1 Crônicas 12

Oriya Bible (GL_ORIYA)

1 ଦାଉଦ ସିଲ୍ଲଗ ରେ ଥିବା ସମୟରେ ଯେଉଁ ବ୍ଯକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସମାନଙ୍କେର ତାଲିକା ଏହା ଥିଲା। ଦାଉଦ ଯେତବେେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତବେେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ୟୁଦ୍ଧ ସମୟରେ ସାହାୟ୍ଯ କରିଥିଲେ।

2 ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡ଼ାହାଣ ଓ ବାମ ଉଭୟ ହସ୍ତଦ୍ବାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ଯ, ସମାନେେ ସମାନଙ୍କେ ଡ଼ାହାଣ ଓ ବାମ, ଉଭୟ ହସ୍ତଦ୍ବାରା ବାଟୁଳି ଦ୍ବାରା ପଥର ମାରିପାରୁ ଥିଲେ। ସମାନେେ ବିନ୍ଯାମୀନୀଯ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀଯ ଥିଲେ।

3 ଅହୀଯଷେର, ସମାନଙ୍କେ ନେତା ଓ ୟୋଯାଶ (ଅହୀଯଷେର ଓ ୟୋଯାଶ, ଗିବିଯାଥୀଯରୁ ଶମାଯରଙ୍କ ପୁତ୍ର ଥିଲେ।) ୟିଷୀଯଲେ ଓ ପେଲ୍ଟ ଅସ୍ମାବତଙ୍କର ପୁତ୍ର ଥିଲେ ; ଅନାେଥାତୀଯରୁ ବରାଖା ଓ ଯହେୁ ଥିଲେ।

4 ଗିବିଯୋନ ୟିଶ୍ମଯିଯ ତିରିଶ ଜଣ ବୀରଙ୍କ ମଧିଅରେ ବଳଶାଳୀ ଥିଲେ ଓ ସେ ଏହି ତିରିଶ ଜଣ ବୀରଙ୍କର ଜଣେ ନେତା ଥିଲେ। ଗଦରୋଥୀଯ ଲୋକମାନଙ୍କ ମଧ୍ଯରୁ ଯିରିମିୟ, ୟହସୀଯଲେ, ୟୋହାନନ ଓ ୟୋଷାବଦ୍ ଥିଲେ।

5 ଇଲିଯୁଷଯ, ଯିରମୋେତ୍, ବାଲିଯା, ଶମରିଯ ଓ ହରୂବଂୀଯ, ଶଫଟିଯ ;

6 ଇଲକାନା, ୟିଶିଯ, ଅସ ରେଲ, ୟୋଯଷେର ଓ ୟାଶ୍ବିଯାମ୍, କୋରହ ପରିବାରବର୍ଗର ସମସ୍ତ ଲୋକ,

7 ଗଦୋର ସହରର ୟିରୋହମଙ୍କ ପୁତ୍ର ଯାୟେଲା ଓ ସବଦିଯ ସାହସୀ ଥିଲେ।

8 ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗ ରେ ଗାଦ୍ ପରିବାର ବର୍ଗର କେତଜେଣ ଆସି ସଠାେରେ ବାସ କଲେ। ସମାନେେ ୟୁଦ୍ଧ ବିଦ୍ଯା ରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ଯଗଣ ଥିଲେ। ସମାନେେ ବର୍ଚ୍ଛା ଓ ଢ଼ାଲ ଚାଳନା ରେ ଦକ୍ଷ ଥିଲେ। ସମାନେେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତ ରେ ହରିଣ ସଦୃଶ ଦ୍ରୁତ ଗତି ରେ ଦୌଡ଼ି ମଧ୍ଯ ପାରୁଥିଲେ।

9 ଏସର, ଗାଦ୍ ଗୋଷ୍ଠୀର ସୈନ୍ଯଦଳର ସନୋପତି ଥିଲେ। ଓବଦିଯ ଦ୍ବିତୀୟ ସନୋଧ୍ଯକ୍ଷ ଥିଲେ। ଇଲିଯାବ୍ ତୃତୀୟ ସନୋଧ୍ଯକ୍ଷ ଥିଲେ।

10 ମିଶମନ୍ନା ଚତୁର୍ଥ ସନୋଧ୍ଯକ୍ଷ ଥିଲେ, ଯିରିମିୟ ପଞ୍ଚମ ସନୋଧ୍ଯକ୍ଷ ଥିଲେ,

11 ଅତ୍ତଯ ଷଷ୍ଠ ସନୋଧ୍ଯକ୍ଷ ଥିଲେ, ଇଲୀଯଲେ ସପ୍ତମ ସନୋଧ୍ଯକ୍ଷ ଥିଲେ,

12 ୟୋହାନନ ଅଷ୍ଟମ ସନୋଧ୍ଯକ୍ଷ ଥିଲେ, ଇଲ୍ସାବଦ୍ ନବମ ସନୋଧ୍ଯକ୍ଷ ଥିଲେ,

13 ଯିରିମିୟ ଦଶମ ସନୋଧ୍ଯକ୍ଷ ଥିଲେ, ମଗ୍ବନ୍ନଯ ଏକାଦଶ ସନୋଧ୍ଯକ୍ଷ ଥିଲେ।

14 ଏହି ବ୍ଯକ୍ତିମାନେ ଗାଦର ସୈନ୍ଯଦଳର ନେତା ଥିଲେ। ସହେି ଦଳର ସବୁଠାରୁ ଦୁର୍ବଳ ବ୍ଯକ୍ତି 100 ଜଣ ଶତ୍ରୁ ସୈନ୍ଯଙ୍କ ସହତ ୟୁଦ୍ଧ କରିବା ନିମନ୍ତେ ସମର୍ଥ ଥିଲା। ଆଉ ସହେି ଦଳର ସବୁଠାରୁ ପରାକ୍ରମୀ ବ୍ଯକ୍ତି 1,000 ଜଣ ଶତ୍ରୁ ସୈନ୍ଯଙ୍କ ସହିତ ୟୁଦ୍ଧ କରିବା ନିମନ୍ତେ ସାମର୍ଥ ଥିଲା।

15 ଗାଦ ଗୋଷ୍ଠୀର ଏହି ସୈନ୍ଯମାନେ ବର୍ଷର ପ୍ରଥମ ମାସ ରେ ୟର୍ଦ୍ଦନ ନଦୀ ପାର ହାଇୟୋଇଥିଲେ। ବର୍ଷର ଏହି ସମୟରେ ୟର୍ଦ୍ଦନ ନଦୀ ବନ୍ଯା ଜଳ ରେ ପୂର୍ଣ୍ଣ ହାଇେ ରହିଥିଲା। ସମାନେେ ଉପତ୍ୟକା ରେ ବା କରୁଥିବା ସମସ୍ତ ଲୋକଙ୍କୁ ତଡ଼ି ପକାଇଥିଲେ। ସମାନେେ ସହେି ଲୋକମାନଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ତଡ଼ି ପଠାଇ ଦଇେଥିଲେ।

16 ସହେି ଦୁର୍ଗ ରେ ବିନ୍ଯାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ଯ ଆସି ଦାଉଦଙ୍କ ସହିତ ୟୋଗ ଦେଲେ।

17 ଦାଉଦ ସମାନଙ୍କେୁ ସାକ୍ଷାତ କରିବାକୁ ଗଲେ। ଦାଉଦ ସମାନଙ୍କେୁ କହିଲେ, ଯଦି ତୁମ୍ଭେ ଶାନ୍ତି ସହକା ରେ ମାେତେ ସାହାୟ୍ଯ କରିବାକୁ ଆସିଅଛ, ତବେେ ମୁଁ ତୁମ୍ଭକୁ ସ୍ବାଗତ କରୁଅଛି। ମାେ' ସହିତ ସହୟୋଗ କର। କିନ୍ତୁ ମୁଁ କୌଣସି ଭୁଲ୍ କାର୍ୟ୍ଯ କରି ନ ଥିବା ସତ୍ତ୍ବେ ଯଦି ତୁମ୍ଭେ ମାେ' ବିରୁଦ୍ଧ ରେ ଗୁପ୍ତଚର ବୃତ୍ତି କରିବାକୁ ଆସିଅଛ, ତବେେ ଆମ୍ଭମାନଙ୍କ ପୂର୍ବ ପୁରୁଷ ଗଣଙ୍କର ପରମେଶ୍ବର ତାହା ଦେଖନ୍ତୁ ଓ ସେ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।

18 ଅମାସଯ ତିରିଶ ବୀରଙ୍କର ନେତା ଥିଲେ। ଏହାପରେ, ଆତ୍ମା ଅମାସଯଙ୍କ ଉପରେ ଅବତରଣ କଲେ, ଓ ସେ କହିଲେ,

19 ମନଃଶୀଯ ଗୋଷ୍ଠୀର କେତକେ ବ୍ଯକ୍ତି ମଧ୍ଯ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତବେେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇଥିଲେ, ସେତବେେଳେ ସମାନେେ ତାହାଙ୍କ ସହିତ ଯୋଗ ଦଇେଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତ ରେ ପଲେଷ୍ଟୀୟମାନଙ୍କୁ ସାହାୟ୍ଯ କରି ନ ଥିଲେ। ଦାଉଦ ଯେ ସମାନଙ୍କେୁ ସାହାୟ୍ଯ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା'ପରେ ସମାନେେ ତାହାଙ୍କୁ ପଠାଇଦବୋ ନିମନ୍ତେ ସ୍ଥିର କଲେ। ସହେି ଶାସକମାନେ କହିଲେ, ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫରେିୟାଏ, ତବେେ ଆମ୍ଭମାନଙ୍କର ମୁଣ୍ଡକାଟ ହବେ !

20 ଦାଉଦ ସିକ୍ଲଗ ସହରକୁ ୟିବା ବେଳେ ମନଃଶିର ଏହି ଲୋକମାନେ ତାଙ୍କ ସହିତ ୟୋଗ ଦଇେଥିଲେ ; ଅଦ୍ନହ, ୟୋଷାବଦ୍, ୟିଦୀଯଲେ, ମୀଖାଯଲେ, ୟୋଷାବଦ୍, ଇଲିହୂ, ଓ ସିଲ୍ଲଥଯ। ଯେଉଁମାନେ ମନଃଶିର 1,000 ଜଣ ସୈନ୍ଯଙ୍କର ମୁଖ୍ଯ ଥିଲେ।

21 ସମାନେେ ମନ୍ଦ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାୟ୍ଯ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ଯାପି ୟାଇଥିଲେ ଓ ଲୋକମାଙ୍କର ଜିନିଷପତ୍ର ଚେୀରି କରିନଇେ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ଯ ଥିଲେ। ସମାନେେ ଦାଉଦଙ୍କ ସୈନ୍ଯଦଳର ସନୋଧ୍ଯକ୍ଷ ହେଲେ।

22 ଦାଉଦ୍ଙ୍କୁ ସାହାୟ୍ଯ କରିବା ନିମନ୍ତେ ପ୍ରେତ୍ୟକକ ଦିନ ଅଧିକରୁ ଅଧିକ ସଂଖ୍ଯକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ଯଦଳ ହେଲା।

23 ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ଯା ଏହିପରି ଥିଲା। ଏହି ଲୋକମାନେ ୟୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସମାନେେ ଶାଉଲଙ୍କ ରାଜ୍ଯକୁ ଦାଉଦଙ୍କ ହସ୍ତ ରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସମାନଙ୍କେ ସଂଖ୍ଯା ଏହିପରି ଥିଲା।

24 ଯିହୁଦା ଗୋଷ୍ଠୀରୁ 6,800 ଲୋକ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସମାନେେ ଢ଼ାଲ ଓ ବର୍ଚ୍ଛା ବହନ କରୁଥିଲେ।

25 ଶିମିୟୋନ ଗୋଷ୍ଠୀରୁ 7,100 ଲୋକ ଥିଲେ। ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ସମାନେେ ସାହସୀ ସୈନ୍ଯଗଣ ଥିଲେ।

26 ଲବେୀ ଗୋଷ୍ଠୀରୁ 4,600 ଲୋକ ଥିଲେ।

27 ଯିହାୟୋଦାରଦା ସହେି ଦଳ ରେ ଥିଲେ। ସେ ହାରୋଣଙ୍କ ପରିବାରର ମୁଖ୍ଯ ଥିଲେ। ଯିହାୟୋଦାରଦାଙ୍କ ସହିତ 3,700 ଲୋକ ଥିଲେ।

28 ସାଦୋକ୍ ମଧ୍ଯ ସହେି ଦଳ ରେ ଥିଲେ। ସେ ଜଣେ ସାହସୀ ୟୁବା ସୈନ୍ଯ ଥିଲେ। ସେ ତାଙ୍କ ପରିବାରର ବାଇଶ ଜଣ କାର୍ୟ୍ଯକାରୀଙ୍କ ସହିତ ଆସିଲେ।

29 ବିନ୍ଯାମୀନ ଗୋଷ୍ଠୀରୁ 3,000 ଲୋକ ଥିଲେ। ସମାନେେ ଶାଉଲଙ୍କ ଆତ୍ମୀଯ ଥିଲେ। ସହେି ପର୍ୟ୍ଯନ୍ତ ସମାନଙ୍କେ ମଧ୍ଯରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ବସ୍ତ ଥିଲେ।

30 ଇଫ୍ରଯିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସମାନେେ ସାହସୀ ସୈନ୍ଯ ଥିଲେ। ସମାନେେ ନିଜର ପରିବାର ରେ ଅତି ପ୍ରସିଦ୍ଧ ଥିଲେ।

31 ମନଃଶି ଅର୍ଦ୍ଧକେ ଗୋଷ୍ଠୀରୁ 18,000 ଲୋକ ଥିଲେ। ଦାଉଦଙ୍କୁ ରାଜା କରିବା ପାଇଁ ସମାନଙ୍କେୁ ନାମ ଧରି ଡକା ୟାଇଥିଲା।

32 ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସହେି ବ୍ଯକ୍ତିମାନେ ଇଶ୍ରାୟେଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସମାନଙ୍କେର ଆତ୍ମୀଯମାନେ ସମାନଙ୍କେ ସହିତ ରେ ଓ ସମାନଙ୍କେ ଅଧୀନ ରେ ଥିଲେ।

33 ସବୂଲୂନ ଗୋଷ୍ଠୀରୁ 50,000 ସୈନ୍ଯ ଥିଲେ। ସମାନେେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ବ୍ଯବହାର କରିବା ନିମନ୍ତେ ତାଲିମପ୍ରାପ୍ତ ହାଇେଥିଲେ । ଏବଂ ଦାଉଦଙ୍କୁ ବିନା ସନ୍ଦହେ ରେ ସାହାୟ୍ଯ କଲେ।

34 ନପ୍ତଲି ଗୋଷ୍ଠୀ 1,000 କାର୍ୟ୍ଯକାରୀ ଥିଲେ। ସମାନଙ୍କେ ସହିତ 37,000 ଲୋକ ଥିଲେ। ଏହି ଲୋକମାନେ ଢ଼ାଲ ଓ ବର୍ଚ୍ଛାଧାରୀ ଥିଲେ।

35 ଦାନୀଯ ଗୋଷ୍ଠୀ 28,600 ଲୋକ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।

36 ଆଶରେ ଗୋଷ୍ଠୀରୁ 40,000 ତାଲିମପ୍ରାପ୍ତ ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।

37 ୟର୍ଦ୍ଦନ ନଦୀର ପୂର୍ବ ଦିଗରୁ ରୁବନ୍େ, ଗାଦ ଓ ମନଃଶିର ଅର୍ଦ୍ଧକେ ପରିବାରବର୍ଗର 1,20,000 ଲୋକ ଥିଲେ। ଏହି ଲୋକମାନଙ୍କ ନିକଟରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା।

38 ସହେି ସମସ୍ତ ଲୋକମାନେ ସାହସୀ ସୈନ୍ଯ ଥିଲେ। ସମାନେେ ସମ୍ପୂର୍ଣ୍ଣ ଏକମତ ହାଇେ ଦାଉଦଙ୍କୁ ଇଶ୍ରାୟେଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇଶ୍ରାୟେଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ଯ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହାଇେଥିଲେ।

39 ସହେି ଲୋକମାନେ ଦାଉଦଙ୍କ ସହିତ ହିବ୍ରୋଣ ରେ ତିନିଦିନ କଟାଇଲେ। ସମାନେେ ଭୋଜନ କଲେ ଓ ପାନ କଲେ, କାରଣ ସମାନଙ୍କେର ଆତ୍ମୀଯମାନେ ସମାନଙ୍କେ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରୁଥିଲେ।

40 ଆହୁରି ମଧ୍ଯ ସମାନଙ୍କେର ପଡ଼ୋଶୀ ଇଷାଖର, ସବଲୂନ୍ ଓ ନପ୍ତାଲି ଗୋଷ୍ଠୀର ଲୋକମାନେ ଗଧ, ଓଟ, ଖଚର ଓ ବଳଦ ଉପରେ ଖାଦ୍ୟଦ୍ରବ୍ଯ ଲଦି ସମାନଙ୍କେ ନିକଟକୁ ଆଣୁଥିଲେ। ସମାନେେ ବହୁତ ପରିମାଣ ରେ ମଇଦା, ଡ଼ିମ୍ବିରି ଫଳରୁ ପ୍ରସ୍ତୁତ ପିଠା, କିସମିସ୍, ଦ୍ରାକ୍ଷାରସ, ତୈଳ, ଗୋପଲ ଓ ମଷେପଲ ନଇେ ଆସୁଥିଲେ। ଇଶ୍ରାୟେଲ ଲୋକମାନେ ଅତ୍ଯନ୍ତ ଆନନ୍ଦିତ ଥିଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 1 Crônicas 12, comparar traduções ou montar um estudo — tudo direto pelo WhatsApp.