2 Crônicas 3

Oriya Bible (GL_ORIYA)

1 ୟିରୁଶାଲମର ମାରେିଯା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ୟ୍ଯ ଆରମ୍ଭ କଲେ। ଏହି ମାରେିଯା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହାଇେଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସହେି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସହେି ସ୍ଥାନଟି ୟିବୂଷୀଯ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା।

2 ଶଲୋମନଙ୍କର ରାଜତ୍ବର ଚତୁର୍ଥ ବର୍ଷର ଦ୍ବିତୀୟ ମାସ ରେ ସେ କାର୍ୟ୍ଯ ଆରମ୍ଭ କଲେ।

3 ପରମେଶ୍ବରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ନିମନ୍ତେ ଶଲୋମନ ଏହି ପ୍ରକାରର ମାପ ବ୍ଯବହାର କରିଥିଲେ। ଭିତ୍ତିମୂଳ ଷାଠିଏ ହାତ ଲମ୍ବ ଓ କୋଡ଼ିଏ ହାତ ପ୍ରସ୍ଥ ଥିଲା। ଶଲୋମନ ମନ୍ଦିରର ମାପ ନଲୋବଳକେୁ ପୁରୁଣା ମାପର ବ୍ଯବହାର କରିଥିଲେ।

4 ମନ୍ଦିରର ସାମ୍ନା ଭାଗ ଅଗଣା କୋଡ଼ିଏ ହାତ ମନ୍ଦିର ସହିତ ସମାନ ପ୍ରସ୍ଥ ଥିଲା ଓ 120 ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହି ଅଗଣାର ସାମ୍ନା ଭାଗର ଭିତର ଅଂଶକୁ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ରେ ଢାଙ୍କି ଥିଲେ।

5 ବଡ଼ କଠାେରୀର କାନ୍ଥ ରେ ଶଲୋମନ ଦବଦୋରୁ କାଠର ଆସ୍ତରଣ ଦଇେ ତା' ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥି ରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ।

6 ସୌନ୍ଦର୍ୟ୍ଯତା ନିମନ୍ତେ ମନ୍ଦିର ରେ ଶଲୋମନ ଦାମୀ ପଥରସବୁ ଲଗାଇଲେ। ଶଲୋମନ ଯେଉଁ ସୁନା ବ୍ଯବହାର କରୁଥିଲେ, ସଗେୁଡ଼ିକ ପର୍ବଯିମ ଦେଶରୁ ଆସିଥିଲା।

7 କଡ଼ିକାଠ, ଚୌକାଠ, କାନ୍ଥ ଓ ଦ୍ବାରସବୁ ଶଲୋମନ ସୁବର୍ଣ୍ଣ ରେ ଆଚ୍ଛାଦନ କଲେ। କାନ୍ଥ ରେ କିରୁବଦୂତଗଣଙ୍କର ଛବି ଶଲୋମନ ଖୋଦାଇଲେ।

8 ଏହାପରେ ଶଲେଶମନ ମହାପବିତ୍ର ସ୍ଥାନ ନିର୍ମାର କଲେ। ଏହା ମହାପବିତ୍ର ସ୍ଥଳର ର୍ଦୈଘ୍ଯ କୋଡ଼ିଏ ହାତ ଏବଂ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଏହି ସ୍ଥାନ ମନ୍ଦିରର ଅବଶିଷ୍ଟ ସ୍ଥାନ ଭଳି ଥିଲା। ଏହି ମହାପବିତ୍ର ସ୍ଥଳର କାନ୍ଥ ରେ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ଚଢ଼ାଇଲେ। ଏହି ସୁନାର ଓଜନ 20,580 କିଲୋଗ୍ରାମରୁ ଅଧିକ ଥିଲା।

9 ସ୍ବର୍ଣ୍ଣ କଣ୍ଟକର ଓଜନ 575 ଗ୍ରାମ ଥିଲା। ଶଲୋମନ ଉପରିସ୍ଥ କୋଠରୀଗୁଡ଼ିକୁ ମଧ୍ଯ ସୁନା ରେ ଆଚ୍ଛାଦନ କଲେ।

10 ଶଲୋମନ ମହାପବିତ୍ର ସ୍ଥାନ ରେ ସ୍ଥାପନ କରିବା ନିମନ୍ତେ ଦୁଇଟି କିରୂବ ମୂର୍ତ୍ତି ନିର୍ମାଣ କଲେ। କାରିଗରମାନେ ଏହି କିରୁବଦୂତଗଣଙ୍କର ମୂର୍ତ୍ତିଗୁଡ଼ିକୁ ସୁନା ରେ ଆଚ୍ଛାଦନ କଲେ।

11 ଏହି କିରୁବଦୂତଗଣଙ୍କ ଡ଼ଣୋ ପାଞ୍ଚ ହାତ ଲମ୍ବ ଥିଲା। ଡ଼ଣୋମାନଙ୍କର ସମ୍ପୂର୍ଣ୍ଣ ଲମ୍ବ କୋଡ଼ିଏ ହାତ ଥିଲା। ପ୍ରଥମ କିରୂବ ଦୂତଗଣର ଗୋଟିଏ ଡ଼ଣୋ କଠାେରୀର ଏକ ପାଖ କାନ୍ଥକୁ ସ୍ପର୍ଶ କରୁଥିଲା। ଯେଉଁଟା କି ପାଞ୍ଚ ହାତ ଦୂର ରେ ଥିଲା।

12 ଦ୍ବିତୀୟ କିରୁବଦୂତଗଣର ଗୋଟିଏ ଡ଼ଣୋ କଠାେରୀର ଆର ପାଶର୍‌ବର କାନ୍ଥକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂର ରେ ଥିଲା। ଦ୍ବିତୀୟ କିରୁବଦୂତଗଣର ଅନ୍ୟ ଡ଼ଣୋଟି ପ୍ରଥମ କିରୁବଦୂତଗଣର ଗୋଟିଏ ଡ଼ଣୋକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂର ରେ ଥିଲା।

13 ଏହି କିରୁବଦୂତଗଣଙ୍କର ଡ଼ଣୋ ମାଟେ ରେ କୋଡ଼ିଏ ହାତ ସ୍ଥାନ ଆଚ୍ଛାଦନ କରୁଥିଲା। ଏହି କିରୁବଦୂତଗଣ ମନ୍ଦିର ଆଡ଼କୁ ମୁହଁକରି ଛିଡ଼ା ହାଇେଥିଲେ।

14 ଶଲୋମନ ନୀଳ, ବାଇବଗଣୀ, ଏବଂ ଲାଲ୍ ରଙ୍ଗର ଦାବୀ ବସ୍ତ୍ର ବ୍ଯବହାର କରି ପରଦା ବନାଇଲେ। ଏହି ପରଦା ଉପରେ ଶଲୋମନ କିରୁବା ଦୂତଗଣକୃତି ବୁଣିଲେ।

15 ଶଲୋମନ ମନ୍ଦିରର ସାମନା ରେ ଦୁଇଟି ସ୍ତମ୍ଭ ରଖିଲେ। ଏହି ସ୍ତମ୍ଭ ପଞ୍ଚତିରିଶ ହାତ ଉଚ୍ଚ ଥିଲା। ଏହି ସ୍ତମ୍ଭ ଦୁଇଟିର ଅଗ୍ରଭାଗ ପାଞ୍ଚ ହାତରୁ ଟିକେ ଅଧିକ ଲମ୍ବ ଥିଲା।

16 ଶ ଲୋମନ ହାର ପରି ଜଞ୍ଜିର ବନାଇଲେ। ଏହି ଜଞ୍ଜିରକୁ ସ୍ତମ୍ଭ ଦୁଇଟିର ଉପରି ଭାଗ ରେ ରଖିଲେ। ଶଲୋମନ 100ଟି ଡ଼ାଳିମ୍ବ ଆକୃତି ଚିତ୍ର ବନାଇଲେ ଏବଂ ସଗେୁଡ଼ିକୁ ଜଞ୍ଜିର ରେ ଲଗାଇଲେ।

17 ଏହାପରେ ଶଲୋମନ ମନ୍ଦିର ସମ୍ମୁଖ ରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାଶର୍‌ବ ରେ ଓ ଅନ୍ୟଟି ଦକ୍ଷିଣ ପାଶର୍‌ବ ରେ ଛିଡ଼ା ହେଲା। ଦକ୍ଷିଣ ପାଶର୍‌ବ ରେ ଥିବା ସ୍ତମ୍ଭର ନାମ ଶଲୋମନ ୟାଖୀନ୍ ରଖିଲେ। ଏବଂ ବାମ ପାଶର୍‌ବସ୍ଥ ସ୍ତମ୍ଭର ନାମ ଶଲୋମନ ବୋଯସ୍ ରଖିଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 2 Crônicas 3, comparar traduções ou montar um estudo — tudo direto pelo WhatsApp.