1 Reis 15

Oriya Bible (GL_ORIYA)

1 ୟାରବିଯାମଙ୍କ ଇଶ୍ରାୟେଲ ରେ ରାଜତ୍ବ କରିବାର ଅଷ୍ଟାଦଶ ବର୍ଷ ରେ ଅବିଯାମ ଯିହୁଦାର ରାଜା ହେଲେ।

2 ସେ ୟିରୁଶାଲମ ରେ ତିନିବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲେ।

3 ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମ ରେ ଲିପ୍ତ ଥିଲେ ସେ ମଧ୍ଯ ସହେି ସବୁ ପାପକର୍ମ କରି ଚାଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କ ପ୍ରତି ସର୍ବାନ୍ତଃକରଣ ରେ ବିଶ୍ବସ୍ତ ନଥିଲେ।

4 ଯେ ହତେୁ ସଦାପ୍ରଭୁ ଦାଉଦଙ୍କୁ ପ୍ ରମେ କରିଥିବାରୁ ସେ ଅବିଯାମକୁ ୟିରୁଶାଲମ ଦଇେଥିଲେ। କବଳେ ଦାଉଦଙ୍କ ସକାେଶ ସେ ୟିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦଇେଥିଲେ।

5 ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ୟ୍ଯ କରୁଥିଲେ। କବଳେ ହିତ୍ତୀଯ ଉରିଯର କଥା ଛଡା ଆଉ କୌଣସି ବିଷଯ ରେ ସେ ନିଜ ଜୀବନକାଳ ରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହାଇେ ନଥିଲେ।

6 ରିହବିଯାମ ଓ ୟାରବିଯାମ ସର୍ବଦା ପରସ୍ପର ବିରୁଦ୍ଧ ରେ ୟୁଦ୍ଧ ରେ ରତ ରହୁଥିଲେ।

7 ଅବିଯାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

8 ଯେତବେେଳେ ଅବିଯାମ ମଲେ ତାଙ୍କୁ ପୁତୃ ଲୋକଙ୍କ ସହିତ ଦାଉଦ ନଗର ରେ କବର ଦିଆଗଲା। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଆସା ପରବର୍ତ୍ତୀ ରାଜା ହେଲେ।

9 ଇଶ୍ରାୟେଲ ରେ ୟାରବିଯାମଙ୍କ ବିଂଶତମ ବର୍ଷ ରାଜତ୍ବ କାଳ ରେ ଆସା ଯିହୁଦାର ରାଜା ହେଲେ।

10 ଆସା ୟିରୁଶାଲମ ରେ 41 ବର୍ଷ ରାଜତ୍ବ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶା ଲୋମର କନ୍ଯା ଥିଲା।

11 ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ନ୍ଯାଯ ଓ ଯଥାର୍ଥ ଥିଲା, ସହେିପରି ଉତ୍ତମ କାର୍ୟ୍ଯମାନ କଲେ।

12 ଆସା ପୁରୁଷ ବେଶ୍ଯାମାନଙ୍କୁ ସେ ଦେଶରୁ ତଡି ଦେଲେ ଓ ନିଜର ପୂର୍ବ ପୁରୁଷମାନଙ୍କ ଦ୍ବାରା ନିର୍ମିତ ମୂର୍ତ୍ତୀସବୁ ଦୂର କରି ଦେଲେ।

13 ଆସା ମଧ୍ଯ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡିତ କଲେ, କାରଣ ସେ ଆଶରୋ ଦବେତା ନାମ ରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସହେି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡି଼ ପକାଇଲେ।

14 ଆସା ଉଚ୍ଚସ୍ଥଳୀ ସବୁ ଧ୍ବଂସ କଲେ ନାହିଁ, ମାତ୍ର ସେ ୟାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ରହିଲେ।

15 ଆସା ଓ ତାଙ୍କର ପିତା କିଛି ଧନ ପରମେଶ୍ବରଙ୍କୁ ଦେଲେ। ସମାନେେ ସମାନଙ୍କେର ସୁବର୍ଣ୍ଣ ଓ ରେ ୗପ୍ୟ ଉପହାରଗୁଡିକ ଓ ଅନ୍ଯାନ୍ଯ ସାମଗ୍ରୀଗୁଡିକ ସଦାପ୍ରଭୁଙ୍କ ମନ୍ଦିର ରେ ଦେଲେ।

16 ପୁଣି ଆସା ଯିହୁଦା ରେ ରାଜତ୍ବ କଲା ବେଳେ ୟାବଜ୍ଜୀବନ ଇଶ୍ରାୟେଲର ରାଜା ବାଶାଙ୍କ ସହିତ ୟୁଦ୍ଧ ରେ ରତ ରହିଲେ।

17 ବାଶା ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ୟିବାକୁ ଦେଲେ ନାହିଁ କିମ୍ବା ସଠାରୁେ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇଶ୍ରାୟେଲର ରାମା ନଗରକୁ ସୁଦୃଢ କଲେ।

18 ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନଇେ ଆପଣା ଦାସମାନଙ୍କ ହସ୍ତ ରେ ସମର୍ପଣ କଲେ। ସେ ହିଷିଯୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀଯ ରାଜା ନିକଟକୁ ସମାନଙ୍କେୁ ପଠାଇ ଏହି କଥା କହିଲେ।

19 ଆସା ଏହିବାର୍ତ୍ତା ପଠାଇଲେ କହିଲେ, ମାରେ ପିତା ଓ ତୁମ୍ଭ ମଧିଅରେ ଶାନ୍ତିର ଚୁକ୍ତି ହାଇେଥିଲା। ବର୍ତ୍ତମାନ ମୁଁ ମଧ୍ଯ ତୁମ୍ଭ ସହିତ ସହେି ଶାନ୍ତିର ଚୁକ୍ତି ଗ୍ଭ ହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭଟେି ପଠାଉଛି। ଦୟାକରି ଇଶ୍ରାୟେଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମାେ ରାଜ୍ଯ ଛାଡି ଗ୍ଭଲିୟିବ।

20 ରାଜା ବିନ୍ହଦଦ୍ ଆସାଙ୍କ କଥା ରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ଯକ୍ଷ ରେ ଥିବା ତାଙ୍କର ସୈନ୍ଯଦଳ ପଠାଇଲେ ଏବଂ ଇଶ୍ରାୟେଲ ସହରର ଇଯୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ମୁଦାଯ କିନ୍ନରେତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।

21 ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡି ତିର୍ସା ରେ ବାସ କଲେ।

22 ରାଜା ଆସା ଯିହୁଦାର ସବୁ ଲୋକଙ୍କୁ ଆଦେଶ ଦେଲେ, ବାଶା ଯେଉଁ ପଥର ଓ କାଠ ରାମା ନଗରକୁ ସୁଦୃଢ କରିବା ପାଇଁ ରୁଣ୍ତ କରିଥିଲା, ସେସବୁକୁ ବହିନଲୋ। ସେଥି ରେ ଆସା ରାଜା ବିନ୍ଯାମୀନର ଗବୋ ଓ ମିସ୍ପା ନଗର ଦୃଢ କଲେ।

23 ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିଯା ଓ ଯେଉଁ ନଗରଗୁଡିକୁ ସେ ସୁଦୃଢ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ଯ ରେ ପାଦ ରେ ଏକ ରୋଗ ହେଲା।

24 ଏହାପରେ ଆସା ମୃତ୍ଯୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ଦେଲେ। ତାଙ୍କ ମୃତ୍ଯୁପରେ ତାଙ୍କର ପୁତ୍ର ଯିହାଶାଫେଟ୍ ରାଜତ୍ବ କଲେ।

25 ଯିହୁଦା ରେ ଆସାଙ୍କ ରାଜତ୍ବର ଦ୍ବିତୀୟ ବର୍ଷ ରେ ୟାରବିଯାମଙ୍କ ପୁତ୍ର ନାଦବ୍ ଇଶ୍ରାୟେଲର ରାଜା ହେଲେ।

26 ସଦାପ୍ରଭୁଙ୍କ ଦୃଷ୍ଟି ରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ୟାରବିଯାମଙ୍କ ପରି ପାପ କଲେ, ୟିଏ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।

27 ଇଷାଖର ପରିବାରବର୍ଗୀଯ ଅହିଯର ପୁତ୍ର ବାଶା ନାଦବ ବିରୁଦ୍ଧ ରେ ଷଡୟନ୍ତ୍ର କଲେ। ବାଶା ପଲେଷ୍ଟୀନ ନିକଟରେ ତାଙ୍କୁ ବଧ କଲେ, ଯେତବେେଳେ ନାଦବ୍ ଓ ସମସ୍ତ ଇଶ୍ରାୟେଲ ଗିଦ୍ଦଥୋନ ଅବରୋଧ କଲେ।

28 ଯିହୁଦା ରେ ରାଜା ଆସାଙ୍କ ତୃତୀୟ ବର୍ଷ ରେ ବାଶା ନାଦବ୍ଙ୍କୁ ବଧ କରି ସହେି ପଦ ରେ ରାଜତ୍ବ କଲେ।

29 ବାଶା ରାଜା ହବୋ ମାତ୍ ରେ ୟାରବିଯାମଙ୍କ ପରିବାରକୁ ଧ୍ବଂସ କଲେ। ସଦାପ୍ରଭୁ ଆପଣା ଦାସ ଶୀଲୋନୀଯ ଅହିଯ ମାଧ୍ଯମ ରେ ଯେଉଁ କଥା କହିଥିଲେ ତଦନୁସା ରେ ବାଶା ୟାରବିଯାମଙ୍କ ବଂଶରୁ ଜଣଙ୍କୁ ଛାଡିଲେ ନାହିଁ। ସେ ସମସ୍ତଙ୍କୁ ସଂହାର କଲେ।

30 ଏହିସବୁ ଘଟିଗଲା କାରଣ ୟାରବିଯାମ ନିଜେ ନାନା ପାପ କଲେ ଓ ସମଗ୍ର ଇଶ୍ରାୟେଲକୁ ପାପ କରାଇଲେ। ତଦ୍ଦ୍ବାରା ସେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ଅତ୍ଯନ୍ତ କୋରଧାନ୍ବିତ କରାଇଲେ।

31 ନାଦବ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯକଳାପ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

32 ଆସା ଓ ବାଶାଙ୍କ ମଧିଅରେ ସମାନଙ୍କେ ୟାବଜ୍ଜୀବନ ୟୁଦ୍ଧ ଲାଗି ରହିଲା।

33 ଯିହୁଦା ରେ ଆସା ରାଜତ୍ବ କରିବାର ତୃତୀୟ ବର୍ଷ ରେ ଅହିଯଙ୍କ ପୁତ୍ର ବାଶା ଇଶ୍ରାୟେଲର ରାଜା ହେଲେ। ବାଶା ତିର୍ସା ରେ ଚବିଶ ବର୍ଷ ରାଜତ୍ବ କଲେ।

34 ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ସେ ୟାରବିଯାମଙ୍କ ପରି ପାପ କରି ଚାଲିଲେ। ୟାରବିଯାମ ଇଶ୍ରାୟେଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 1 Reis 15, comparar traduções ou montar um estudo — tudo direto pelo WhatsApp.