1 Crônicas 20

Oriya Bible (GL_ORIYA)

1 ବସନ୍ତକାଳ ରେ, ଯୋୟାବ ଇଶ୍ରାୟେଲର ସୈନ୍ଯବାହିନୀକୁ ୟୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସହେି ସମୟରେ ରାଜାମାନେ ୟୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ୟିରୁଶାଲମ ରେ ରହିଲେ। ଇଶ୍ରାୟେଲର ସୈନ୍ଯବାହିନୀ ଅମ୍ମାନେ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସମାନେେ ରବ୍ବା ନଗରୀକୁ ଗଲେ ଓ ତା'ର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କଲେ। ନଗର ମଧ୍ଯରୁ ବାହାରକୁ କିଅବା ନଗର ମଧ୍ଯକୁ କାହାରିକୁ ୟିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇଶ୍ରାୟେଲ ସୈନ୍ଯଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କଲେ।

2 ଦାଉଦ ସମାନଙ୍କେ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ସହେି ସୁବର୍ଣ୍ଣ ମୁକୁଟର ଓଜନ ଥିଲା ଏକ ତାଳନ୍ତ। ସହେି ମୁକୁଟର ଅତି ମୂଲ୍ଯବାନ ପଥରସବୁ ଲାଗିଥିଲା। ଦାଉଦଙ୍କ ମସ୍ତକରେ ସହେି ମୁକୁଟ ପିନ୍ଧାଗଲା। ଏହାପରେ ଦାଉଦ ରବ୍ବା ନଗରୀରୁ ମିଳିଥିବା ଅନକେ ମୂଲ୍ଯବାନ ବସ୍ତୁ ପ୍ରାପ୍ତ ହେଲେ।

3 ଦାଉଦ ରବ୍ବାର ଲୋକମାନଙ୍କୁ ବାହାର କରି ଆଣିଲେ ଓ ସମାନଙ୍କେୁ କରତ, ଶାବଳ ଓ କୁରାଢ଼ି ଦ୍ବାରା କାର୍ୟ୍ଯ କରିବାକୁ ବାଧ୍ଯ କଲେ। ଦାଉଦ ଅେମ୍ମାନୀୟ ଲୋକମାନଙ୍କର ସମସ୍ତ ନଗରଗୁଡ଼ିକରେ ସହେି ପ୍ରକାର କଲେ। ଏହାପରେ ଦାଉଦ ଓ ସମସ୍ତ ସୈନ୍ଯବାହିନୀ ୟିରୁଶାଲମକୁ ଫରେିଗଲେ।

4 ଏହାପରେ ଗଷେର ସହର ରେ ଇଶ୍ରାୟେଲୀୟମାନେ ପଲେଷ୍ଟୀୟ ଲୋକଙ୍କ ସହିତ ୟୁଦ୍ଧ କଲେ। ସହେି ସମୟରେ ହଶାତୀଯ ସିଦ୍ଦଖଯ ସିପ୍ପଯକୁ ବଧ କଲେ। ଏହି ସିପ୍ପଯ ଦୈତ୍ଯପୁତ୍ରମାନଙ୍କ ମଧ୍ଯରୁ ଜଣେ ଥିଲା। ତେଣୁ ପଲେଷ୍ଟୀୟ ଲୋକମାନେ ଇଶ୍ରାୟେଲୀୟମାନଙ୍କର କ୍ରୀତଦାସ ତୁଲ୍ଯ ହାଇଗେଲେ।

5 ଆଉ ଏକ ସମୟରେ ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟ ଲୋକମାନଙ୍କ ସହିତ ଆଉଥରେ ୟୁଦ୍ଧ କଲେ। ୟାଯୀରଙ୍କ ପୁତ୍ର ଇଲହାନନ୍ ଲହମି କି ବଧ କଲେ। ଲହମି ଗଲିଯାତର ଭ୍ରାତା ଥିଲେ। ଗଲିଯାତ ଗାଥ ସହରବାସୀ ଥିଲେ। ଲହମିଙ୍କ ବର୍ଚ୍ଛା ବହୁତ ବଡ଼ ଓ ଭାରୀ ଥିଲା। ତାହା ଗୋଟିଏ ଲୁଗାତନ୍ତ ଉପରେ ଲାଗିଥିବା ବିରାଟ ଖମ୍ବ ସଦୃଶ ଥିଲା।

6 ଗାଥ ସହର ରେ ପୁଣି ଏକ ୟୁଦ୍ଧ ହେଲା। ସଠାେରେ ଜଣେ ବିରାଟକାଯ ଲୋକ ଥିଲା, ଯାହାର ପ୍ରେତ୍ୟକକ ହାତ ରେ ଛଅଟି ଆଙ୍ଗୁଳି ଓ ପ୍ରେତ୍ୟକକ ପାଦ ରେ ମଧ୍ଯ ଛଅଟି ଆଙ୍ଗୁଳି ଥିଲା। ସେ ମଧ୍ଯ ଜଣେ ଦୈତ୍ଯପୁତ୍ର ଥିଲା।

7 ସହେି ଲୋକ ଇଶ୍ରାୟେଲକୁ ବିଦ୍ରୁପ କରିବାରୁ ଯୋନାଥନ ତାହାକୁ ବଧ କଲେ। ଯୋନାଥନ ଶିମିଯଙ୍କ ପୁତ୍ର ଥିଲେ। ଶିମିଯି ଦାଉଦଙ୍କ ଭ୍ରାତା ଥିଲେ।

8 ସହେି ପଲେଷ୍ଟୀୟ ଲୋକମାନେ ଗାଥ ସହରବାସୀ ଦୈତ୍ଯମାନଙ୍କର ପୁତ୍ର ଥିଲେ। ଦାଉଦ ଓ ତାଙ୍କର ଦାସମାନେ ସହେି ଦୈନ୍ଯମାନଙ୍କୁ ବଧ କଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 20, comparar traduções ou montar um estudo — tudo direto pelo WhatsApp.