହା 'ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ' ରେ ଲଖାୟୋଇଅଛି। ମନଃଶିର ସମସ୍ତ ପାପ ଓ ମନ୍ଦକର୍ମ ଏବଂ ସହେି ଉଚ୍ଚସ୍ଥାନଗୁଡ଼ିକ ଯାହା ସେ ନିର୍ମାଣ କରିଥିଲେ, ଆଶରୋ ସ୍ତମ୍ଭମାନ ଏବଂ ମୂର୍ତ୍ତିଗୁଡ଼ିକ ଯାହା ସେ ପୂର୍ବରୁ ସ୍ଥାପନ କରିଥିଲେ ଓ ସମ୍ମାନ କରିଥିଲେ, ସହେିସବୁ ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ ରେ ଲଖାୟୋଇଅଛି।

20 ଏହାପରେ ମନଃଶି ମୃତ୍ଯୁଭୋଗ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ମନଃଶିଙ୍କୁ ତାଙ୍କର ନିଜ ରାଜଗୃହ ରେ କବର ଦେଲେ। ଅମାେନ୍ ମନଃଶିଙ୍କ ତାଙ୍କର ନିଜ ରାଜଗୃହ ରେ କବର ଦେଲେ। ଆମାେନ୍ ମନଃଶିଙ୍କ ସ୍ଥାନ ରେ ନୂତନରାଜା ହେଲେ। ଆମାେନ୍ ମନଃଶିଙ୍କ ପୁତ୍ର ଥିଲେ।

21 ଆମାେନ୍ ଯିହୁଦାର ରାଜା ହବୋ ସମୟରେ ବାଇଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଦୁଇବର୍ଷ ପର୍ୟ୍ଯନ୍ତ ରାଜା ହାଇେଥିଲେ।

22 ସଦାପ୍ରଭୁ ଯାହା ମନ୍ଦକାର୍ୟ୍ଯ ରୂପେ ବିବଚେନା କରନ୍ତି ଆମାେନ୍ ସେସବୁ କଲେ, ଠିକ୍ ତାଙ୍କ ପିତା ମନଃଶି ଯାହା କରିଥିଲେ। ଆମାେନ୍ ସମସ୍ତ ଖାଦେିତ ମୂର୍ତ୍ତି ଓ ପ୍ରତିମା ନିମନ୍ତେ ବଳି ଉତ୍ସର୍ଗ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ମନଃଶି ନିର୍ମାଣ କରିଥିଲେ।

23 ଆମାେନ୍ ତାଙ୍କର ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜକୁ ନମ୍ର କଲେ ନାହିଁ। କିନ୍ତୁ ଆମାେନ୍ ଆହୁରି ଅଧିକରୁ ଅଧିକ ପାପ କଲେ।

24 ଆମାେନ୍ଙ୍କ ଭୃତ୍ଯମାନେ ତାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ସମାନେେ ଆମାେନ୍ଙ୍କୁ ତାଙ୍କର ନିଜ ଗୃହ ରେ ହତ୍ଯା କଲେ।

25 କିନ୍ତୁ ଯେଉଁ ଭୃତ୍ଯମାନେ ରାଜା ଆମାେନ୍ଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରିଥିଲେ, ଯିହୁଦାର ଲୋକମାନେ ସମାନଙ୍କେୁ ହତ୍ଯା କଲେ। ଏହାପରେ ଲୋକମାନେ ଯୋଶିୟଙ୍କୁ ନୂତନ ରାଜା ରୂପେ ମନୋନୀତ କଲେ। ଯୋଶିୟଯ ଆମାେନ୍ଙ୍କ ପୁତ୍ର ଥିଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 33, comparar traduções ou montar um estudo — tudo direto pelo WhatsApp.