1 João 3

Oriya Bible (GL_ORIYA)

1 ପରମପିତା ଆମ୍ଭମାନଙ୍କୁ ଅତ୍ଯଧିକ ପ୍ ରମେ କଲେ। ଆମ୍ଭେ ପରମେଶ୍ବରଙ୍କର ସନ୍ତାନ ରୂପେ ନାମିତ ହବୋ ଦ୍ବାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ ରମେ ପ୍ରକାଶ ପାଏ। ଆମ୍ଭେ ପ୍ରକୃତ ରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ ( ଯେଉଁମାନେ ବିଶ୍ବାସ କରନ୍ତି ନାହିଁ) ପରମେଶ୍ବରଙ୍କୁ ଚିହ୍ନିପାରି ନ ଥିବାରୁ ଆମ୍ଭକୁ ମଧ୍ଯ ପରମେଶ୍ବରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ।

2 ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ବରଙ୍କର ସନ୍ତାନ, କିନ୍ତୁ ଭବିଷ୍ଯତ ରେ ଆମ୍ଭେ କ'ଣ ହବୋ ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହାଇଯେିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସହେି ରୂପରେ ଦେଖିବା।

3 ଖ୍ରୀଷ୍ଟ ପବିତ୍ର। ଯେ କହେି ଖ୍ରୀଷ୍ଟଙ୍କଠା ରେ ଆଶା ରେଖ, ସେ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରେଖ।

4 ଯେଉଁ ଲୋକ ପାପ କରେ, ସେ ପରମେଶ୍ବରଙ୍କର ନିୟମ ଭାଙ୍ଗେ। କାରଣ ନିୟମର ଲଙ୍ଘନ ହେଉଛି ପାପ।

5 ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତ ରେ କୌଣସି ପାପ ନାହିଁ।

6 ତାହାଙ୍କଠା ରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ।

7 ପ୍ରିୟ ପିଲାମାନେ, କହେି ତୁମ୍ଭମାନଙ୍କୁ ମନ୍ଦ ପଥରେ ୟିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକହେି ଖ୍ରୀଷ୍ଟଙ୍କ ପରି ଉତ୍ତମ ହବୋକୁ ଇଚ୍ଛା କରେ, ସେ ଉଚିତ କର୍ମ କରୁ।

8 ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ବଂସ କରିବା ପାଇଁ ପରମେଶ୍ବରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।

9 ପରମେଶ୍ବରଙ୍କର ସନ୍ତାନ ହବୋ ଲୋକ ଆଉ ପାପ କରେ ନାହିଁ, କାରଣ ଯେଉଁ ନୂଆ ଜୀବନ ପରମେଶ୍ବର ସହେି ଲୋକକୁ ଦିଅନ୍ତି, ତାହା ତା'ଠା ରେ ଥାଏ। ତେଣୁ ସେ ଆଉ ପାପ କରିପା ରେ ନାହିଁ ଯେ ହତେୁ ସେ ପରମେଶ୍ବରଙ୍କର ସନ୍ତାନ ହାଇେସାରିଥାଏ।

10 ତେଣୁ କେଉଁମାନେ ପରମେଶ୍ବର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭମାନେେ ଜାଣି ପାରିବ। ଯେଉଁମାନେ ସତ୍କର୍ମ କରନ୍ତି ନାହିଁ, ସମାନେେ ପରମେଶ୍ବରଙ୍କର ସନ୍ତାନ ନୁହଁନ୍ତି, ଯେ କହେି ନିଜ ଭାଇକୁ ପ୍ ରମେ କରେ ନାହିଁ, ସେ ମଧ୍ଯ ଈଶ୍ବରଙ୍କର ସନ୍ତାନ ନୁହେଁ।

11 ତୁମ୍ଭମାନେେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ ରମେ କରିବା ଉଚିତ।

12 ଆମ୍ଭେ କଯିନ344 ଭଳି ହବୋ ଉଚିତ ନୁହେଁ। କାରଣ ତାହାଙ୍କଠା ରେ ପାପାତ୍ମା ଥିଲା। ସେ ନିଜ ଭାଇ ହବେଲକୁ ହତ୍ଯା କଲା। ସେ ତା'ର ଭାଇକୁ କାହିଁକି ହତ୍ଯା କଲା ? ସେ ଏପରି କଲା, କାରଣ ତା'ର କାର୍ୟ୍ଯଗୁଡ଼ିକ ମନ୍ଦ ଥିଲା ଓ ତା' ଭାଇର କର୍ମଗୁଡ଼ିକ ଭଲ ଥିଲା।

13 ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତବେେ ଆଶ୍ଚର୍ୟ୍ଯ ହୁଅ ନାହିଁ।

14 ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ଯୁର ସୀମା ପାରି ହାଇେ ଜୀବନ ରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ ରମେ କରୁ। ଯେଉଁ ଲୋକ ପ୍ ରମେ କରେ ନାହିଁ, ସେ ମୃତ୍ଯୁ ସୀମା ମଧିଅରେ ଥାଏ।

15 ନିଜ ଭାଇକୁ ଘୃଣା କରୁଥିବା ପ୍ରେତ୍ୟକକ ଲୋକ ନିଜେ ହତ୍ଯାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ଯାକାରୀଠା ରେ ଅନନ୍ତ ଜୀବନ ନାହିଁ।

16 ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦଇେଛନ୍ତି। ଏଥିରୁ ପ୍ରକୃତ ପ୍ ରମେ କ'ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ଯ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ।

17 ଯେଉଁ ବିଶ୍ବାସୀ ଜଗତର ସମସ୍ତ ଧନ ରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥା ରେ ଦେଖି ମଧ୍ଯ ତାହାକୁ ସାହାୟ୍ଯ କରେ ନାହିଁ, ତା' ହୃଦୟ ରେ ପରମେଶ୍ବରଙ୍କର ପ୍ ରମେ ନାହିଁ।

18 ପ୍ରିୟ ପିଲାମାନେ, ଆମ୍ଭର ପ୍ ରମେ କବଳେ ଶବ୍ଦ ଓ କଥା ମଧିଅରେ ସୀମିତ ରହିବା ଉଚିତ ନୁହେଁ।

19 ମାତ୍ର ଏହା ସତ୍ଯପ୍ ରମେ ହବୋ ଆବଶ୍ଯକ ଓ ଆଚରଣ ରେ ଆମ୍ଭେ ଏହା ଦଖାଇବୋ ଉଚିତ।

20 ଏହିପରି ଭାବରେ ଆମ୍ଭେ ସତ୍ଯମାର୍ଗ ରେ ଅଛୁ ବୋଲି ଜାଣିପାରିବା। ପୁଣି ଯଦି କୌଣସି ବିଷୟ ରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତବେେ ମଧ୍ଯ ଆମ୍ଭମାନେେ ପରମେଶ୍ବରଙ୍କ ଛାମୁ ରେ ଶାନ୍ତ ରହିପାରିବା, କାରଣ ପରମେଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।

21 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ବରଙ୍କ ଛାମୁ ରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି।

22 ଆମ୍ଭେ ଯାହା ତାହାଙ୍କଠାରୁ ମାଗୁ, ଆମ୍ଭେ ତାହାଙ୍କଠାରୁ ପାଇଥାଉ। ଆମ୍ଭେ ତାଙ୍କ ଆଦେଶ ପାଳନ କରୁ ଏବଂ ଆମ୍ଭେ ସହେି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କରେ।

23 ପରମେଶ୍ବରଙ୍କର ଏହା ଆଦେଶ : ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଆମ୍ଭମାନେେ ବିଶ୍ବାସ କରିବା ଓ ପରସ୍ପରକୁ ଭଲ ପାଇବା।

24 ଯେଉଁ ଲୋକ ତାହାଙ୍କ ଆଦେଶଗୁଡ଼ିକ ପାଳନ କରେ, ସେ ପରମେଶ୍ବରଙ୍କଠା ରେ ରୁ ହେ ଓ ପରମେଶ୍ବର ସହେି ଲୋକଠା ରେ ରୁହନ୍ତି। ପରମେଶ୍ବର ଯେ ଆମ୍ଭମାନଙ୍କଠା ରେ ବାସ କରନ୍ତି, ତାହା ଆମ୍ଭମାନେେ କିପରି ଜାଣିବା ? ପରମେଶ୍ବରଙ୍କ ଦତ୍ତ ପବିତ୍ର ଆତ୍ମାଙ୍କ ଦ୍ବାରା ଆମ୍ଭମାନେେ ତାହା ଜାଣିପାରିବା।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 1 João 3, comparar traduções ou montar um estudo — tudo direto pelo WhatsApp.